Hindi News >>Home >>Odisha National-International

Delhi: ବିଷାକ୍ତ ବାୟୁ ବଳୟରେ ରାଷ୍ଟ୍ରୀୟ ରାଜଧାନୀ, ଆହୁରି ବିଗିଡି ପାରେ ସ୍ଥିତି

Air Quality Index: ବିଷାକ୍ତ ହେବାରେ ଲାଗିଛି ରାଜଧାନୀ। ଧିରେ ଧିରେ ରେକର୍ଡ ଭାଙ୍ଗୁଛି ବାୟୁ ପ୍ରଦୂଷଣ ମାତ୍ରା। AQI ରିପୋର୍ଟ ଦେଖିଲେ ଛାତିରେ ଛନକା ପଶୁଛି। ଅନଲାଇନ ମାଧ୍ୟମରେ କ୍ଲାସ କରିବାକୁ  ନିର୍ଦ୍ଦେଶ ଦିଆଯାଇଥିବାବେଳେ କମ ଗାଡି ବ୍ୟବହାର କରିବାକୁ ଏବଂ ଯଥା ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରାଯାଇଛି।
 

Advertisement
Delhi: ବିଷାକ୍ତ ବାୟୁ ବଳୟରେ ରାଷ୍ଟ୍ରୀୟ ରାଜଧାନୀ, ଆହୁରି ବିଗିଡି ପାରେ ସ୍ଥିତି
Stop
Durga Madhaba Pattanayak|Updated: Nov 04, 2022, 11:48 PM IST

Delhi Pollution: ଦିନକୁ ଦିନ ଖରାପ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ଧୂଆଁ ଓ ଧୂଳିର ଚାଦରରେ ଢ଼ାଙ୍କି ହୋଇଛି ରାଜଧାନୀ ଦିଲ୍ଲୀ । ବିଷାକ୍ତ ବାୟୁ ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ। ଦିଲ୍ଲୀର ପ୍ରଦୂଷଣ ମାତ୍ରା ଧିରେ ଧିରେ ରେକର୍ଡ ଭାଙ୍ଗୁଛି।  ବାୟୁ ଗୁଣବତ୍ତା ସୂଚକାଙ୍କ ୬୦୦ ପାଖାପାଖି ପହଞ୍ଚିଲାଣି। ଯାହାକି ଚିନ୍ତାଜନକ।

ବାୟୁ ପ୍ରଦୂଷଣ ଫଳରେ ଲୋକମାନେ ଅନେକ ଅସୁବିଧାରେ ପଡ଼ିବା ନେଇ ଅନୁମାନ କରାଯାଉଛି। କାରଣ ବାୟୁ ପ୍ରଦୂଷଣ ଶରୀର ଉପରେ ବିଭିନ୍ନ ପ୍ରଭାବ ପକାଇଥାଏ। ସାଧାରଣତଃ ବର୍ତ୍ତମାନ ମୁଣ୍ଡବିନ୍ଧା, ଆଖିରେ ଯନ୍ତ୍ରଣା ଏବଂ ନାକରେ ଯନ୍ତ୍ରଣା ମଧ୍ୟ ଦେଖାଦେଉ ଥିବାବେଳେ ଆସ୍ଥମା ଭଳି ଲକ୍ଷଣ ଦେଖିବାକୁ ମିଳୁଛି। ଯାହାର କୌଣସି ରୋଗ ନାହିଁ ସେମାନଙ୍କ ପାଖରେ ମଧ୍ୟ ବାୟୁ ପ୍ରଦୂଷଣର ପ୍ରଭାବ ଦେଖିବାକୁ ମିଳୁଛି। ଡାକ୍ତରଙ୍କ କହିବା ଅନୁଯାୟୀ,ଶ୍ୱାସକ୍ରୀୟା ଜନିତ ସମସ୍ୟା କେବଳ ଦୂଷିତ ବାୟୁ ପ୍ରଭାବରେ ହେଉଛି।

ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (WHO) ରିପୋର୍ଟ ଅନୁଯାୟୀ, ପ୍ରଦୂଷିତ ବାୟୁରେ ଥିବା ଧୂଳିକଣା ଶ୍ବାସକ୍ରିୟା ମାଧ୍ୟମରେ ଶରୀରରେ ପ୍ରବେଶ କରି ରକ୍ତରେ ମିଶିଥାଏ। ଏହା ରକ୍ତ ଦ୍ବାରା ସମଗ୍ର ଶରୀରେ ବ୍ୟାପି ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ହାର୍ଟ ଏବଂ ଶ୍ବାସକ୍ରିୟା ଜନିତ ରୋଗ ସହ ଫୁସଫୁସ୍ ଜନିତ କ୍ୟାନ୍ସର ଆଶଙ୍କା ମଧ୍ୟ ଏହାଦ୍ୱାରା ବଢ଼ିଥାଏ । ବାୟୁରେ ଥିବା ନାଇଟ୍ରୋଜେନ୍ ଏବଂ ସଲ୍ଫର ଡାଇଅକ୍ସାଇଡ୍ ଆସ୍ଥମା, ଫୁସଫୁସ୍‌ରେ ଯନ୍ତ୍ରଣା ସୃଷ୍ଟି କରିବା ସହିତ ଏହାର କ୍ଷମତାକୁ କମ୍ କରିଦିଏ। ବାୟୁ ପ୍ରଦୂଷଣ ଧମନୀରେ ବ୍ଲକେଜ୍ ବଢ଼ାଇବା ସହ ଶରୀରରେ ରକ୍ତ ପ୍ରବାହ ଗତିକୁ ଧୀର କରିଥାଏ । ଯାହାଫଳରେ ବ୍ଲଡ୍ ପ୍ରେସର ଆଶଙ୍କା ମଧ୍ୟ ବଢ଼ିଥାଏ। ଏହାର ପ୍ରଭାବ ଯୋଗୁଁ  ହାର୍ଟ ଆଟାକ୍‌ର ସମ୍ଭାବନାକୁ ଏଡ଼ାଇଦିଆଯାଇନପାରେ। 

ଅନ୍ୟକିଛି ରିପୋର୍ଟ ଅନୁସାରେ,ବାୟୁରେ ପ୍ରଦୂଷିତ ଧୂଳିକଣା ମନୁଷ୍ୟର ସ୍ମରଣଶକ୍ତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ସିକାଗୋ ୟୁନିଭର୍ସିଟିର ରିସର୍ଚ୍ଚରେ କୁହାଯାଇଛି ଯେ ପ୍ରଦୂଷଣ ଯୋଗୁଁ ମନୁଷ୍ୟର ଆୟୁଷ ୧୦ ବର୍ଷ ପର୍ଯ୍ୟନ୍ତ କମ୍ ହୋଇଥାଏ ।  ବାୟୁ ପ୍ରଦୂଷଣ ଯେ କେବଳ ମନୁଷ୍ୟ ଉପରେ ପ୍ରଭାବ ପକାଇଥାଏ ତାହା ନୁହେଁ ବରଂ ଏହା ଗର୍ଭରେ ବଢ଼ୁଥିବା ଶିଶୁ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ବୋଲି କିଛି  ବୈଜ୍ଞାନିକ ଦାବି କରିଥାନ୍ତି । ବାୟୁ ପ୍ରଦୂଷଣ କେବଳ ହାର୍ଟ, ଫୁସ୍‌ଫୁସ୍‌ ବ୍ୟତୀତ ବ୍ରେନ ଷ୍ଟ୍ରୋକ୍, ସମୟ ପୂର୍ବରୁ ଶିଶୁ ଜନ୍ମ ହେବା, ପିଲାର ବିକାଶ ଦିଗରେ ମଧ୍ୟ ବାଧା ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଥାଏ ।

ପ୍ରଦୂଷଣକୁ ଆଖି ଆଗରେ ରଖି ଆସନ୍ତା କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୋଏଡାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅନଲାଇନରେ କ୍ଲାସ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ମଧ୍ୟ ଅନଲାଇନରେ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି । ଆଜି ସକାଳୁ ଗୁରଗ୍ରାମରେ AQI ୫୩୫ ପାର କରିଥିବା ବେଳେ ନୋଏଡାରେ ପ୍ରଦୂଷଣ ସ୍ତର ୫୬୦ ପାର କରିଛି । ପ୍ରଦୂଷଣ ଅତିମାତ୍ରାରେ ବଢିଯାଇଥିବାରୁ ବୟସ୍କ ଓ ଛାତ୍ରଛାତ୍ରୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।  ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଲଗାତାର ବୃଦ୍ଧି ପାଉଛି । ପଡୋଶୀ ରାଜ୍ୟମାନେ ନଡ଼ା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିଥିବା ଅଭିଯୋଗ କରିଛନ୍ତି । ସଫର ଇଣ୍ଡିଆ ଏୟାର କ୍ୱାଲିଟି ସର୍ଭିସର ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତ୍ତା ବିଗୁଡୁଛି । ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଁଚିଲାଣି । ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଯେମିତି ରହିଛି ଏହା ଭିତରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ବିଷାକ୍ତ ବାୟୁରୁ ପିଲାଙ୍କୁ ରକ୍ଷା କରିବା ପାଇଁ  ଅନଲାଇନ କ୍ଲାସ ଆବଶ୍ୟକତା ରହିଥିବା ଉଲ୍ଲେଖ କରି ଏନସିପିସିଆରର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି କିଛି ଦିନ ପାଇଁ ସ୍କୁଲ ଗୁଡିକ ବନ୍ଦ କରି ଅନଲାଇନ ପାଠପଢା ପାଇଁ ଅପିଲ କରିଥିଲେ ।

ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର କରିବାକୁ ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି। ଦିଲ୍ଲୀ ପରିବେଶମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଲଗାତାର ବୃଦ୍ଧି ପାଉଛି। ପଡୋଶୀ ରାଜ୍ୟମାନେ ନଡା଼ ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିଥିବା ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତ୍ତା ଅଧିକ ମାତ୍ରାରେ ବିଗୁଡୁଛି । ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ବାୟୁର ଗୁଣବତ୍ତା ୫୬୩ ଥିବା ରେକର୍ଡ କରାଯାଇଛି । ଯାହା ଅତ୍ୟନ୍ତ ଚିନ୍ତାଜନକ । ଏଥିସହ ବିମାନ ବନ୍ଦରର ଟର୍ମିନାଲ-୩ ଅଞ୍ଚଳରେ ଏକ୍ୟୁଆଇ ୪୮୯ ରହିଛି । ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୫୯୩ ଓ ନୋଏଡାରେ ୫୬୨ ଥିବା ରେକର୍ଡ ହୋଇଛି । ଯଦି ଏଭଳି ସ୍ଥିତି ରୂପେ ଖୁବଶୀଘ୍ର ଏକ୍ୟୁଆଇ ୬୦୦ ପାର୍ ହୋଇଯିବ ବୋଲି କୁହାଯାଇଛି।

Read More
{}{}