Hindi News >>Home >>Odisha National-International

Delhi: ଚିକିତ୍ସା କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ କାମ କଲେ ଏମ୍ସ ଡାକ୍ତର, ପଢନ୍ତୁ ପୁରା ରିପୋର୍ଟ

Delhi AIIMS Medical: ଡାକ୍ତର ଗର୍ଭାଶୟ ଭିତରେ ଥିବା ଏକ କ୍ଷୁଦ୍ର ଅଙ୍ଗୁର ଆକାରର ହାର୍ଟ ବେଲୁନ୍ ଡାୟଲେସନ୍ ପ୍ରକ୍ରିୟାକୁ ମାତ୍ର ୯୦ ସେକେଣ୍ଡରେ ସମାପ୍ତ କରିଛନ୍ତି।  ଯାହାକୁ ଏକ ବିରଳ ଅସ୍ତ୍ରୋପଚାର ବୋଲି ବିବେଚନା କରାଯାଏ। ଯଦି ଏହି ଅସ୍ତ୍ରୋପଚାର କରାଯାଇ ନଥାନ୍ତା, ତାହେଲେ ପିଲାଟି ହୃଦଘାତରେ ଜନ୍ମ ହୋଇଥାନ୍ତା। ଯିଏ ବୋଧହୁଏ ଅଳ୍ପ ସମୟ ବଞ୍ଚିଥାନ୍ତା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଭାବରେ ଜନ୍ମ ହେବ। 

Advertisement
Delhi: ଚିକିତ୍ସା କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ କାମ କଲେ ଏମ୍ସ ଡାକ୍ତର, ପଢନ୍ତୁ ପୁରା ରିପୋର୍ଟ
Stop
Zee Odisha Desk|Updated: Mar 14, 2023, 11:44 PM IST

Delhi AIIMS Doctor: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଏମ୍ସ ମେଡ଼ିକାଲ ସମଗ୍ର ଦେଶର ଡାକ୍ତରଖାନା ପାଇଁ ଏକ ମାନଦଣ୍ଡ ଭାବରେ ଦେଖାଯାଏ। ଏଠାକାର ଡାକ୍ତର ଚିକିତ୍ସା କ୍ଷେତ୍ରରେ ଏପରି କାର୍ଯ୍ୟ କରିଥାନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ବର୍ତ୍ତମାନ ଦିଲ୍ଲୀସ୍ଥିତ ଏମ୍ସ ମେଡ଼ିକାଲ ଡାକ୍ତର ମାତୃ ଗର୍ଭରେ ଏକ ଭ୍ରୁଣ ହାର୍ଟ ଅପରେସନ କରିବାରେ ସଫଳ ହୋଇଛନ୍ତି। ଡାକ୍ତର ଗର୍ଭାଶୟ ଭିତରେ ଥିବା ଏକ କ୍ଷୁଦ୍ର ଅଙ୍ଗୁର ଆକାରର ହାର୍ଟ ବେଲୁନ୍ ଡାୟଲେସନ୍ ପ୍ରକ୍ରିୟାକୁ ମାତ୍ର ୯୦ ସେକେଣ୍ଡରେ ସମାପ୍ତ କରିଛନ୍ତି।  ଯାହାକୁ ଏକ ବିରଳ ଅସ୍ତ୍ରୋପଚାର ବୋଲି ବିବେଚନା କରାଯାଏ। ଯଦି ଏହି ଅସ୍ତ୍ରୋପଚାର କରାଯାଇ ନଥାନ୍ତା, ତାହେଲେ ପିଲାଟି ହୃଦଘାତରେ ଜନ୍ମ ହୋଇଥାନ୍ତା। ଯିଏ ବୋଧହୁଏ ଅଳ୍ପ ସମୟ ବଞ୍ଚିଥାନ୍ତା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଭାବରେ ଜନ୍ମ ହେବ। 

ଦିଲ୍ଲୀ ଏମ୍ସ ମେଡ଼ିକାଲ ଠାରେ ଭର୍ତ୍ତି ହୋଇଥିବା ୨୮ ବର୍ଷୀୟ ଗର୍ଭବତୀ ମହିଳାଙ୍କ ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା। କାରଣ ସେ ପୂର୍ବରୁ ତିନୋଟି ଗର୍ଭଧାରଣ କରିଥିଲେ। ଯେତେବେଳେ ଡାକ୍ତର ସେହି ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଗର୍ଭସ୍ଥ ଶିଶୁର ହୃଦୟ ବିଷୟରେ କହିଥିଲେ, ସେତେବେଳେ ଉଭୟେ ଏହି ଶିଶୁକୁ ଜନ୍ମ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ଡାକ୍ତରମାନେ ସେମାନଙ୍କ ସାମ୍ନାରେ ଏହି ବିରଳ ଅସ୍ତ୍ରୋପଚାର ପାଇଁ ପ୍ରସ୍ତାବ ଦେଇଥିଲେ। ଯାହା ଉପରେ ଉଭୟ ରାଜି ହୋଇଥିଲେ। ଏହା ପରେ ଏମ୍ସ ସ୍ଥିତ କାର୍ଡିଓଥୋରାସିକ୍ ସାଇନ୍ସ ସେଣ୍ଟର୍ ଠାରେ ଅସ୍ତ୍ରୋପଚାର ହୋଇଥିଲା।

ଏହି ଅସ୍ତ୍ରୋପଚାରକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗର ଡାକ୍ତରଙ୍କ ଏକ ମିଳିତ ଦଳ ଗଠନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଇଣ୍ଟରଭେନସନାଲ କାର୍ଡିଓଲୋଜିଷ୍ଟ ଏବଂ ଫିଟଲ ମେଡ଼ିସନ୍ ସ୍ପେଶାଲିଷ୍ଟ ସାମିଲ ରହିଥିଲେ। କାର୍ଡିଓଲୋଜି ଏବଂ କାର୍ଡିୟର୍କ ଆନାସ୍ଥେସିଆ ବିଭାଗ ଏବଂ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଡାକ୍ତର ସେହି ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ। ଡାକ୍ତରୀ ଦଳ ଅନୁଯାୟୀ, ମେଡିକାଲ ପ୍ରୋସିଜ୍ୟୋର ପରେ ଉଭୟ ମାଆ ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ରହିଛି। ଡାକ୍ତର ଟିମ୍ ଶିଶୁର ହାର୍ଟ ଚାମ୍ବର ଅଭିବୃଦ୍ଧି ଉପରେ ନଜର ରଖିଛନ୍ତି। ଡାକ୍ତରୀ ଦଳର କହିବା ଅନୁସାରେ ଯେତେବେଳେ ଶିଶୁ ମାତୃ ଗର୍ଭରେ ରହିଥିଲା, ସେତେବେଳେ କିଛି ଗମ୍ଭୀର ହୃଦରୋଗର ଲକ୍ଷଣ ଦେଖା ଯାଇଥିଲା। ଗର୍ଭରେ ରହିଥିବା ଅବସ୍ଥାରେ ଚିକିତ୍ସା ଜନ୍ମ ପରେ ଶିଶୁର ସାଧାରଣ ବିକାଶକୁ ପ୍ରୋତ୍ସାହିତ କରିଥାଏ। 

ବେଲୁନ ଡାୟଲେସନ ପ୍ରୋସିଜ୍ୟେର  ହାର୍ଟ ଭଲଭ୍ ଠାରେସ ରହିଥିବା କୌଣସି ପ୍ରତିବନ୍ଧକକୁ ହଟାଇବା ପାଇଁ ବ୍ୟବହାର କରାଯାଇଥାଏ। ଅଲଟ୍ରାସାଉଣ୍ଡ ଗାଇଡ୍ ମାଧ୍ୟମରେ ଏହି ପଦ୍ଧତି କାର୍ଯ୍ୟ କରାଯାଇଥାଏ। ଗର୍ଭସ୍ଥ ଶିଶୁର ହୃଦୟରେ ଏହି ପଦ୍ଧତିରେ ଅସ୍ତ୍ରୋପଚାର କରିବା ପାଇଁ, ଏମ୍ସ ଡାକ୍ତରମାନେ ମାଆର ପେଟ ଦେଇ ଏକ ଛୁଞ୍ଚି ପ୍ରବେଶ କରାଇଥିଲେ। ଏହା ପରେ, ଏକ ବେଲୁନ୍ କ୍ୟାଥେର୍ ମାଧ୍ୟମରେ ଭଲଭ ଠାରେ ରହିଥିବା ପ୍ରତିବନ୍ଧକକୁ ହଟାଗଲା। ଯେଉଁ କାରଣରୁ ହୃଦୟରେ ରକ୍ତ ପ୍ରବାହ ସ୍ୱାଭାବିକ ହୋଇଥିଲା। ଏହି ଅସ୍ତ୍ରୋପଚାର କରିଥିବା ଦଳର ବରିଷ୍ଠ ଡାକ୍ତର କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ବର୍ତ୍ତମାନ ଶିଶୁର ହୃଦୟ ସାଧାରଣ ଭାବରେ ବିକଶିତ ହେବ ଏବଂ ଜନ୍ମ ସମୟରେ କୌଣସି ପ୍ରକାର ହୃଦରୋଗ ଜନିତ ଗମ୍ଭୀରତା ବହୁତ କମ୍ ହେବ।

ବରିଷ୍ଠ ଡାକ୍ତରଙ୍କ କହିବା ଅନୁସାରେ, ଏପରି ଅସ୍ତ୍ରୋପଚାର ସମୟରେ ଗର୍ଭସ୍ଥ ଶିଶୁର ଜୀବନ ପାଇଁ ବହୁତ ବିପଦ ରହିଛି। ସେଥିପାଇଁ ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା ଏବଂ ଏହାକୁ ଅତି ଯତ୍ନର ସହିତ କରିବାକୁ ପଡିଥିଲା। ଏହି ପ୍ରକ୍ରିୟାରେ ସାଧାରଣତ ଏଞ୍ଜିଓଗ୍ରାଫି ବ୍ୟବହୃତ ହୋଇଥାଏ,  ଏହା ଏଠାରେ ହୋଇପାରିଲା ନାହିଁ। ସେଥିପାଇଁ ଆମେ ଅଲଟ୍ରାସାଉଣ୍ଡ ଗାଇଡ୍ ବ୍ୟବହାର କରିଥିଲୁ। ଏହି ପ୍ରକ୍ରିୟା ଅତି ଶୀଘ୍ର ସମାପ୍ତ କରିବାକୁ ପଡିଥିଲା। କାରଣ ଆମେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହାର୍ଟ ଚାମ୍ବର ପଙ୍କଚର କରିବାକୁ ଯାଉଥିଲୁ। ଏପରି ପରିସ୍ଥିତିରେ ଯଦି କିଛି ଭୁଲ ହୋଇଯାଏ, ତାହାଲେ ଗର୍ଭସ୍ଥ ଶିଶୁ ମରି ଯାଇଥାନ୍ତା। ଆମେ ଏହି ସମୟରେ ସମୟ ଗଣନା କରିଥିଲୁ ଏବଂ ଏହା ମାତ୍ର ୯୦ ସେକେଣ୍ଡ ମଧ୍ୟରେ ସମାପ୍ତ ହୋଇଥିଲା।

Read More
{}{}