Hindi News >>Home >>Odisha National-International

ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବ ନାହିଁ କଂଗ୍ରେସ, କହିଲା- ଏହା BJP ଓ RSS ଇଭେଣ୍ଟ

Ram Mandir Inauguration: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଓ ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ।  

Advertisement
Ram Mandir Inauguration
Stop
Jagdish Barik|Updated: Jan 10, 2024, 04:51 PM IST

Ram Mandir Inauguration: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ଦଳର ନେତାଙ୍କ ଅଂଶଗ୍ରହଣକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଓ ଉତ୍ତେଜନା ଶେଷ ହୋଇଛି। କଂଗ୍ରେସ ଦଳ ଏହାକୁ ଆରଏସଏସ ଓ ବିଜେପିର ଏକ ଇଭେଣ୍ଟ ବୋଲି କହି ଏହି କାର୍ଯ୍ୟକ୍ରମରେ ଭାଗ ନ ନେବାକୁ ସ୍ଥିର କରିଛି। ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ କିମ୍ବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଯୋଗଦେବେ ନାହିଁ ବୋଲି କଂଗ୍ରେସ ଦଳ ସ୍ପଷ୍ଟ କରିଛି। ଏହା ସହିତ ଲୋକସଭାରେ ବିରୋଧୀଦଳର ନେତା ଅଧିର ରଂଜନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ନାହିଁ। ଏହି ନେତାମାନେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

କ’ଣ କହିଛି କଂଗ୍ରେସ?
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବିୟାନ ଜାରି କରି କହିଛନ୍ତି ଯେ ଗତ ମାସରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଓ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଯୋଧ୍ୟା ରଂଜନ ଚୌଧୁରୀଙ୍କୁ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ନିମନ୍ତ୍ରଣ ମିଳିଥିଲା। କୋଟି କୋଟି ଭାରତୀୟ ପ୍ରଭୁ ରାମଙ୍କୁ ପୂଜା କରନ୍ତି। ଧର୍ମ ମନୁଷ୍ୟର ବ୍ୟକ୍ତିଗତ ବିଷୟ ହୋଇଆସୁଛି, କିନ୍ତୁ ବର୍ଷ ବର୍ଷ ଧରି ବିଜେପି ଓ ଆରଏସଏସ ଅଯୋଧ୍ୟାରେ ରାମ ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପରେ ପରିଣତ କରିଛି।

ସେ ଆହୁରି କହିଛନ୍ତି, “ଏହା ସ୍ପଷ୍ଟ ଯେ କେବଳ ନିର୍ବାଚନ ଲାଭ ପାଇବା ପାଇଁ ଏକ ଅର୍ଦ୍ଧ ନିର୍ମିତ ମନ୍ଦିର ଉଦ୍ଘାଟନ କରାଯାଉଛି। ୨୦୧୯ ର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବା ଏବଂ ଲୋକଙ୍କ ବିଶ୍ୱାସକୁ ସମ୍ମାନ ଜଣାଇ ଶ୍ରୀ ମଲ୍ଲିକାର୍ଜୁନ ଖଡ୍ଗେ, ସୋନିଆ ଗାନ୍ଧୀ, ଅଧିର ରଂଜନ ଚୌଧୁରୀ ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ଓ ଆରଏସଏସର ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରିଛନ୍ତି।"

କହିରଖୁଛୁ ଯେ ୨୨ ଜାନୁଆରୀରେ ହେବାକୁ ଥିବା ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସମେତ ୬ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିବେ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କରି ବିଜେପି 'ନଟଙ୍କି' କରୁଛି ବୋଲି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। 

Read More
{}{}