Hindi News >>Home >>Odisha National-International

Covid-19 4th wave scare: ଏଣିକି ମାସ୍କ ବ୍ୟବହାର ବାଧ୍ୟତାମୂଳକ, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନେବେ ବଡ଼ ପଦକ୍ଷେପ

କର୍ଣ୍ଣାଟକ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲାକେ ୨୩ ମଇରେ ୧୦୦ଟି ନୂତନ କୋଭିଡ୍ ମାମଲା ରିପୋର୍ଟ କରାଯାଇଥିଲା, ଆଉ ଦୁଇ ସପ୍ତାହ ପରେ ରବିବାର ଦୈନିକ ମାମଲା ଦ୍ୱିଗୁଣିତ ହୋଇ ୨୯୧କୁ ବୃଦ୍ଧି ପାଇଛି।   

Advertisement
ଫାଇଲ ଫଟୋ
Stop
Zee Odisha Desk|Updated: Jun 07, 2022, 07:19 AM IST

ବାଙ୍ଗାଲୁରୁ: ଦେଶରେ ପୁଣି ଥରେ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ସଂକ୍ରମଣ ହାର ବଢିଛି। ବେଙ୍ଗାଲୁରୁରେ କୋଭିଡ ମାମଲାରେ ବଢ଼ିବା କାରଣରୁ ସୋମବାର ସ୍ଥାନୀୟ ପୌରସଂସ୍ଥା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। କୋଭିଡ ସଂକ୍ରମଣ କମିବା ପରେ କର୍ଣ୍ଣାଟକ ସରକାର ଏହି ନିର୍ଦ୍ଦେଶନାମା ପ୍ରତ୍ୟାହୃତ କରିଥିଲେ। କର୍ଣ୍ଣାଟକ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲାକେ ୨୩ ମଇରେ ୧୦୦ଟି ନୂତନ କୋଭିଡ୍ ମାମଲା ରିପୋର୍ଟ କରାଯାଇଥିଲା, ଆଉ ଦୁଇ ସପ୍ତାହ ପରେ ରବିବାର ଦୈନିକ ମାମଲା ଦ୍ୱିଗୁଣିତ ହୋଇ ୨୯୧କୁ ବୃଦ୍ଧି ପାଇଛି। 

ସୋମବାର ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମାଇ ସଙ୍କେତ ଦେଇଛନ୍ତି ଯେ, ଦୈନିକ କୋରୋନା ମାମଲାରେ ବୃଦ୍ଧି ପାଉଥିବାରୁ ସରକାର ଆସନ୍ତା କିଛି ଦିନ ମଧ୍ୟରେ କୋଭିଡ୍ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ନିଷ୍ପତ୍ତି ନେବେ। ତେବେ ସରକାର କିଛି ନିୟାମକ ବ୍ୟବସ୍ଥା କରିସାରିଥିବାରୁ ଆତଙ୍କିତ କିମ୍ବା ଚିନ୍ତାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Also Read: ଅଧ୍ୟକ୍ଷାଙ୍କ ଇସାରାରେ ଚାଲୁଛି ପୌର ପାଳିକା! କାଉଁସିଲର ଘର ଆଗରେ ଧାରଣା ଦେବେ ସଫେଇ କର୍ମଚାରୀ

କର୍ଣ୍ଣାଟକ କୋଭିଡ୍ ଅପଡେଟ୍-

  • କୋଭିଡ୍ ମାମଲା ବଢିବା ପରେ ଆମର ମୁଖ୍ୟ ସଚିବ-ସ୍ୱାସ୍ଥ୍ୟ ସମସ୍ତ ଜିଲ୍ଲାର ଅଧିକାରୀଙ୍କ ସହ ବୈଠକ କରିବେ ଏବଂ ସେଠାରେ ଥିବା କୋଭିଡ୍ ପରିଚାଳନା ପଦକ୍ଷେପ ସମୀକ୍ଷା କରିବେ ଏବଂ ମୋତେ ଏକ ରିପୋର୍ଟ ଦାଖଲ କରିବେ ବୋଲି ବାସଭାରାଜ ବୋମ୍ମାଇ କହିଛନ୍ତି।
  • କୋରୋନା ବିଷୟରେ କାହାର ଅନାବଶ୍ୟକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ଆମେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇସାରିଛୁ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ବମ୍ମାଇ କହିଛନ୍ତି।
  • ବେଙ୍ଗାଲୁରୁ, ସହରର ପୌରସଂସ୍ଥା ସର୍ବସାଧାରଣ ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରିଛି ଏବଂ କୋଭିଡ ଟେଷ୍ଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।
  • ଲୋକଙ୍କୁ ମାସ୍କ ପିନ୍ଧିବା ବିଷୟରେ ଶିକ୍ଷା ଦେବା ପାଇଁ ବେଙ୍ଗାଲୁରୁର ମୁଖ୍ୟ କମିଶନର ସମସ୍ତ ମାର୍ଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ମଲ୍ ସମେତ ସର୍ବସାଧାରଣ ସ୍ଥାନରେ ମାସ୍କ ସୁନିଶ୍ଚିତ କରୁଛନ୍ତି।
  • କର୍ଣ୍ଣାଟକର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇ ଦେଇଛି ଯେ, ସହରରେ କୋଭିଡ ମାମଲା ଦୁଇ ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଛି। ତେଣୁ ଭବିଷ୍ୟତର ସ୍ଥିତ ଭୟାନକ ହେବା ଆଶଙ୍କା ରହିଛି।

Also Read: Today Petrol Diesel Rate : କେତେ ଶସ୍ତା ହେଲା ପେଟ୍ରୋଲ, ଡିଜେଲ? ତେଲ ପକାଇବା ପୂର୍ବରୁ ଥରେ

କେବଳ କର୍ଣ୍ଣାଟକ ନୁହଁ, ମହାରାଷ୍ଟ୍ରରେ ମଧ୍ୟ ସମାନସ୍ଥିତି ଦେଖିବାକୁ ମିଳିଛି। ଜୁନ ପହିଲାରୁ ଦୈନିକ କୋଭିଡ୍ ମାମଲା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ, ତେବେ ପିଲାଙ୍କ ଠାରେ ପୁଣି ଥିରେ କୋରୋନା ସଂକ୍ରମଣ ବଢିବା ଆଶଙ୍କା ମଧ୍ୟ ରହିଛି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ଟିକାକରଣ କରିବାକୁ ଅନୁରୋଧ କରିଛନ୍ତି। 'ମୁମ୍ବାଇ, ଥାଣେ, ରାଇଗଡ ଏବଂ ପାଲଘର ସମେତ ୬ଟି ଜିଲ୍ଲାରେ କୋଭିଡ୍ ପଜିଟିଭିଟି ହାର ବୃଦ୍ଧି ପାଉଛି। ଏହି ଜିଲ୍ଲାଗୁଡିକରେ କୋଭିଡ ପରୀକ୍ଷା ବୃଦ୍ଧି କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ମାସ୍କ ପିନ୍ଧିବା ଏବଂ ଟିକାକରଣ କରିବାକୁ ଆମେ ଲୋକଙ୍କୁ ନିବେଦନ କରୁଛୁ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

 

 

 

 

 

Read More
{}{}