Hindi News >>Home >>Odisha National-International

ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

Coronavirus in India: ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୩ ଲକ୍ଷ ୬୨ ହଜାର ୨୯୪ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୭ ଲକ୍ଷ ୪୯ ହଜାର ୫୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୮୮ ହଜାର ୨୮୪ କୋରୋନାର ସକ୍ରିୟ ମାମଲା ରହିଛି । 

Advertisement
ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି
Stop
Zee Odisha Desk|Updated: Jun 24, 2022, 10:11 AM IST

ନୂଆଦିଲ୍ଲୀ: Coronavirus in India: ସାରା ଦୁନିଆରେ ଏବେବି କୋରୋନା ମହାମାରୀ ସଙ୍କଟ ଜାରି ରହିଛି । ଅନେକ ଦେଶ ଏହି ମହାମାରୀ ସହ ଲଢ଼େଇ କରୁଛି । ଭାରତରେ ମଧ୍ୟ ଲଗାତର କୋରୋନା ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି । ଯାହା ଟିନ୍ତାର ବିଷୟର ପାଲଟିଛି । ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୩୩୬ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୦୨୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୪,୨୯୪ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ଗତକାଲି କୋରୋନାର ୧୩,୩୧୩ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ଭୂତାଣୁ ଯୋଗୁଁ ୩୮ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୩ ଲକ୍ଷ ୬୨ ହଜାର ୨୯୪ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୭ ଲକ୍ଷ ୪୯ ହଜାର ୫୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୮୮ ହଜାର ୨୮୪ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୪ ହଜାର ୯୫୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତ କଲେ ବଡ଼ ଘୋଷଣା, କଂଗ୍ରେସ-ଏନସିପିର ବଢ଼ିଲା ଚିନ୍ତା!

ଏହା ବି ପଢ଼ନ୍ତୁ:-'ଦେଶର ମହାନ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ'

ଏହା ବି ପଢ଼ନ୍ତୁ:-କାମ ଦେଲାନି ଉଦ୍ଧବ ଠାକରେଙ୍କ ଇମୋସନାଲ କାର୍ଡ: ଆଉ ୭ ବିଧାୟକ ପହଞ୍ଚିଲେ ଗୁଆହାଟୀ, ସିନ୍ଦେଙ୍କ ସମର୍ଥନରେ ଆସିଲେ ୧୭ ଶିବସେନା ସାଂସଦ!

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜୁନ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୯୬ କୋଟି ୭୭ ଲକ୍ଷ ୩୩ ହଜାର ୨୧୭ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ଲକ୍ଷ ୭୧ ହଜାର ୧୦୭ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୮୫ କୋଟି ୯୮ ଲକ୍ଷ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୧ ହଜାର ୬୪୯ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨.୦୩  ପ୍ରତିଶତ ରହିଛି । 

ଉଲ୍ଲେଖନୀୟ ବିଷୟ ହେଉଛି, ୭ ଅଗଷ୍ଟ ୨୦୨୦ରେ ଦେଶରେ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ, ୨୩ ଅଗଷ୍ଟ ୨୦୨୦ରେ ୩୦ ଲକ୍ଷ ଏବଂ ୫ ସେପ୍ଟେମ୍ବର ୨୦୨୦ରେ ୪୦ ଲକ୍ଷରୁ ଅଧିକ ହୋଇଯାଇଥିଲା । ସଂକ୍ରମଣର ମୋଟ ମାମଲା ୧୬ ସେପ୍ଟେମ୍ବର ୨୦୨୦ରେ ୫୦ ଲକ୍ଷ, ୨୮ ସେପ୍ଟେମ୍ବର ୨୦୨୦ରେ ୬୦ ଲକ୍ଷ, ୧୧ ଅକ୍ଟୋବର ୨୦୨୦ରେ ୭୦ ଲକ୍ଷ, ୨୯ ଅକ୍ଟୋବର ୨୦୨୦ରେ ୮୦ ଲକ୍ଷ ଏବଂ ୨୦ ନଭେମ୍ବର ୨୦୨୦ରେ ୯୦ ଲକ୍ଷ ଅତିକ୍ରମ କରିଥିଲା ।

ଦେଶରେ ୧୯ ଡିସେମ୍ବର ୨୦୨୦ରେ ଏହି ମାମଲା ୧ କୋଟି ଅତିକ୍ରମ କରିଥିଲା । ଗତ ବର୍ଷ ମେ ୪ରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରିଥିଲା ​​ଓ ୨୩ ଜୁନ୍ ୨୦୨୧ରେ ଏହା ୩ କୋଟି ଅତିକ୍ରମ କରିଥିଲା । ଚଳିତ ବର୍ଷ ଜାନୁଆରୀ ୨୬ରେ ଏହି ମାମଲା ଚାରି କୋଟି ଅତିକ୍ରମ କରିଥିଲା ।

Read More
{}{}