Hindi News >>Home >>Odisha National-International

ବ୍ୟାପୁଛି ରହସ୍ୟମୟୀ ନିମୋନିଆ: ସତର୍କ ରହିବାକୁ ରାଜ୍ୟକୁ ମାର୍ଗଦର୍ଶିକା ଦେଲା କେନ୍ଦ୍ର, ଓଡ଼ିଶା ନେଲା ପଦକ୍ଷେପ

Pneumonia: ଚୀନରେ ଆତଙ୍କ ସୃଷ୍ଟି କରିଥିବା ରହସ୍ୟମୟୀ ନିମୋନିଆ ଏଚ୍‍୯ଏନ୍‍ ୨ କୌଣସି ମୁହୂର୍ତ୍ତରେ ଦେଶର ଜନସାଧାରଣଙ୍କୁ ସଂକ୍ରମିତ କରିପାରେ ବୋଲି ଆଶଙ୍କା କରାଯାଇ ଆଗୁଆ ସଚେତନ ରହିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ଏହାର ପ୍ରତ୍ୟୁତ୍ତରରେ ରାଜ୍ୟ ସରକାର ପ୍ରତି ହସ୍‍ପିଟାଲ୍‍ ତଥା ଜିଲ୍ଲା ସ୍ତରରେ କୋଭିଡ୍‍ ୧୯ ପରୀକ୍ଷଣକୁ ବୃଦ୍ଧି କରିଛନ୍ତି।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 27, 2023, 07:14 AM IST

Pneumonia H9an2: ଚୀନରେ ଆତଙ୍କ ସୃଷ୍ଟି କରିଥିବା ରହସ୍ୟମୟୀ ନିମୋନିଆ ଏଚ୍‍୯ଏନ୍‍ ୨ କୌଣସି ମୁହୂର୍ତ୍ତରେ ଦେଶର ଜନସାଧାରଣଙ୍କୁ ସଂକ୍ରମିତ କରିପାରେ ବୋଲି ଆଶଙ୍କା କରାଯାଇ ଆଗୁଆ ସଚେତନ ରହିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।କୋଭିଡ-୧୯ ଭଳି ପରିସ୍ଥିତି ବି ସୃଷ୍ଟି ହୋଇପାରେ। ସେଥିଲାଗି ପ୍ରତି ହସ୍‍ପିଟାଲରେ ଡାକ୍ତର, ଔଷଧ, ଆଣ୍ଟିବାୟୋଟିକ୍, ଅକ୍ସିଜେନ୍ ସିଲିଣ୍ଡର, ଅକ୍ସିଜେନ୍‍ ପ୍ଲାଣ୍ଟ ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ସମସ୍ତ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।    ଏହାର ପ୍ରତ୍ୟୁତ୍ତରରେ ରାଜ୍ୟ ସରକାର ପ୍ରତି ହସ୍‍ପିଟାଲ୍‍ ତଥା ଜିଲ୍ଲା ସ୍ତରରେ କୋଭିଡ୍‍ ୧୯ ପରୀକ୍ଷଣକୁ ବୃଦ୍ଧି କରିଛନ୍ତି।

ରବିବାର ଦିନ ଏନେଇ କେନ୍ଦ୍ର ସରକାର ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପୂର୍ବରୁ ଯଦିଓ ମନ୍ତ୍ରଣାଳୟ ଭାରତ ପାଇଁ କୌଣସି ବିପଦ ନଥିବା କହିଥିଲା କିନ୍ତୁ ଏବେ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହି କ୍ରମରେ ଆଗକୁ ହସ୍‍ପିଟାଲରେ ରୋଗୀ ଶଯ୍ୟା ଓ ଔଷଧର ଆବଶ୍ୟକତା ପଡ଼ିପାରେ। ଏହା ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ। ଏଥିଲାଗି ସଂକ୍ରମଣ ପ୍ରୋଟକଲ୍‍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରୀୟ ସର୍ଭିଲାନ୍ସ ଟିମ୍‍ ଗଠନ କରି ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି କହିଛି କେନ୍ଦ୍ର।

ଏହା ବି ପଢନ୍ତୁ-ଆଜି ବଙ୍ଗୋପସାଗରେ ସୃଷ୍ଟି ହେବ ଲଘୁଚାପ, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଗତ କିଛିଦିନ ହେବ ରାଜ୍ୟରେ କାଶ, ଛିଙ୍କ, ସର୍ଦ୍ଦିରେ ବହୁ ଲୋକେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି। ଏମିତି କି, ବିଭିନ୍ନ ହସ୍‍ପିଟାଲରେ ନିମୋନିଆ ରୋଗୀଙ୍କୁ ଦେଖିବାକୁ ମିଳିଛି। ଏଣୁ ଗୁରୁତର ଶ୍ୱାସକ୍ରିୟା- ସଂକ୍ରମିତ ରୋଗୀଙ୍କ ଲାଗି ଏହା ସମସ୍ୟ ସୃଷ୍ଟି କରିପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ପ୍ରତି ରାଜ୍ୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଏହି ଅନୁସାରେ କାର୍ଯ୍ୟ କରୁଛି। ଏବେ ବି ରାଜ୍ୟରେ କୋଭିଡ୍‍ ସର୍ଭିଲାନ୍ସ ଚାଲିଥିବା ସେ ସୂଚନା ଦେଇଛନ୍ତି।

Read More
{}{}