Hindi News >>Home >>Odisha National-International

UPSC Result: ପ୍ରକାଶ ପାଇଲା UPSC ୨୦୨୩ ରେଜଲ୍ଟ , ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ

UPSC Result 2023: ପ୍ରକାଶ ପାଇଲା ୟୁପିଏସସି ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଦିତ୍ୟ ଶ୍ରୀବାସ୍ତବ ସାରା ଦେଶରେ ଟପ୍ପର ହୋଇଛନ୍ତି । ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନ ଓ ଡି. ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Advertisement
UPSC Result: ପ୍ରକାଶ ପାଇଲା UPSC ୨୦୨୩ ରେଜଲ୍ଟ , ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ
Stop
Payal Priyadarshini|Updated: Apr 16, 2024, 04:00 PM IST

UPSC Result 2023: ପ୍ରକାଶ ପାଇଲା ୟୁପିଏସସି ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଦିତ୍ୟ ଶ୍ରୀବାସ୍ତବ ସାରା ଦେଶରେ ଟପ୍ପର ହୋଇଛନ୍ତି । ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନ ଓ ଡି. ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ଯରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଥିବା ବେଳେ ୩୬ନଂ ରାଙ୍କରେ ହାସଲ କରିଛନ୍ତି ଆୟୁଷି ପ୍ରଧାନ । ସେହିପରି ଜୟଶ୍ରୀ ପ୍ରଧାନ, ଅଭିମନ୍ୟୁ ମଲ୍ଲିକ, ଅମ୍ରିତାଂଶୁ ନାୟକ, ଯଶୋବନ୍ତ ମଲ୍ଲିକ, ପଦ୍ମନାଭ ମିଶ୍ର ସ୍ଥାନରେ ଅଛନ୍ତି । ଏମାନଙ୍କ ବ୍ୟତୀତ ବିଶ୍ୱଜିତ ପଣ୍ଡା (୩୪୩), ପ୍ରିୟଙ୍କା ପ୍ରିୟଦର୍ଶିନୀ (୩୮୭), ସନ୍ତୋଷ କୁମାର ପାତ୍ର (୪୦୯), ସୌରଭ ଦାସ (୪୬୬), ରାକେଶ କୁମାର ସାହୁ (୫୭୫), ନୟନ ରଞ୍ଜନ ଦାସ (୫୮୧), ହେମନ୍ତ କୁମାର ସାହୁ (୭୨୨), ବିଭାଂଶୁ ରାୟ (୭୭୨), ସିଦ୍ଧାନ୍ତ ବେସ୍ରା (୮୦୦), ରଶ୍ମି ପାଇକରାୟ (୮୮୧), ସୌରଭ ଦାସ (୯୮୨), ଅନୁପ ନାୟକ (୧,୦୦୧) ସ୍ଥାନ ହାସଲ କରିଛନ୍ତି। ୟୁପିଏସସି ପରୀକ୍ଷା ଗତବର୍ଷ ୨୮ ମେ’ରେ ଅୟୋଜିତ ହୋଇଥିଲା ।

ସୂଚନାଯୋଗ୍ୟ, ୟୁପିଏସସି (UPSC) ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ସିଭିଲ ସର୍ଭିସ ପରୀକ୍ଷା କରାଇଥାଏ । ଏଥିରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS) ଏବଂ ଭାରତୀୟ ପୁଲିସ ସେବା (IPS)ର ଅଧିକାରୀ ଚୟନ କରାଯାଇଥାଏ । ଏଥିପାଇଁ ତିନିଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ହୋଇଥାଏ ।

 

 

Read More
{}{}