Hindi News >>Home >>Odisha National-International

Congress Pres Election: ଆରମ୍ଭ ହେଲା କାଉଣ୍ଟିଂ, କିଏ ଧରିବେ କଂଗ୍ରେସ ମଙ୍ଗ

 କିଏ ହେବେ କଂଗ୍ରେସ ଅଧ୍ୟକ୍ଷ । ମଲ୍ଲିକାର୍ଜୁନ ଖଡଗେ ନା ଶଶି ଥରୁର । କିଏ ଧରିବ କଂଗ୍ରେସ ମଙ୍ଗ । ଆଜି ଆସିବ ରେଜଲ୍ଟ । ଏଆଇସିସି ସଭାପତି ପାଇଁ ଆଜି ଭୋଟ୍ ଗଣତି ହେବ। ଅପରାହ୍ଣ ୩ଟା ସୁଦ୍ଧା ଫଳ ଘୋଷଣା ହେବ । ଗତ ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା ।

Advertisement
Congress Pres Election: ଆରମ୍ଭ ହେଲା କାଉଣ୍ଟିଂ, କିଏ ଧରିବେ କଂଗ୍ରେସ ମଙ୍ଗ
Stop
Priyanka Panda |Updated: Oct 19, 2022, 10:56 AM IST

ନୂଆଦିଲ୍ଲୀ: ୨୪ ବର୍ଷ ପରେ ଆଜି କଂଗ୍ରେସକୁ ମିଳିବାକୁ ଯାଉଛି ପ୍ରଥମ ଅଣଗାନ୍ଧୀ ପରିବାରର ସଭାପତି(Congress President)।  ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ(Mallikarjuna Kharge) ଏବଂ ଶଶି ଥରୁର(Shasi Tharoor)ଙ୍କ ମଧ୍ୟରୁ ଜଣକୁ ସଭାପତି ଭାବେ ଚୟନ କରାଯିବ। ସୋମବାର ଏହାର ମତଦାନ(Pres Election) ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି କାଉଣ୍ଟିଂ(Counting) ଆରମ୍ଭ ହୋଇଛି। ସୋମବାର ୯ ହଜାର ୫୦୦ରୁ ଅଧିକ କଂଗ୍ରେସ କର୍ମୀ ଭୋଟ ଦେଇଛନ୍ତି। ଯେଉଁମାନେ କି ଦଳର ଆଗାମୀ ସଭାପତି ନିର୍ଣ୍ଣୟ କରିବେ। ଭୋଟ୍ ଗଣନା ଆଜି ସକାଳ ୧୦ ଟାରୁ ଆରମ୍ଭ ହୋଇଛି। ସମଗ୍ର ଦେଶରେ ସ୍ଥାପିତ ୬୮ଟି ମତଦାନ କେନ୍ଦ୍ରରେ ସିଲ୍ ହୋଇଥିବା ବାଲାଟ୍ ବାକ୍ସଗୁଡ଼ିକୁ ପାର୍ଟି ଅଫିସରେ(Congress Party Office)  ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା।

ସୋମବାର ହୋଇଥିବା ମତଦାନର ଗଣତି ପରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ଫଳାଫଳ ଘୋଷଣା କରିବେ। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ପ୍ରାୟ ୯ହଜାର ୫୦୦ ପ୍ରତିନିଧୀ ସୋମବାର ଦଳର ନୂତନ ସଭାପତି ଚୟନ କରିବାକୁ ମତ ଦେଇଛନ୍ତି। ନିର୍ବାଚନରେ ​​ଜିତିବା ପାଇଁ ଖଡ଼ଗେଙ୍କ ପଲ୍ଲା ଭାରି ଥିବା ଜଣାପଡ଼ୁଛି, କାହିଁକି ନା କୁହାଯାଉଛି ଖଡ଼ଗେ ଗାନ୍ଧୀ ପରିବାରର ସମର୍ଥିତ ପ୍ରାର୍ଥୀ। ତେବେ ସୂତ୍ରରୁ ପ୍ରକାଶ ଯେ ଉଭୟ ପକ୍ଷର ପାଞ୍ଚଜଣ ଏଜେଣ୍ଟ ଗଣନାକୁ ତଦାରଖ କରୁଛନ୍ତି ଏବଂ ଉଭୟ ପାର୍ଶ୍ୱରୁ ଦୁଇଜଣ ଲେଖାଏଁ ଏଜେଣ୍ଟଙ୍କୁ ରିଜର୍ଭରେ ରଖାଯାଇଛି। 

Also Read: Congress Pres Election: ଖଡ଼ଗେ ସଭାପତି ହେଲେ କଂଗ୍ରେସ ଲାଭରେ ରହିବ ନା କ୍ଷତିରେ?

 ତେବେ ନିର୍ବାଚନର ଫଳାଫଳ ଅପରାହ୍ନ ତିନି ଟାରୁ ଚାରିଟା ମଧ୍ୟରେ ଘୋଷଣା କରାଯିବାର ସମ୍ଭାବନା ରହିଛି। ଏବଂ ଦଳକୁ ଏହାର ନୂଆ ସଭାପତି ମିଳିବ। ଅପରାହ୍ନ ୩ ଟାରୁ ୪ ଟା ମଧ୍ୟରେ ଫଳାଫଳ ଘୋଷଣା ହେବାର ସମ୍ଭାବନା ଅଛି। ନିର୍ବାଚନରେ ​​ଜିତିବା ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ରହିଥିବା ଜଣାପଡ଼ୁଛି। ତେବେ ଦଳର ସଭାପତି ଯିଏ ବି ହେଉନା କାହିଁକି। ଦଳରେ ପରିବର୍ତ୍ତନ କେତେ ଆସୁଛି ତାହା ହିଁ ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ବର୍ତ୍ତମାନ ସମୟରେ କଂଗ୍ରେସ ଏହାର ସବୁଠାରୁ ଡିଜାଷ୍ଚର ସମୟ ଦେଇ ଗତି କରୁଛି। ଆଉ ଏହି ସମୟରେ  ଦଳକୁ ଜଣେ ଏପରି ନେତାଙ୍କର ଆବଶ୍ୟକତା ରହିଛି ଯାହାଙ୍କ ତତ୍ତ୍ୱାବଧାନରେ ଦଳ ଆଗକୁ ବଢ଼ି ପାରିବ। ତେବେ ଥରୁର ଓ ଖଡ଼ଗେଙ୍କ ବିଷୟରେ ଯଦି କହିବା, ରାଜନୀତି ବିଶ୍ଲେଷକଙ୍କ ମତରେ ଥରୁର ସଭାପତି ହେଲେ ହୁଏତ ଦଳରେ କିଛି ବଡ଼ ପରିବର୍ତ୍ତନ ଆସିପାରେ। ଆଉ ଯଦି ଖଡ଼ଗେ ସଭାପତି ହୁଅନ୍ତି ତେବେ ସେ ଗାନ୍ଧୀ ପରିବାର ଅନୁସାରେ କାର୍ଯ୍ୟ କରିପାରନ୍ତି। ତେଣୁ ବର୍ତ୍ତମାନ ଅପେକ୍ଷା ନିର୍ବାଚନର ଫଳାଫଳ ଘୋଷଣାକୁ। 

Read More
{}{}