Hindi News >>Home >>Odisha National-International

Parivar Mulakat: ଜେଲରେ ଜୀବନସାଥି ସହ ରଖିପାରିବେ ଶାରୀରିକ ସମ୍ପର୍କ, କେବଳ କରିବାକୁ ପଡ଼ିବ ଏହି କାମ

Conjugal visits in Punjab: ଶାରୀରିକ ସମ୍ପର୍କ ମଣିଷର ମୌଳିକ ଅଧିକାର। କଏଦୀଙ୍କୁ ବି ମିଳୁଛି ଏହି ସୁବିଧା। ନିଜ ଜୀବନସାଥୀ ସହ ଜେଲରେ ଯୌନ ସମ୍ପର୍କ ରଖିବାକୁ ମିଳିଲା ଅନୁମତି। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କରୁଛନ୍ତି କାର୍ଯ୍ୟକାରୀ।

Advertisement
Parivar Mulakat: ଜେଲରେ ଜୀବନସାଥି ସହ ରଖିପାରିବେ ଶାରୀରିକ ସମ୍ପର୍କ, କେବଳ କରିବାକୁ ପଡ଼ିବ ଏହି କାମ
Stop
Shankarshan Bagh|Updated: Oct 13, 2022, 09:23 AM IST

Parivar Mulakat, ଅମ୍ରିତସର: ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ଯୌନ ସମ୍ପର୍କ, ବିବାହିତ ଦମ୍ପତିଙ୍କ ଏକ ମୌଳିକ ଅଧିକାର। ବଞ୍ଚିବାର ଅଧିକାର ଅଧିନରେ ଜଣେ କଏଦୀଙ୍କ ଠାରୁ ମଧ୍ୟ ଏହି ଅଧିକାର ଛଡେଇ ନିଆଯାଇ ପାରିବ ନାହିଁ। ଏଥିପାଇଁ ଆବଶ୍ୟକ ପଡିଲେ ପ୍ରଶାସନ ନିଜେ ବ୍ୟବସ୍ଥା କରିବ। ୨୦୧୫ରେ ଜସବୀର ସଂହ ବନାମ ପଞ୍ଜାବ ସରକାର ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି କଥା କହିଥିଲେ। ମାଦ୍ରାସ ହାଇକୋର୍ଟ ମଧ୍ୟ ଏକ ମୁଲାକାତ ମାମଲାର ଶୁଣାଣୀ ବେଳେ ଠିକ୍ ଏହି ଟିପ୍ପଣୀ କରିଥିଲେ। ତେବେ କୋର୍ଟଙ୍କ ସେତେବେଳର ନିର୍ଦ୍ଦେଶ ଏବେ କାର୍ଯ୍ୟକାରୀ ହୋଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବରେ ଜେଲରେ ଦମ୍ପତିଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନୁମତି ଦିଆଯାଇଛି।

ସେପ୍ଟେମ୍ବର ୧୫ରେ ପଞ୍ଜାବ ସରକାର 'ପରିବାର ମୁଲାକାତ' ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧିନରେ ପଞ୍ଜାବର କଏଦୀମାନେ ନିଜ ପତି-ପତ୍ନୀଙ୍କ ସହ କିଛି ସମୟ ବିତାଇ ପାରିବେ। ଗତ ମାସ ଠାରୁ କଏଦୀମାନଙ୍କୁ ସେମାନଙ୍କ ଜୀବନସାଥୀ ସହ କିଛି ଘଣ୍ଟା ବିତାଇବାକୁ ରାଜ୍ୟ ଜେଲ ବିଭାଗ ଅନୁମତି ଦେଇଛି। ଏଥିପାଇଁ ଜେଲ ପରିସରରେ ସ୍ୱତନ୍ତ୍ର କୋଠରୀ ମଧ୍ୟ ନିର୍ମାଣ କରାଯାଉଛି। ଏଭଳି ସୁବିଧା ଯୋଗାଇ ଦେବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ପାଲଟିଛି। ଏହି ପଦକ୍ଷେପ ଦ୍ୱାରା କଏଦୀଙ୍କ ବୈବାହିକ ସମ୍ପର୍କକୁ ମଜବୁତ କରିବ ଏବଂ ସେମାନଙ୍କ ଆଚରଣରେ ସକରାତ୍ମକ ପ୍ରଭାବ ପଡିବ ବୋଲି ପଞ୍ଜାବ ଜେଲ ବିଭାଗ ବିଶ୍ୱାସ କରୁଛି। ତବେ ଏଥିପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ରହିଛି।

Also Read: ପନ୍ତ-ଉର୍ବଶୀ ମାମଲାରେ ଏବେ ଏହି ଯୁବତୀଙ୍କ ଏଣ୍ଟ୍ରି, ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଅଭିନେତ୍ରୀ

 

କେଉଁ କଏଦୀମାନେ ନିଜ ଜୀବନସାଥୀ ସହ ନିରୋଳାରେ ସମୟ ବିତାଇପାରିବେ?

ଦୀର୍ଘ ସମୟ ପାଇଁ ସଜ୍ଜା କାଟୁଥିବା ଉଭୟ ମହିଳା ଓ ପୁରୁଷ କଏଦୀଙ୍କୁ ସେମାନଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ସହ ମିଶିବାକୁ ସୁଯୋଗ ଦିଆଯିବ। ଯଦି କଏଦୀଜଣକ ସଙ୍ଗୀନ ଯୌନ ଅପରାଧୀ, ହତ୍ୟାକାରୀ, ଗ୍ୟାଙ୍ଗଷ୍ଟର, ଆତଙ୍କବାଦୀ କିମ୍ବା ଆତଙ୍କବାଦ ସହ ଜଡିତ ମାମଲାରେ ଦୋଷୀ ହୋଇଥିଲେ କିମ୍ବା ଯୌନ ରୋଗରେ ପୀଡିତ ଥିଲେ ସୁବିଧା ମିଳିବ ନାହିଁ। ଭଲ ଆଚରଣ ଥିବା ଅନ୍ତେବାସୀଙ୍କୁ ସେମାନଙ୍କ ପତି-ପତ୍ନୀଙ୍କ ସହ ଦୁଇ ଘଣ୍ଟା ରହିବାକୁ ଅନୁମତି ଦିଆଯିବ। ଏଥିପାଇଁ ବିଭାଗ ଏକ କୋଠରୀ ପ୍ରସ୍ତୁତ କରିଛି, ଯେଉଁଥିରେ ଶୌଚାଳୟ ମଧ୍ୟ ଅଛି। ଦୀର୍ଘ ଦିନ ଧରି ଜେଲରେ ଥିବା କଏଦୀମାନଙ୍କୁ ପ୍ରାଥମିକତା ଦିଆଯିବ। 

କେତେ ସମୟ ମିଳିବ ଓ କଣ ସବୁ କାଗଜପତ୍ର ଆବଶ୍ୟକ?

ଏଭଳି ମୁଲାକାତ ପାଇଁ ଆସୁଥିବା ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ସେମାନଙ୍କ ବିବାହର ପ୍ରମାଣ ଦେଖାଇବାକୁ ପଡିବ। ଏଚ୍.ଆଇ.ଭି କିମ୍ବା ଅନ୍ୟ କୌଣସି ଯୈନ ସଂକ୍ରମଣ ହୋଇନଥିବା ମେଡିକାଲ ରିପୋର୍ଟ, କୋରୋନା ନେଗେଟିଭ୍ ସାର୍ଟିଫିକେଟ ମଧ୍ୟ ସାଙ୍ଗରେ ଆଣିବାକୁ ପଡିବ। ଆପଣଙ୍କ ରିପୋର୍ଟରେ ଜେଲ କର୍ତ୍ତୃପକ୍ଷ ସନ୍ତୁଷ୍ଟ ହେଲେ କଏଦୀଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦିଆଯିବ। ପ୍ରତି ତିନିମାସରେ ଥରେ ମାତ୍ର ଦୁଇ ଘଣ୍ଟା ପାଇଁ ଏକ କୋଠରୀରେ ସେମାନେ ସମୟ ବିତାଇ ପାରିବେ। 

Also Read: Lady Blackmailer Archana Nag Case : ଲେଡି ବ୍ଲାକମେଲରଙ୍କୁ Mlaରୁ କିଏ ବଞ୍ଚିତ କରିଥିଲା ?

ତେବେ ଏହି ଆଧୁନିକ ଜେଲ ବ୍ୟବସ୍ଥା ନୂଆ ନୁହେଁ। ଆମେରିକା, କାନାଡା, ବ୍ରାଜିଲ, ଋଷ, ଜର୍ମାନୀ ଓ ଇସ୍ରଏଲ ପରି ଦେଶରେ ବହୁ ବର୍ଷରୁ କଏଦୀମାନଙ୍କୁ ସେମାନଙ୍କ ସାଥୀ ସହ ସମୟ ବିତାଇବାକୁ ଅନୁମତି ଅଛି। ଏପରି କି ସାଉଦି ଆରବ ଓ ଓମାନ ଭଳି ମୁସଲମାନ ଦେଶରେ ମଧ୍ୟ ଏହି ବ୍ୟବସ୍ଥା ରହିଛି। ତେବେ ସେଠାରେ କଏଦୀଙ୍କ ନିକଟରେ ଦୁଇଟି ବକଳ୍ପ ରହିଛି। ଗୋଟିଏରେ ସାଥୀ ଜେଲକୁ ଆସନ୍ତି ଓ ଅନ୍ୟଟିରେ କଏଦୀଙ୍କୁ ସାମୟୀକ ସମୟ ପାଇଁ ପାରୋଲରେ ଘରକୁ ଛଡାଯାଏ।

ଏହି ବ୍ୟବସ୍ଥା କରିବାର କାରଣ କଣ?

ଦଣ୍ଡର ଉଦ୍ଦେଶ୍ୟ କେବଳ ଯନ୍ତ୍ରଣା ଦେବା ନୁହେଁ, ବରଂ ଜଣେ ଦୋଷୀକୁ ସଂଶୋଧନ କରିବା ଏବଂ ତାଙ୍କୁ ସମାଜରେ ପୁନଃଯୋଡିବା। ବର୍ତ୍ତମାନ ଅନେକ ଦେଶ ପରିବାର ମୁଲାକାତକୁ କଏଦୀଙ୍କ ଅଧିକାର ଭାବରେ ସ୍ୱୀକୃତି ଦେଇଛନ୍ତି ଏବଂ ଏହାର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ବଞ୍ଚିବାର ଅଧିକାରରେ ପ୍ରସବ ଓ ସନ୍ତାନ ପ୍ରାପ୍ତିର ଅଧିକାର ଅନ୍ତର୍ଭୁକ୍ତ। ଅପରାଧ କରୁଥିବା ବ୍ୟକ୍ତିଙ୍କ କିଛି ଅଧିକାରକୁ ରାଜ୍ୟ ଛଡ଼ାଇ ନେଇପାରେ, କିନ୍ତୁ ଏହା ଦୋଷୀଙ୍କର ପତ୍ନୀ କିମ୍ବା ସ୍ୱାମୀଙ୍କ ଅଧିକାର ଛଡ଼ାଇ ନେଇପାରିବ ନାହିଁ। କାରଣ ସେମାନେ ଅପରାଧୀ ନୁହଁନ୍ତି। ତେଣୁ ସେମାନଙ୍କୁ ପରିବାର ମୁଲାକାତର ସୁଯୋଗ ମିଳିବା ଉଚିତ। ଏହା ସହ ନିଜ ଆତ୍ମୀୟ ସହ ମିଶିଲା ପରେ ସେମାନଙ୍କ ମଧ୍ୟରେ ଏକ ସକରାତ୍ମକ ବିଚାର ସୃଷ୍ଟି ହୋଇଥାଏ ବୋଲି ଅନେକ ଗବେଷଣାରୁ ଜଣାପଡିଛି।

 

 

 

 

 

 

 

 

 

Read More
{}{}