Hindi News >>Home >>Odisha National-International

Cyclone Michaung: ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ବେହାଲ ଚେନ୍ନାଇ: ୫ ମୃତ

Cyclone: ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ସୋମବାର ତାମିଲନାଡୁର (Tamilnadu) ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷାରେ ଚେନ୍ନାଇ ଉବୁଟୁବୁ ହେଉଥିବା ବେଳେ ଉତ୍ତର ତାମିଲନାଡୁରେ ସ୍ବାଭାବିକ ଜୀବନଯାତ୍ରା ବାଧ୍ୟାପ୍ରାପ୍ତ ହୋଇଛି । ବର୍ଷା ବିତ୍ପାତରେ ଚେନ୍ନାଇରେ (Chennai) ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 05, 2023, 09:14 AM IST

Cyclone Michaung: ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ସୋମବାର ତାମିଲନାଡୁର (Tamilnadu) ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷାରେ ଚେନ୍ନାଇ ଉବୁଟୁବୁ ହେଉଥିବା ବେଳେ ଉତ୍ତର ତାମିଲନାଡୁରେ ସ୍ବାଭାବିକ ଜୀବନଯାତ୍ରା ବାଧ୍ୟାପ୍ରାପ୍ତ ହୋଇଛି । ବର୍ଷା ବିତ୍ପାତରେ ଚେନ୍ନାଇରେ (Chennai) ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଆଜି ମଧ୍ଯାହ୍ନ ପରେ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବୋହିବ । ସୂଚନା ଅନୁଯାୟୀ, ବାତ୍ୟା ‘ମିଗଜୋମ୍’ (Cyclone Michaung) ପ୍ରଭାବରେ ଗତ ରବିବାରଠାରୁ ଚେନ୍ନାଇ ଓ ପଣ୍ତିଚେରୀରେ ପ୍ରବଳ ବର୍ଷା ଜାରି ରହିଥିବାରୁ ମଙ୍ଗଳବାର ତାମିଲନାଡୁର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଅଫିସକୁ ଛୁଟି ଘୋଷଣା କରାଯାଇଛି । ତାମିଲନାଡୁ, ଆନ୍ଧ୍ର ଓ ୟାନମ୍ ରେ ରେର୍ଡ଼ ଆଲର୍ଟ ଜାରି ହୋଇଛି । ସେପଟେ ବର୍ଷା ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ (Chennai Airport) ରନୱେ ବର୍ଷା ପାଣିରେ ବୁଡିଯାଇଥିବାରୁ ରାତି ୧୧ଟା ପର୍ଯ୍ୟନ୍ତ ୭୦ଟି ବିମାନକୁ ବାତିଲ ସହ ଦିଗ ପରିବର୍ତ୍ତନ କରିଦିଆଯାଇଛି । ୧୨ଟି ଘରୋଇ ବିମାନ ଓ ୪ଟି ଅନ୍ତର୍ଜାତୀୟ ବିମାନ ବାତିଲ କରାଯିବା ସହ ଆସୁଥିବା ୩ଟି ଅନ୍ତର୍ଜାତୀୟ ବିମାନକୁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି। ଚେନ୍ନାଇ ବିମାନ ବନ୍ଦରର ରନୱେ ମଙ୍ଗଳବାର ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ।

Also Read-Cyclone Update: ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତାକାଲି ମଧ୍ୟାହ୍ନରେ ଏହି ବାତ୍ୟା ନେଲ୍ଲୋର ଓ ମଛଲିପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବେସିନ୍ ବ୍ରିଜ୍ ଓ ବ୍ୟାସରପଦୀ ମଧ୍ୟରେ ଥିବା ୧୪ ନମ୍ବର ପୋଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଫଳରେ ଡକ୍ଟର ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନରୁ ବାହାରିଥିବା ୬ଟି ଟ୍ରେନକୁ ବାତିଲ କରାଯାଇଛି। ଏଥିସହ ୧୪ଟି ମେଟ୍ରୋରେ ପାଣି ଜମି ରହିଥିବାରୁ ଏହାକୁ ବନ୍ଦ କରି ଦିଆଯାଇଛି। ରିଲିଫ୍ କାର୍ଯ୍ୟରେ ସହଯୋଗ କରିବାକୁ ଦଳୀୟ କର୍ମୀଙ୍କୁ ବିଜେପି ସଭାପତି ଜେପି ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି। ୪ଟି ଜିଲ୍ଲାରେ ସରକାର ୨ ଦିନ ଛୁଟି ଘୋଷଣା କରିଛନ୍ତି। ପ୍ରକାଶ ଥାଉ କି, ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଓ ୫ ତାରିଖରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

 

 

 

 

{}{}