Hindi News >>Home >>Odisha National-International

Tawang Clash: ଭାରତ ପକ୍ଷରୁ ଚୀନ ପାଇପାରେ ବଡ଼ ଧରଣର ଝଟକା, ଜାଣନ୍ତୁ କିପରି

Chinese Pharma Company: ତୱାଙ୍ଗ ସଂଘର୍ଷ ପରେ ଚୀନୀ ଫାର୍ମା କମ୍ପାନୀ ଫୋସୁନ୍ ଫାର୍ମା ଏବେ ଭାରତୀୟ ବଜାରରୁ ବିଦାୟ ନେବାକୁ ପ୍ରସ୍ତୁତ ହେଉଛି। ଏହି କମ୍ପାନୀ ଚୀନ ଅରବପତି ବ୍ୟବସାୟୀ ଗୁଆଙ୍ଗଚାଙ୍ଗଙ୍କ ଦ୍ୱାରା ପରିଚାଳିତ। 

Advertisement
Tawang Clash: ଭାରତ ପକ୍ଷରୁ ଚୀନ ପାଇପାରେ ବଡ଼ ଧରଣର ଝଟକା, ଜାଣନ୍ତୁ କିପରି
Stop
Zee Odisha Desk|Updated: Dec 13, 2022, 06:52 PM IST

India China Clash: ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଏବେ ଭାରତ-ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଉଠିଛି। ଏବେ ଏହି ଘଟଣାର ପ୍ରଭାବ ଚୀନୀ କମ୍ପାନୀ ଉପରେ ପଡ଼଼ିବା ଆରମ୍ଭ ହୋଇଗଲାଣି। ଯାହାର ଉଦାହରଣ ସ୍ୱରୂପ ଚୀନୀ ଫାର୍ମା କମ୍ପାନୀ ଫୋସୁନ୍ ଫାର୍ମା ଏବେ ଭାରତୀୟ ବଜାରରୁ ବିଦାୟ ନେବାକୁ ପ୍ରସ୍ତୁତ ହେଉଛି। ଏହି କମ୍ପାନୀ ଚୀନ ଅରବପତି ବ୍ୟବସାୟୀ ଗୁଆଙ୍ଗଚାଙ୍ଗଙ୍କ ଦ୍ୱାରା ପରିଚାଳିତ। ବର୍ତ୍ତମାନ ତାଙ୍କ ଭାଗରେ ରହିଥିବା ମାଲିକାନା ଫୋସୁନ୍ ଫାର୍ମା ଗ୍ରୁପ୍, ଗ୍ଲାଣ୍ଡ ଫାର୍ମା ପାଖରେ ନିଜର ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଏନେଇ କ୍ରେତାଙ୍କ ସନ୍ଧାନ ମଧ୍ୟ ଆରମ୍ଭ କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଫୋସୁନ୍ ଫାର୍ମା ନିଜର ଅଂଶଧନ ବିକ୍ରୟ କରିବାକୁ ବୈନ୍ କ୍ୟାପିଟାଲ୍, ବ୍ଲାକଷ୍ଟୋନ୍, କେକେଆର୍, ଆଡଭେଣ୍ଟ ଇଣ୍ଟରନ୍ୟାସନାଲ ଏବଂ ବ୍ୟାରିଙ୍ଗ ପ୍ରାଇଭେଟ ଇକ୍ୱିଟି ଏସିଆ ଭଳି କମ୍ପାନୀ ସହ ଯୋଗାଯୋଗ କରିଛି। ଗତ ୨୦୧୭ ବର୍ଷରେ ଫୋସୁନ୍ ଫାର୍ମା ହାଇଦ୍ରାବାଦ ସ୍ଥିତ ଗ୍ଲାଣ୍ଡ ଫାର୍ମା ସଂସ୍ଥାର ୭୪ ପ୍ରତିଶତ ଅଂଶଧନ ପ୍ରାୟ ୧.୧ ବିଲିୟନ ଡଲାର ମୂଲ୍ୟରେ କିଣିଥିଲା। ବର୍ତ୍ତମାନ କୁହାଯାଉଛି ଯେ ଫୋସୁନ୍ ଫାର୍ମା  ଯଥାଶୀଘ୍ର ଏହାର କ୍ରେତା ଖୋଜି ନିଜର ଅଂଶଧନ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇସାରିଛି।

ଫୋସୁନ୍ ଫାର୍ମା ଏହାର ୭୪ ପ୍ରତିଶତ ଅଂଶଧନ ବିକ୍ରୟ କରିବାକୁ ଏବଂ କମ୍ପାନୀ ଆଇପିଓ ଲଞ୍ଚ କରିବାରେ ବହୁ ଅର୍ଥ ଖର୍ଚ୍ଚ କରିଛି। ଆଗାମୀ ସମୟରେ ଆସିବାକୁ ରହିଥିବା ଆର୍ଥିକ ମାନ୍ଦାବସ୍ଥା ସମ୍ଭାବନାକୁ ନଜରରେ ରଖି ଫୋସୁନ୍ ଫାର୍ମା ଏହାର ଆର୍ଥିକ ସ୍ଥିତିକୁ ଭଲ ରଖିବାକୁ ଚାହୁଁଛି। ବର୍ତ୍ତମାନ କମ୍ପାନୀ ନୂତନ ପୁଞ୍ଜି ସଂଗ୍ରହ କରିବାରେ ଅସମର୍ଥ। ଏଭଳି ପରିସ୍ଥିତିରେ ଫୋସୁନ୍ ଫାର୍ମା, ଗ୍ଲାଣ୍ଡ ଫାର୍ମା ପାଖରେ ଏହାର ଅଂଶ ବିକ୍ରୟ କରିବାକୁ ଚାହୁଁଛି। ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗ୍ଲାଣ୍ଡ ଫାର୍ମା ପ୍ରାୟ ୬୦ ଦେଶରେ ଏହାର ବ୍ୟବସାୟ କରୁଛି।

ଫୋସୁନ୍ ଫାର୍ମା ଅଂଶଧନ ବିକ୍ରୟ ଖବର ଆସିବା ମାତ୍ରେ ଗ୍ଲାଣ୍ଡ ଫାର୍ମା ସେୟାର ମୂଲ୍ୟ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ ଷ୍ଟକ୍ ମାର୍କେଟ ଖୋଲିବା ସମୟରେ ଗ୍ଲାଣ୍ଡ ଫାର୍ମା ସେୟାର ୧୭୨୫ ଟଙ୍କା ରହିଥିଲା। ଏହାର ସର୍ବାଧିକ ମୂଲ୍ୟ ଦିନରେ ୧୭୫୫.୭୦ ଟଙ୍କାରେ ପହଞ୍ଚିଥିଲା। ଚଳିତ ବର୍ଷ ଏହି କମ୍ପାନୀ ୧୨୧୨.୧୬ କୋଟି ଟଙ୍କାର ନିଟ୍ ଲାଭ କରିଛି। 

Read More
{}{}