Hindi News >>Home >>Odisha National-International

President Droupadi Murmu: ରାଷ୍ଟ୍ରପତିଙ୍କ ଜଗନ୍ନାଥ ଦର୍ଶନକୁ ନେଇ ବଢୁଛି ବିବାଦ, ଜାତିଆଣ ବିବାଦକୁ ଦର୍ଶା ଯାଉଛି ମୂଳ କାରଣ

  ନୂଆଦିଲ୍ଲୀ: ଗତ ଶ୍ରୀଗୁଣ୍ଡିଚା ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ଦିନ ସେ ଦିଲ୍ଲୀ ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରକୁ ଯାଇ ଗର୍ଭଗୃହ ବାହାରେ ଛିଡ଼ା ହୋଇ ରାଷ୍ଟ୍ରପତି ପୂଜା କରୁଥିବା ସମୟର ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥିଲା। ଯାହାକ

Advertisement
President Droupadi Murmu: ରାଷ୍ଟ୍ରପତିଙ୍କ ଜଗନ୍ନାଥ ଦର୍ଶନକୁ ନେଇ ବଢୁଛି ବିବାଦ, ଜାତିଆଣ ବିବାଦକୁ ଦର୍ଶା ଯାଉଛି ମୂଳ କାରଣ
Stop
Zee Odisha Desk|Updated: Jun 29, 2023, 01:56 PM IST

President Droupadi Murmu:  ନୂଆଦିଲ୍ଲୀ: ଗତ ଶ୍ରୀଗୁଣ୍ଡିଚା ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ଦିନ ସେ ଦିଲ୍ଲୀ ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରକୁ ଯାଇ ଗର୍ଭଗୃହ ବାହାରେ ଛିଡ଼ା ହୋଇ ରାଷ୍ଟ୍ରପତି ପୂଜା କରୁଥିବା ସମୟର ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡ଼ିଆରେ ଅନ୍ୟ କିଛି ମନ୍ତ୍ରୀମାନଙ୍କ ଫଟୋ ସହିତ ରାଷ୍ଟ୍ରପତିଙ୍କ ପୂଜା କରିବାର ଫଟୋକୁ ସଂଲଗ୍ନ କରାଯାଇ ତୁଳନା କରାଯାଉଛି। ସୋସିଆଲ ମିଡ଼ିଆରେ ଦାବି କରାଯାଉଛି କି ଜାତିଗତ କାରଣରୁ ତାଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଇନଥିଲା। କିନ୍ତୁ ଏହି ଦାବିକୁ ମନ୍ଦିର ପୂଜାରୀ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। 

ଏହାକୁ ନେଇ ବିବିସିରେ ଏକ ସ୍ୱତନ୍ତ୍ର ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛି। ଏହି ରିପୋର୍ଟରେ ବିବିସିରେ କୁହାଯାଇଛି କି ଏକ ଦାବି ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ତଥା ନୀଚ ଜାତି ବର୍ଗରୁ ଆସିଛନ୍ତି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ଓଡ଼ିଶାରୁ ଆସିଥିବା ଅନ୍ୟ ଦୁଇ ମନ୍ତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମହାପ୍ରଭୁଙ୍କ ଦର୍ଶନ ସମୟର ଉଭୟ ମନ୍ତ୍ରୀଙ୍କ ଫଟୋକୁ ମଧ୍ୟ ସ୍ଥାନିତ କରିଛି ବିବିସି। ତେବେ କେଉଁ କାରଣରୁ ରାଷ୍ଟ୍ରପତିଙ୍କୁ ମନ୍ଦିରର ଗର୍ଭଗୃହକୁ ଛଡ଼ା ଗଲା ନାହିଁ ବୋଲି ସୋସିଆଲ ମିଡ଼ିଆରେ ସାଧାରଣ ଲୋକମାନେ ପ୍ରଶ୍ନ କରିଛନ୍ତି ବୋଲି ବିବିସି କହିଛି। 

ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଜଗନ୍ନାଥ ମନ୍ଦିରର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲା ବିବିସି। ଏହି ଆଲୋଚନା ସମୟରେ ଜଗନ୍ନାଥ ମନ୍ଦିରର ପୂଜକ ସନାତନ ପାଢୀ କହିଛନ୍ତି କି ନ୍ଦିରର କିଛି ପ୍ରୋଟକଲ ରହିଛି । ରାଷ୍ଟପତି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଆସିଥିଲେ । ଏହି କାରଣରୁ ସେ ଗର୍ଭହୃହ ଭିତରକୁ ଯାଇନଥିଲେ। କିନ୍ତୁ କୌଣସି ଜାତିଗତ କାରଣରୁ ତାଙ୍କୁ ଛଡ଼ାଯାଇନଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ ବୋଲି ସନାତନ ବିବିସିକୁ କହିଛନ୍ତି। ଯାହାକୁ ବରଣ କରାଯିବ ସେ ହିଁ ଭିତରକୁ ଆସି ପୂଜା ଓ ପ୍ରାର୍ଥନା କରିପାରିବ ।

ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ଧିରେଧିରେ ତେଜିବାରେ ଲାଗିଛି। କିଛି ଲୋକ ଦାବି କରିଛନ୍ତି, ରାଷ୍ଟ୍ରପତିଙ୍କୁ ଗର୍ଭଗୃହ ଭିତରକୁ ଯିବାକୁ ଦିଆଯାଇନାହିଁ। ଆଉ ତାଙ୍କୁ ବାହାରୁ ହିଁ ପୂଜା କରିବାକୁ ପଡିଥିଲା। ଆଦିବାସୀ ହୋଇଥିବାରୁ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ ବୋଲି ଅନେକ ୟୁଜର୍ସ ଦାବି କରିଛନ୍ତି । ଲୋକ ରାଷ୍ଟ୍ରପତିଙ୍କୁ ଭେଦଭାବର ଶିକାର ହେବାକୁ ପଡିଛି ବୋଲି ଅଭିଯୋଗ କରିଛନ୍ତି । ସାମ୍ବାଦିକ ଦିଲ୍ଲୀପ ମଣ୍ଡଳ ଏ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ମହାରାଷ୍ଟ୍ରର ବିରୋଧୀ ମେଂଟ ଏମଭିଏ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇିଛି । 

Also Read: Suna Besha 2023: ଆଜି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ଏହି ସମୟରୁ ଆରମ୍ଭ ହେବ ଦର୍ଶନ

Also Read: Road Accident: ସଂକୀର୍ତ୍ତନ ପାଇଁ ଯାଉଥିବା ବେଳେ ଅଘଟଣ, ପିକଅପ୍ ଭ୍ୟାନ ଓଲଟି ଜଣେ ମୃତ, ଅନେକ ଆହତ

Also Read: Bakra Eid 2023: ଇଦ୍ ଅଲ୍- ଅଦାକୁ ନେଇ କ’ଣ ରହିଛି ପୌରାଣିକ କଥା, କାହିଁକି ଏହି ଦିନ ଦିଆଯାଇଥାଏ ପଶୁ ବଳି!

Read More
{}{}