Hindi News >>Home >>Odisha National-International

Cracker Ban: ଆତସବାଜି ନିଷେଧାଦେଶକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ ରାୟ, ଜାଣନ୍ତୁ କ'ଣ କହିଲେ

Supreme Court On Firecracker Ban: ଦିଲ୍ଲୀରେ ଆତସବାଜି ଉପରେ ଲାଗିଥିବା ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।  କୋର୍ଟ କହିଛନ୍ତି ଯେ ଲୋକମାନେ ନିଶ୍ୱାସ ନେବା ଉଚିତ୍ ଓ ମିଠା ପାଇଁ ସେମାନଙ୍କ ଟଙ୍କା ଅଧିକ ଖର୍ଚ୍ଚ କରିବା ଉଚିତ୍ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Oct 20, 2022, 03:53 PM IST

Supreme Court On Firecracker Ban: ଦିଲ୍ଲୀରେ ଆତସବାଜି ଉପରେ ଲାଗିଥିବା ନିଷେଧାଦେଶ (Cracker Ban) ବିରୋଧରେ ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ (Supreme Court) ଗୁରୁବାର ଦିନ ଜରୁରୀକାଳିନ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଦିଅନ୍ତୁ ଓ ନିଜର ଟଙ୍କା ମିଠା ପାଇଁ ଅଧିକ ଖର୍ଚ୍ଚ କରିବା ଉଚିତ୍ । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ (Delhi High Court) ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (DPCC) ର ସମସ୍ତ ପ୍ରକାରର ଫାୟାରକ୍ରାକର (Firecracker) ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଥିଲେ ।

ଜଷ୍ଟିସ୍ ଯଶବନ୍ତ ଭର୍ମା ଦୁଇଜଣ ବ୍ୟବସାୟୀଙ୍କ ସେହି ଯାଚିକାକୁ ଖାରଜ କରିଥିଲେ ଯେଉଁଥିରେ ପର୍ବ ସମୟରେ କେବଳ ସବୁଜ କ୍ରାକର କିଣିବା, ବିକ୍ରୟ ଓ ସଂରକ୍ଷଣ ପାଇଁ ଅନୁମତି ମଗାଯାଇଥିଲା । ଅଦାଲତ କହିଛନ୍ତି ଯେ ହାଇକୋର୍ଟ ଏଭଳି ମାମଲାକୁ ନିରପେକ୍ଷ ଭାବରେ ଦେଖିବା ଠିକ୍ ନୁହେଁ, କାରଣ ଏହି ପ୍ରସଙ୍ଗ ସର୍ବୋଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରୁଥିବା ଜଣାପଡିଛି । ତେବେ କୋର୍ଟ କହିଛନ୍ତି, "ଆବେଦନକାରୀମାନେ ସେମାନଙ୍କ ଅଭିଯୋଗ ପାଇଁ ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନେବାକୁ ମୁକ୍ତ ଅଟନ୍ତି । କୋର୍ଟ କହିଛନ୍ତି ଯେ ରେକର୍ଡରେ ରଖାଯାଇଥିବା ସାମଗ୍ରୀ ଉପରେ କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଦୀପାବଳି ସମୟରେ ଆତସବାଜି ବ୍ୟବହାର ଦ୍ୱାରା ପ୍ରଦୂଷଣକୁ ପ୍ରଥମେ ସୁପ୍ରିମକୋର୍ଟ (ଗୋଟିଏ ମାମଲାରେ) ବିଚାର କରିଥିଲେ ।"

ଆବେଦନକାରୀମାନେ ଯୁକ୍ତି ବାଢିଥିଲେ ଯେ ସେପ୍ଟେମ୍ବର ୧୪ ରେ ଡିପିସିସି ଦ୍ୱାରା ଶେଷ ମୁହୂର୍ତ୍ତର ପ୍ରତିବନ୍ଧକ ମନମୁଖୀ ଓ ବେଆଇନ ଅଟେ । ଏହା ସେମାନଙ୍କ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଅନ୍ୟପକ୍ଷରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ପୂର୍ବ ଦିନ କହିଥିଲେ ଯେ ଜାତୀୟ ରାଜଧାନୀରେ ଫାୟାରକ୍ରାକର ତିଆରି, ସଂରକ୍ଷଣ ଓ ବିକ୍ରୟ କରିବା ଏକ ଦଣ୍ଡନୀୟ ଅପରାଧ ଓ ଏଥିପାଇଁ ୫୦୦୦ ଟଙ୍କା ଜରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ହୋଇପାରେ । ଫାୟାରଫ୍ରାକର କିଣିବା ଓ ବିସ୍ଫୋରଣ କରିବା ପାଇଁ ୨୦୦ ଟଙ୍କା ଜରିମାନା ଓ ଛଅ ମାସ ଜେଲଦଣ୍ଡ ଦିଆଯାଇପାରେ ।

ଦିଲ୍ଲୀ ହାଇକୋର୍ଟରୁ ଝଟକା ପାଇବା ପରେ ସୁପ୍ରିମକୋର୍ଟ ମଧ୍ୟ ଫାୟାରଫ୍ରାକର ବିକ୍ରେତାମାନଙ୍କୁ ପରାମର୍ଶ ଦେବା ସହ ଏକ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲେ । ସୁପ୍ରିମକୋର୍ଟ ଆତସବାଜି ବିକ୍ରେତାମାନଙ୍କୁ ଦିଲ୍ଲୀର ଲୋକଙ୍କୁ ନିର୍ମଳ ପବନ ନିଶ୍ୱାସ ନେବାକୁ ଓ ମିଠା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଶୁଣାଣି କରିବାକୁ ମନା କରିବାର ଅର୍ଥ ହେଉଛି ଯେ ଦୀପାବଳି, ଛଟ ପୂଜା ସମେତ ସମସ୍ତ ପର୍ବରେ  ଦିଲ୍ଲୀ-ଏନସିଆରରେ ଥିବା ଆତସବାଜି ବ୍ୟପାରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ ହେବ ।

ଏହା ବି ପଢ଼ନ୍ତୁ: Jobs News: ଦୀପାବଳିରେ ୭୫୦୦୦ ଯୁବବର୍ଗଙ୍କୁ ଚାକିରି ଦେବେ ପ୍ରଧାନମନ୍ତ୍ରୀ; ଏହି ଦିନ କରିବେ ଘୋଷଣା

ଏହା ବି ପଢ଼ନ୍ତୁ: India vs Pakistan: ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନା ନାହିଁ? କ୍ରୀଡ଼ା ମନ୍ତ୍ରୀ ଦେଲେ ଏହି ଜବାବ

 

Read More
{}{}