Hindi News >>Home >>Odisha National-International

Crime: ପ୍ରେମିକାକୁ ରାସ୍ତା ଉପରେ ହତ୍ୟା ଉଦ୍ୟମ ଘଟଣା, ଅଭିଯୁକ୍ତ ଅଶ୍ବଜିତ୍ ଗିରଫ

Crime News: ପ୍ରେମିକାକୁ ଗାଡ଼ି ଚଢାଇ ଜୀବନରୁ ମାରିଦେବାକୁ ହତ୍ୟା ଉଦ୍ୟମ ଅଭିଯୋଗରେ ଅଶ୍ବଜିତ୍ ଗାୟକୱାଡ଼ (Ashwajit Gaikwad)କୁ ରବିବାର ଗିରଫ କରିଛି ପୋଲିସ । ଡିସିପିଙ୍କ ନିର୍ଦ୍ଦେଶରେ ଏସଆଇଟି ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାସହ ଏଥିରେ ବ୍ୟବହାର କରାଯାଇଥିବା କାରକୁ ମଧ୍ୟ ଜବତ କରାଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 18, 2023, 09:59 AM IST

Crime News: ପ୍ରେମିକାକୁ ଗାଡ଼ି ଚଢାଇ ଜୀବନରୁ ମାରିଦେବାକୁ ହତ୍ୟା ଉଦ୍ୟମ ଅଭିଯୋଗରେ ଅଶ୍ବଜିତ୍ ଗାୟକୱାଡ଼ (Ashwajit Gaikwad)କୁ ରବିବାର ଗିରଫ କରିଛି ପୋଲିସ । ଡିସିପିଙ୍କ ନିର୍ଦ୍ଦେଶରେ ଏସଆଇଟି ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାସହ ଏଥିରେ ବ୍ୟବହାର କରାଯାଇଥିବା କାରକୁ ମଧ୍ୟ ଜବତ କରାଯାଇଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜ୍ୟ ରାଜପଥ ଉନ୍ନତିକରଣ କର୍ପୋରେସନ୍ (MSRDC) ଏମଡ଼ି ଅନୀଲ କୁମାର ଗାଏକୱାଡ଼ଙ୍କ ପୁଅ ଅଶ୍ବଜିତ୍ ଗାଏକୱାଡ଼ଙ୍କ ଉପରେ ୨୬ ବର୍ଷିୟା ପ୍ରେମିକା ତଥା ଇନଷ୍ଟାଗ୍ରାମ ଇନଫ୍ଲୁଏନସର ପ୍ରିୟା ସିଂ (PRIYA SINGH) ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ପ୍ରିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ନ୍ୟାୟ ଦାବି କରିଥିଲେ। ଏନେଇ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ରବିବାର ପ୍ରିୟା ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ଏପରି କି, କିଛି ପୋଲିସ କର୍ମୀ ତାଙ୍କ ସମ୍ପର୍କୀୟଙ୍କ ଅନୁପସ୍ଥିତିରେ ହସ୍ପିଟାଲରେ ପହଞ୍ଚି କିଛି ପେପରରେ ପ୍ରିୟାଙ୍କ ଦସ୍ତଖତ ନେବାକୁ ଉଦ୍ୟମ କରିଥିଲେ । କିନ୍ତୁ ପ୍ରିୟା ଦସ୍ତଖତ କରିବାକୁ ମନା କରିଦେଇଥିଲେ । ଏନେଇ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ପୋଲିସ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଉପରେ ଧାରା ୩୦୭ ଲଗାଯାଇ ସେମାନଙ୍କ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପ୍ରିୟା । ମହାରାଷ୍ଟ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ପୂରା ଭରସା ରହିଛି । ତାଙ୍କୁ ଉଚିତ୍ ନ୍ୟାୟ ମିଳିବ ବୋଲି ପ୍ରିୟା ସିଂ ମତ ଦେଇଛନ୍ତି । ଅଶ୍ୱଜିତ୍ ବିଜେପି ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରୁଛନ୍ତି । ସେପଟେ ଅଶ୍ୱଜିତଙ୍କ ପରିବାର ଲୋକେ କିନ୍ତୁ ପ୍ରିୟାଙ୍କ ଅଭିଯୋଗକୁ ଖଣ୍ତନ କରିଛନ୍ତି । ଯୁବତୀ ଲଗାଇଥିବା ଅଭିଯୋଗ ସମ୍ପର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟ ଅଟେ । ଜବରଦସ୍ତି ଟଙ୍କା ଆଦାୟ କରିବାକୁ ସେ ଏପରି ଅଭିଯୋଗ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Also Read-Sajjan Jindal: କାହିଁକି ଗିରଫ ହେଲେ ସଜ୍ଜନ୍ ଜିନ୍ଦଲ? ଜାଣନ୍ତୁ ପୂରା ଘଟଣାକ୍ରମ...

ପ୍ରକାଶ ଥାଉ କି, ଅଶ୍ବଜିତ ପୂର୍ବରୁ ବିବାହିତ ଜାଣି ମଧ୍ଯ ପ୍ରିୟା ତାଙ୍କ ସହ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲେ । ଗତ ୧୧ ତାରିଖ ଦିନ ପ୍ରିୟା ଅଶ୍ୱଜିତଙ୍କୁ ଦେଖା କରିବା ପାଇଁ ଥାଣେ ଅଞ୍ଚଳରେ ଥିବା ଏକ ହୋଟେଲକୁ ଯାଇଥିଲେ। କିନ୍ତୁ ସେଠାରେ ଅଶ୍ୱଜିତ ଓ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । ଏହାପରେ ପ୍ରିୟା ଓ ଅଶ୍ୱଜିତଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ଅଶ୍ୱଜିତ ଓ ତାଙ୍କର ୩ ଜଣ ସାଙ୍ଗ ପ୍ରିୟାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ଜୀବନ ବିକଳରେ ପ୍ରିୟା ବାହାରକୁ ଦୌଡ଼ି ପଳାଇଥିଲେ। ଏହାପରେ ତାଙ୍କ ଉପରକୁ ଗାଡ଼ି ଚଢାଇ ଦେବାକୁ ଅଶ୍ୱଜିତ ଡ୍ରାଇଭରକୁ କହିଥିଲେ । ଡ୍ରାଇଭର କାର ଚଢାଇଦେବାରୁ ଘଟଣାସ୍ଥଳରେ ପ୍ରିୟାଙ୍କ ଅବସ୍ଥା (PRIYA SINGH) ଗୁରୁତର ହୋଇଥିଲା । ରାସ୍ତାରେ ଯାଉଥିବା କିଛି ଲୋକ ପ୍ରିୟାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

 

 

Read More
{}{}