Hindi News >>Home >>Odisha National-International

INS Vikrant: ଚୀନ କଥାର ପଡ଼ି ଭାରତକୁ ଧୋକ୍କା ଦେଇଥିଲା ଋଷିଆ?

Construction of INS Vikrant:  ବିମାନବାହକ ଯୁଦ୍ଧପୋତ ଆଇଏମଏସ ବିକ୍ରାନ୍ତ ନିର୍ମାଣ ଲାଗି ରଷିଆ ଷ୍ଟିଲ ଯୋଗାଇବାକୁ ମନା କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଅନ୍ତର୍ଜାତୀୟ କୂଟନୀତିରେ କୌଣସି ଦେଶ କାହାର ସହଯୋଗୀ ନୁହଁନ୍ତି। ଏହା ମଧ୍ୟ ଆଶଙ୍କା କରାଯାଉଥିଲା ଯେ ସେହି ସମୟରେ ଋଷିଆ, ଚୀନ ଚାପରେ ପଡ଼ି ଭାରତକୁ ଇସ୍ପାତ ଯୋଗାଇବାକୁ ମନା କରିଦେଇଥିଲା।

Advertisement
INS Vikrant: ଚୀନ କଥାର ପଡ଼ି ଭାରତକୁ ଧୋକ୍କା ଦେଇଥିଲା ଋଷିଆ?
Stop
Subhramjit Ray|Updated: Sep 06, 2022, 05:01 PM IST

Russia betrayed India: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହକ ଯୁଦ୍ଧପୋତ ଆଇଏମଏସ ବିକ୍ରାନ୍ତ ସେପ୍ଟମ୍ବର ୨ ତାରିଖରେ ଭାରତୀୟ ନୌସେନାର ସାମିଲ ହୋଇସାରିଛି। ଏହି ବଡ ସଫଳତା ସହିତ ଭାରତ ସେହି ଦେଶଙ୍କ ତାଲିକାରେ ଯୋଡ଼ି  ହୋଇଛି ଯେଉଁମାନଙ୍କ ପାଖରେ ଏକରୁ ଅଧିକ ବିମାନ ବାହକ ଯୁଦ୍ଧ ପୋତ ରହିଛି। ଆଇଏନଏସ ବିକ୍ରାନ୍ତ ଭାରତୀୟ ନୌସେନାକୁ ଏପରି ଶକ୍ତି ଦେଇଛନ୍ତି ଯାହା ବାବଦରେ ଶତ୍ରୁ ଦେଶ କେବେ କଳ୍ପନା କରି ପାରିବେ ନାହିଁ। ଭାରତ ସେହି ଶକ୍ତିଶାଳୀ ଦେଶ ତାଲିକାରେ ଯୋଡ଼ି ହୋଇଛି  ଯାହା ପାଖରେ ଏତେ ବଡ଼ ଜାହାଜକୁ ସ୍ୱଦେଶୀ ଭାବେ ତିଆରି କରିବାର କ୍ଷମତା ଅଛି। ହେଲେ ଏହି ସଫଳତା ହାସଲ କରିବା ପାଇଁ ବନ୍ଧୁଙ୍କ ସହ ଶତ୍ରୁଙ୍କ ପ୍ରତାରଣା ଭାରତକୁ ସାମ୍ନା କରିବାକୁ ପଡିଛି।

ଆଇଏନଏସ ବିକ୍ରାନ୍ତ (INS Vikrant) ସହିତ ଜଡିତ ଏକ କଠୋର ସତ୍ୟ ବାବଦରେ ଖୁବ୍ କମ୍ ଲୋକଙ୍କୁ ଜଣାଅନ୍ତି। ଏହାର ନିର୍ମାଣ ପାଇଁ ଆବଶ୍ୟକ ଷ୍ଟିଲ ପାଇବା ପାଇଁ ଭାରତ (India) ଏହାର ପାରମ୍ପରିକ ସହଯୋଗୀ ଋଷିଆ (Russia) ସହିତ ଏକ ଚୁକ୍ତି କରିଥାନ୍ତା। ହେଲେ ଋଷିଆ, ଭାରତକୁ ଷ୍ଟିଲ ଯୋଗାଇବାକୁ ମନା କରି ଦେଇଥିଲା। ମାତ୍ର ଏହା ଭାରତ ପାଇଁ କୌଣସି ନା କୌଣସି ସ୍ଥାନରେ ଠିକ ସାବ୍ୟସ୍ତ ହୋଇଥିଲା। କାରଣ ଷ୍ଟିଲ ଯୋଗାଇବାକୁ ଋଷିଆ ପ୍ରତ୍ୟାଖ୍ୟାନ କରିବା ପରେ ଭାରତୀୟ ବୈଜ୍ଞାନିକ ସ୍ୱଦେଶୀ ଜ୍ଞାନକୌଶଳରେ ବିମାନବାହକ ଯୁଦ୍ଧପୋତ ଆଇଏମଏସ ବିକ୍ରାନ୍ତ (Aircraft Carrieer INS Vikrant) ପାଇଁ ଉନ୍ନତ ଧରଣର ଷ୍ଟିଲ ଉତ୍ପାଦନ କରିଥିଲେ। 

Also Read: ଋଷିଆକୁ ପୃଥକ କରିବା ପାଇଁ ହେଉଥିବା ପ୍ରୟାସକୁ ସମର୍ଥନ କରିବ ନାହିଁ ଭାରତ: ଋଷୀୟ ରାଷ୍ଟ୍ରଦୂତ

ବିମାନବାହକ ଯୁଦ୍ଧପୋତ ଆଇଏମଏସ ବିକ୍ରାନ୍ତ ନିର୍ମାଣ ଲାଗି ରଷିଆ ଷ୍ଟିଲ ଯୋଗାଇବାକୁ ମନା କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଅନ୍ତର୍ଜାତୀୟ କୂଟନୀତିରେ କୌଣସି ଦେଶ କାହାର ସହଯୋଗୀ ନୁହଁନ୍ତି। ଏହା ମଧ୍ୟ ଆଶଙ୍କା କରାଯାଉଥିଲା ଯେ ସେହି ସମୟରେ ଋଷିଆ, ଚୀନ (China) ଚାପରେ ପଡ଼ି ଭାରତକୁ ଇସ୍ପାତ ଯୋଗାଇବାକୁ ମନା କରିଦେଇଥିଲା। ଯଦି ଋଷିଆ ସହ ଷ୍ଟିଲ ଯୋଗାଣ ଚୁକ୍ତି ସଫଳ ହୋଇଥାନ୍ତା ତାହେଲେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବିମାନବାହକ ଯୁଦ୍ଧପୋତ ଆହୁରି ଆଗରୁ ପ୍ରଥମେ ଭାରତୀୟ ନୌସେନାରେ (Indian Navy) ସାମିଲ ହୋଇଥାନ୍ତା। 

Also Read: ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଭାରତ ଲାଗି ଆସିଲା ଆଶ୍ୱସ୍ତିକର ଖବର

ଗତ ୨୦୦୫ ବର୍ଷରେ ଆଇଏମଏସ ବିକ୍ରାନ୍ତ ନିର୍ମାଣ ଲାଗି ଋଷିଆ ଇସ୍ପାତ ଯୋଗାଇବାକୁ ମନା କରିଦେଇଥିଲା। କୋଚିନ୍ ସିପିୟାର୍ଡ ଲିମିଟେଡ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମଧୁ ନାୟାର ଏହି ତଥ୍ୟ ପ୍ରକାଶ କରିଛନ୍ତି। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଋଷିଆ ୨୦୦୫ ବର୍ଷରେ ଆମକୁ ଇସ୍ପାତ ଦେବାକୁ ମନା କରିଦେଇଥିଲା। ଯାହା ପରେ ଭାରତ ସେହି ଷ୍ଟିଲ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲା। ଆଇଏମଏସ ବିକ୍ରାନ୍ତ ବିମାନ ବାହାକ ଯୁଦ୍ଧପୋତରେ ବ୍ୟବହୃତ ଷ୍ଟିଲ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ ପ୍ରସ୍ତୁତ କରିଛି। ଆଇଏମଏସ ବିକ୍ରାନ୍ତ ଯୁଦ୍ଧ ବିମାନରେ ବ୍ୟବହୃତ ଷ୍ଟିଲ ବାବଦରେ ପ୍ରତିକ୍ରିୟା ରଖିଥିଲେ ଏହା ଏକ ଉନ୍ନତ ଏବଂ ଅଧିକ ଶକ୍ତିଶାଳୀ ଧରଣର ଉନ୍ନତ ଇସ୍ପାତ।

 

Read More
{}{}