Hindi News >>Home >>Odisha National-International

Weather Forecast: ହାଡଭଙ୍ଗା ଶୀତରେ ଥରିବ ଉତ୍ତର ଭାରତ, ଆଗକୁ ଅନୁଭୂତ ଆହୁରି ଥଣ୍ଡା

Cold Wave in North India: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହୋଇପାରେ। ଏହା ସହିତ ତାପମାତ୍ରା ଏକକ ସଂଖ୍ୟାକୁ ହ୍ରାସ ପାଇବା ସହ ସକାଳ ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ଚେତାବନୀ ଜାରି କରାଯାଇଛି। ଚଳିତ ବର୍ଷ ଜାନୁଆରୀ ମାସରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଛି। ଏପରି ଲାଗୁଛି ଯେ ଏକବିଂଶ ଶତାବ୍ଦୀରେ ୨୦୨୩ ଜାନୁଆରୀ ସବୁଠାରୁ ଥଣ୍ଡା ମାସ ଭାବେ ଉଭା ହୋଇଛି। ଚଳିତ ୧ ତାରିଖରୁ ୧୧ ପର୍ଯ୍ୟନ୍ତ ସର୍ବାଧିକ ଥଣ୍ଡା ଅନୁଭୂତ ହୋଇଛି।

Advertisement
Weather Forecast: ହାଡଭଙ୍ଗା ଶୀତରେ ଥରିବ ଉତ୍ତର ଭାରତ, ଆଗକୁ ଅନୁଭୂତ ଆହୁରି ଥଣ୍ଡା
Stop
Updated: Jan 12, 2023, 06:53 PM IST

Cold Wave Alert for North India: ଉତ୍ତର ଭାରତରେ ରେକର୍ଡ ଭାଙ୍ଗିବ ଶୀତ। କେବଳ ସେତିକି ନୁହେଁ ଏଠାରେ ଶୀତ ଲହରୀ ଜାରି ରହିବା ସହ ତାପମାତ୍ରା ଆହୁରି ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ବର୍ତ୍ତମାନ ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଥିବା ବେଳେ ପାରଦ ଆହୁରି ଖସିପାରେ। ଏବେ ଜାନୁଆରୀ ସବୁଠାରୁ ଥଣ୍ଡା ମାସ ଭାବେ ଉଭା ହୋଇଥିବା ବେଳେ ତାପମାତ୍ର ଆଗକୁ ଆହୁରି ହ୍ରାସ ପାଇବ। ଆସନ୍ତା ସପ୍ତାହରେ ତାପମାତ୍ରା ବିଯୁକ୍ତ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

ଆସନ୍ତା ୧୪ ତାରିଖରୁ ୧୯ ମଧ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି। ଚଳିତ ମାସ ୧୬ ତାରିଖରୁ ୧୮ ମଧ୍ୟରେ ଥଣ୍ଡା  ଏହାର ଶିଖରରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ଅନଲାଇନ ପାଣିପାଗ ପ୍ଲାଟଫର୍ମ ଲାଇଭ ୱେଦର ଅଫ୍ ଇଣ୍ଡିଆ ପ୍ରତିଷ୍ଠାତା ନବଦୀପ ଦାହିଆ ଟ୍ୱିଟ୍ କରିଛନ୍ତି। ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହାଲୁକା ବୃଷ୍ଟିପାତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବୃଷ୍ଟିପାତ କାରଣରୁ ହାଡଭଙ୍ଗା ଶୀତ କବଳରୁ ସାମୟିକ ଆଶ୍ୱସ୍ତି ମିଳିବ। ଆଇଏମଡି ପୂର୍ବାନୁମାନ କରିଛି ଯେ ଶନିବାର ଠାରୁ ଦିଲ୍ଲୀ ଏବଂ ଏହାର ପଡୋଶୀ ରାଜ୍ୟରେ ଥଣ୍ଡା ବଢିବାର ସମ୍ଭାବନା ରହିଛି।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହୋଇପାରେ। ଏହା ସହିତ ତାପମାତ୍ରା ଏକକ ସଂଖ୍ୟାକୁ ହ୍ରାସ ପାଇବା ସହ ସକାଳ ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ଚେତାବନୀ ଜାରି କରାଯାଇଛି। ଚଳିତ ବର୍ଷ ଜାନୁଆରୀ ମାସରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଛି। ଏପରି ଲାଗୁଛି ଯେ ଏକବିଂଶ ଶତାବ୍ଦୀରେ ୨୦୨୩ ଜାନୁଆରୀ ସବୁଠାରୁ ଥଣ୍ଡା ମାସ ଭାବେ ଉଭା ହୋଇଛି। ଚଳିତ ୧ ତାରିଖରୁ ୧୧ ପର୍ଯ୍ୟନ୍ତ ସର୍ବାଧିକ ଥଣ୍ଡା ଅନୁଭୂତ ହୋଇଥିବା ନେଇ ଟ୍ୱିଟ କରି ଜଣାଇଛନ୍ତି ୱେଦର ଅଫ୍ ଇଣ୍ଡିଆ ପ୍ରତିଷ୍ଠାତା।

ଆଇଏମଡି ପୂର୍ବାନୁମାନ ଅନୁସାରେ ଗତ କିଛି ସପ୍ତାହ ଧରି ଜାରି ରହିଥିବା ହାଡ ଭଙ୍ଗା ଶୀତ ପରେ ଉତ୍ତର-ପଶ୍ଚିମ ଭାରତୀୟଙ୍କୁ ଏହି ସପ୍ତାହରେ ପ୍ରବଳ ଥଣ୍ଡା ଠାରୁ କେବଳ ସାମୟିକ ଆଶ୍ୱସ୍ତି ମିଳିପାରେ। ଏକ ସକ୍ରିୟ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ହେତୁ ଶୁକ୍ରବାର ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତର ସର୍ବନିମ୍ନ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ହେଲେ ଏହା ପରେ ଜାତୀୟ ରାଜଧାନୀରେ ଥଣ୍ଡା ପୂର୍ବ ଅପେକ୍ଷା ଆହୁରି ବଢିବା ନେଇ ଚେତାବନୀ ଜାରି ହୋଇଛି।ବିଗତ ୨୩ ବର୍ଷ ମଧ୍ୟରେ ଗତ ଗୁରୁବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୯.୩ ଡିଗ୍ରୀ ସେଲସିୟମ ହୋଇଯାଇଛି।  ଯାହା ବର୍ତ୍ତମାନ ସମୟର ସ୍ୱାଭାବିକ ତାପମାତ୍ରା ଠାରୁ ଆହୁରି କମିଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ପ୍ରାୟ୧୯ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବା ନେଇ ପୂର୍ବାନୁମାନ କରିଛି ଭାରତୀ ପାଣିପାଗ ବିଭାଗ।  

ଆଇଏମଡି ବୈଜ୍ଞାନିକ  ଆର.କେ ଜେନାମଣି ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଗତ ୨୦୦୬ ବର୍ଷରେ ସମାନ ପରିସ୍ଥିତି ଅନୁଭୂତ ହୋଇଥିଲା। ଯେତେବେଳେ ସର୍ବନିମ୍ନ ତାପମାତ୍ରା ୧.୯ ଡିଗ୍ରୀ ସେଲସିୟସ ହୋଇଥିବାର ରେକର୍ଡ କରାଯାଇଥିଲା। ଏପର ସ୍ଥିତି ୨୦୦୬ ବ୍ୟତୀତ ୨୦୧୩ ବର୍ଷରେ ମଧ୍ୟ ଅନୁଭୂତ ହୋଇଥିଲା। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ଉତ୍ତର ରାଜସ୍ଥାନ ମଧ୍ୟ ଆସନ୍ତା କିଛି ଦିନ ମଧ୍ୟରେ ହାଲୁକା ବର୍ଷା ହୋଇପାର। ଜାମୁ କାଶ୍ମୀର ସମେତ ହିମାଳୟ ରାଜ୍ୟରେ ଏବଂ ବିଶେଷ କରି କାଶ୍ମୀରରେ ଜାନୁଆରୀ ୧୨ ତାରିଖରେ ପ୍ରବଳ ବର୍ଷା କିମ୍ବା ତୁଷାରପାତ ହୋଇପାରେ। ଜାନୁଆରୀ ୧୧ ତାରିଖରୁ ୧୪ ମଧ୍ୟରେ ହିମାଚଳ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ବର୍ଷା କିମ୍ବା ତୁଷାରପାତ ହୋଇପାରେ।

Read More
{}{}