Hindi News >>Home >>Odisha National-International

Defence Acquisition: ଆତ୍ମନିର୍ଭରତା କ୍ଷେତ୍ର ଆଡକୁ ଅଗ୍ରସର ହେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ପାଇଁ ୭୬ ହଜାର ୩୯୦ କୋଟି ଟଙ୍କା ମୂଲ୍ୟର ସାମରିକ ଉପକରଣ କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଅନୁମୋଦନ କରିଛି। 

Advertisement
Defence Acquisition: ଆତ୍ମନିର୍ଭରତା କ୍ଷେତ୍ର ଆଡକୁ ଅଗ୍ରସର ହେଲା ପ୍ରତିରକ୍ଷା ମନ୍ତ୍ରଣାଳୟ
Stop
Subhramjit Ray|Updated: Jun 07, 2022, 09:33 PM IST

Defense Ministry moved towards self reliant: ଆତ୍ମନିର୍ଭରଶୀଶଳ ହେବା ଲାଗି ପ୍ରୟାସ ଜାରି ରଖିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ। ଏହାକୁ ନଜରରେ ରଖି ସେନା, ନୌସେନା ଏବଂ ବାୟୁସେନା ପାଇଁ ୭୬ ହଜାର ୩୯୦ କୋଟି ଟଙ୍କା ମୂଲ୍ୟର ସାମରିକ ଉପକରଣ କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଅନୁମୋଦନ କରିଛି। ବିଶେଷ କଥା ହେଉଛି ଏହି ସମସ୍ତ ସାମରିକ ଉପକରଣ କେବଳ ସ୍ୱଦେଶୀ କମ୍ପାନୀ ପାଖରୁ କିଣାଯିବ। ସେଥିରେ ସେନା ପାଇଁ ଆଣ୍ଟି ଟ୍ୟାଙ୍କ ସାଞ୍ଜୁଆ ଗାଡି଼, ନୌସେନା ପାଇଁ ଆଧୁନିକ ଯୁଦ୍ଧ ଜାହାଜ ଏବଂ ବାୟୁସେନା ପାଇଁ ବିମାନ ଇଞ୍ଜିନ ଅନ୍ତର୍ଭୂକ୍ତ ରହିଛି। 

ଦେଶର ସୈନ୍ୟବାହିନୀ ଲାଗି ସାମରିକ ଉପକରଣ କ୍ରୟ କରିବା ମାମଲାରେ ନିଷ୍ପତ୍ତି ନେବା ଗଠନ କରାଯାଇଥିବା ପ୍ରତିରକ୍ଷା ମଞ୍ଜୁରୀ ପରିଷଦ ( Defence Acquisition Council) ଡିଏସି (DAC) ୭୬ ହଜାର ୩୯୦ କୋଟି ଟଙ୍କା ମୂଲ୍ୟର ସୈନ୍ୟ ଉପକରଣ (Indian Made Military Equipment) କ୍ରୟ ପାଇଁ ଅନୁମୋଦନ କରିଛି। ଏହା ଅଧିନରେ କଠିନ ରାସ୍ତାରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରକ, ବ୍ରିଜ ନିର୍ମାଣ କରୁଥିବା ଟ୍ୟାଙ୍କ୍, ଆଣ୍ଟି-ଟ୍ୟାଙ୍କ ମିସାଇଲ ସହ ଚାଳିତ ସାଞ୍ଜୁଆ ଗାଡି଼, ଗୁଳିମାଡ଼ ଦିଗ ଦର୍ଶାଉଥିବା ରାଡାର କ୍ରୟ କରାଯିବ। ସମସ୍ତ ଯନ୍ତ୍ରପାତି ସ୍ୱଦେଶୀ କମ୍ପାନୀ ପାଖରୁ କ୍ରୟ କରାଯିବ ଏବଂ ସ୍ୱଦେଶୀ ଡିଜାଇନ୍ ଉପରେ ପ୍ରାଥମିକତା ଦିଆଯିବ। 

ନୌସେନା ଲାଗି  ୩୬ ହଜାର କୋଟି ମୂଲ୍ୟରେ Next Generation Corvettes କ୍ରୟ କରାଯିବ। ଏହି Corvettes ହେଉଛି ଏପରି ଯୁଦ୍ଧ ଜାହାଜ ଯିଏ ନଜର ରଖିବା, ବାଣିଜ୍ୟ ଜାହାଜକୁ ସୁରକ୍ଷା ଦେବା, ସମୁଦ୍ର ଆକ୍ରମଣରେ ନୌ ସୈନିକଙ୍କୁ ସାହାଯ୍ୟ କରିବା ଏବଂ ସନ୍ଧାନ କରି ଆକ୍ରମଣ କରିବା ଭଳି କାର୍ଯ୍ୟରେ ବ୍ୟବହୃତ ହୋଇପାରିବ। ନୌସେନା ଡିଜାଇନ୍ ଆଧାରରେ ଏହି Corvettes ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେବ। 

ବାୟୁସେନା ଲାଗି ହିନ୍ଦୁସ୍ତାନ ଏରୋନଟିକ ଲିମିଟେଡ଼ ସଂସ୍ଥାକୁ  ଡ୍ରୋର୍ନିଅର୍ ଏବଂ ସୁଖୋଇ ବିମାନ ପାଇଁ ଇଞ୍ଜିନ୍ ଉତ୍ପାଦନ ପାଇଁ ଅନୁମତି ମିଳିଛି। ସାରା ଦେଶରେ ସମୁଦ୍ର କୂଳରେ ପର୍ଯ୍ୟବେକ୍ଷଣ ତଥା କାର୍ଯ୍ୟକଳାପ ପାଇଁ ଏକ ସୁରକ୍ଷିତ ନେଟୱାର୍କ ସୃଷ୍ଟି କରିବାକୁ ଡିଜିଟାଲ୍ କୋଷ୍ଟଗାର୍ଡ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି।

Alos Read: ପ୍ରତିରକ୍ଷା କ୍ଷେତ୍ରରେ ପାଦେ ଆଗେଇଲା ଭାରତ; ସଫଳ ହେଲା Anti Ship Missile ପରୀକ୍ଷଣ

 

Read More
{}{}