Hindi News >>Home >>Odisha National-International

Love Story: ମନ ନେଇ ଗଲା ୟୁପି ବଏ, ଦକ୍ଷିଣ-କୋରିଆରୁ ଉଡ଼ି ଏବେ ଭାରତରେ କିମ୍

Love Story:ସାତ ଦରିଆ ଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ହୃଦୟର ସମ୍ପର୍କ ଖୁବ୍ ନିବିଡ଼। ଅନେକ ବିବିଧତା ମଧ୍ୟରେ ଯଦି କୌଣସି ଜିନିଷ ଆମକୁ ଏକାଠି କରିଥାଏ ତା’ ହେଉଛି ପ୍ରେମ। ପ୍ରେମ ନା ମାନିଥାଏ ବନ୍ଧ ବାଡ଼ ନା କୌଣସି ବାଧା। ତେବେ ପ୍ରେମ(Love) ପାଇଁ ଅନେକ ଲୋକ ନିଜ ଘର-ପରିବାର, ରାଜ୍ୟ, ଦେଶ ଛାଡ଼ି ଆଗକୁ ବଢ଼ିଆସୁଥିବା ଅନେକ ଖବର ଆପଣ ସୁଣିଥିବେ। 

Advertisement
Love Story: ମନ ନେଇ ଗଲା ୟୁପି ବଏ, ଦକ୍ଷିଣ-କୋରିଆରୁ ଉଡ଼ି ଏବେ ଭାରତରେ କିମ୍
Stop
Priyambada Rana|Updated: Aug 21, 2023, 12:38 PM IST

Love Story:ସାତ ଦରିଆ ଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ହୃଦୟର ସମ୍ପର୍କ ଖୁବ୍ ନିବିଡ଼। ଅନେକ ବିବିଧତା ମଧ୍ୟରେ ଯଦି କୌଣସି ଜିନିଷ ଆମକୁ ଏକାଠି କରିଥାଏ ତା’ ହେଉଛି ପ୍ରେମ। ପ୍ରେମ ନା ମାନିଥାଏ ବନ୍ଧ ବାଡ଼ ନା କୌଣସି ବାଧା। ତେବେ ପ୍ରେମ(Love) ପାଇଁ ଅନେକ ଲୋକ ନିଜ ଘର-ପରିବାର, ରାଜ୍ୟ, ଦେଶ ଛାଡ଼ି ଆଗକୁ ବଢ଼ିଆସୁଥିବା ଅନେକ ଖବର ଆପଣ ସୁଣିଥିବେ। ଏପରି ଏକ ପ୍ରେମ କାହାଣୀ ଆସିଛି ଉତ୍ତର ପ୍ରଦେଶର ଶାହାଜାନପୁରରୁ ।

ଭାରତୀୟ ଯୁବକଙ୍କୁ ପ୍ରେମରେ ପାଗଳିନୀ ହୋଇ ନିଜ ଦେଶ ଛାଡ଼ି ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି ଜଣେ ଯୁବତୀ। ୨୮ ବର୍ଷିୟ ପ୍ରେମିକ ସୁଖଜିତ୍‌ ସିଂହ ଦକ୍ଷିଣ କୋରିଆରେ ଏକ କଫି ଦୋକାନରେ କାମ କରୁଥିବା ବେଳେ ସେଠାରେ ସେ ବୋହ୍‌ ନି ନାମ୍ନୀ(Korean Girl) ଏହି ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଉଭୟ ସୁଖଜିତ୍‌ ଓ ବୋହ୍‌ ୪ ବର୍ଷ ଧରି ସେଠାରେ ଲିଭ୍-ଇନ୍ ରିଲେସନରେ ରହିବା ପରେ ଶେଷରେ ବିବାହରେ କରି ଏକ ନୂଆ ଜୀବନ ଗଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

 ସେପଟେ ପ୍ରଥମ ଦେଖାରେ ସୁଖଜିତ୍‌ କିମଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ତାଙ୍କୁ ସହ କଥା ହେବା ପାଇଁ ସେ ମାସ କେଇଟା ମଧ୍ୟରେ କୋରିଆନ୍ ଭାଷା ଶିଖି ଯାଇଥିଲେ। ସୁଖଜିତ୍‌ ସିଂହ କହିଛନ୍ତି, କିମ୍‌ ଓ ମୋ ଭିତରେ ଥିବା ଭାବ ବିନିମୟ ସମସ୍ୟା ଦୂର କରିବା ଲାଗି ମୁଁ  ମାତ୍ର ୨ ରୁ ୪ ମାସ ମଧ୍ୟରେ କୋରିଆ ଭାଷା ଶିଖିଗଲି। ପରିବାର ଲୋକଙ୍କ ସମ୍ମତି କ୍ରମେ ୪ ବର୍ଷ ଏକତ୍ର ରହିବା ପରେ ଆମେ ବିବାହ କରିବାକୁ ଏବେ ନିଷ୍ପତ୍ତି ନେଇଛୁ।

ଭାରତରେ ରହିବା ଲାଗି କିମ୍‌ ବୋହ୍‌ ନି ମାତ୍ର ୫ ବର୍ଷ ପାଇଁ ‘ଭିସା’ ପାଇଛନ୍ତି। ସମ୍ପ୍ରତି ସେ ମାସକ ପାଇଁ ଶାହାଜାହାନପୁର ଅନ୍ତର୍ଗତ ଉଦ୍‌ନା ଗ୍ରାମରେ ରହୁଥିଲେ ମଧ୍ୟ ଦକ୍ଷିଣ କୋରିଆ ଯିବାପାଇଁ ସେ ଆଗ୍ରହୀ। ପରେ ଭବିଷ୍ୟତରେ ସେ ପୁଣି ଭାରତକୁ ଆସିବେ ବୋଲି କହିଛନ୍ତି ଏବଂ ପରିଶେଷରେ ଦୁହେଁ ଯାଇ ଦକ୍ଷିଣ କୋରିଆରେ ବାସ କରିବେ ବୋଲି ସ୍ଥିର କରିଛନ୍ତି।

Also Read: Road Accident: ଘାଇକୁ ଖସିଲା ବସ୍ ୮ ମୃତ, ଏକାଧିକ ଆହତ

Read More
{}{}