Hindi News >>Home >>Odisha National-International

EDରେ ହାଜର ହେଲେନି କେଜରିଓ୍ୱାଲ, କହିଲେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡିରେ ହାଜର ହୋଇନାହାନ୍ତି। ହାଜର ନ ହେବାର କାରଣ ମଧ୍ୟ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ କହିଛନ୍ତି। ତାଙ୍କର କାରଣରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ସିଙ୍ଗରୌଲିରେ ଏକ ରାଲିରେ ଯୋଗଦେବେ। ଯେଉଁଥିପାଇଁ ସେ ଇଡ଼ିରେ ହାଜର ହୋଇ ପାରିବେ ନାହିଁ

Advertisement
EDରେ ହାଜର ହେଲେନି କେଜରିଓ୍ୱାଲ, କହିଲେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
Stop
Zee Odisha Desk|Updated: Nov 02, 2023, 01:23 PM IST

CM Kejriwal: ନୂଆଦିଲ୍ଲୀ: ମଦ ନୀତି ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡିରେ ହାଜର ହୋଇନାହାନ୍ତି। ହାଜର ନ ହେବାର କାରଣ ମଧ୍ୟ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ କହିଛନ୍ତି। ତାଙ୍କର କାରଣରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ସିଙ୍ଗରୌଲିରେ ଏକ ରାଲିରେ ଯୋଗଦେବେ। ଯେଉଁଥିପାଇଁ ସେ ଇଡ଼ିରେ ହାଜର ହୋଇ ପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି।

ଏଠାରେ କହି ରଖୁ କି ଅକ୍ଟୋବର ୩୦ରେ ପଚରାଉଚରା ପାଇଁ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ ଦେଇଥିଲା। ଆଜି ସକାଳେ ମୁଖ୍ୟମନ୍ତ୍ରୀ ଇଡିକୁ ଜବାବ ଦେଇ କହିଛନ୍ତି ଯେ ଏହି ବିଜ୍ଞପ୍ତି ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। କେଜ୍ରିୱାଲ କହିଛନ୍ତି ଯେ ବିଜେପିଙ୍କ ନିର୍ଦ୍ଦେଶରେ ଏହି ନୋଟିସ ପଠାଯାଇଛି। ମୋତେ ପ୍ରଚାରରୁ ଦୁରେଇ ରଖିବାକୁ ପ୍ରୟାସ କରାଯାଇଛି। ଇଡି ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ଉଚିତ୍ ବୋଲି ତାଙ୍କ ଜବାବ ପତ୍ରରେ ଲେଖିଛନ୍ତି। 

ସୂଚନାଯୋଗ୍ୟ ଏହି ମଦନୀତି ମାମଲାରେ ଦିଲ୍ଲୀ ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବର୍ତ୍ତମାନ ଜେଲରେ ବନ୍ଦ ରହିଛନ୍ତି। ତେବେ ଏଠାରୁ କହି ରଖୁ କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ଇଡ଼ି ପାଖାପାଖି ସାଢେ ୯ ଘଣ୍ଟା ଧରି ସେପଟେ ଗତ ମଙ୍ଗଳବାର ମନ୍ତ୍ରୀ ଆତିଶି ଦାବି କରିଥିଲେ କି ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କୁ ଗିରଫ କରାଯାଇପାରେ। ସେ କହିଥିଲେ କି ଅରବିନ୍ଦ କେଜରିଓ୍ୱାଲଙ୍କ ପରେ ଇଣ୍ଡିଆ ମେଣ୍ଟର ଦ୍ୱିତୀୟ ନେତା ମଧ୍ୟ ଗିରଫ ହୋଇପାରନ୍ତି। 

Read More
{}{}