Hindi News >>Home >>Odisha National-International

LAC ଉଲ୍ଲଙ୍ଘନ ପାଇଁ ଭାରତ ଦାୟୀ: ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ

LAC ଅଞ୍ଚଳରେ ସୀମା ଉଲ୍ଲଙ୍ଘନ ପାଇଁ ଭାରତକୁ  ଦାୟୀ କରିବା ବ୍ୟତୀତ ପିଏଲଏ ଜେନେରାଲ ୱେ ଫେଙ୍ଗେ(Wei Fenghe) ମଧ୍ୟ ତାଇୱାନ ଉପରେ ଚୀନ୍‌ ଦାବିକୁ ଦୋହରାଇଛନ୍ତି ଏବଂ ୟୁକ୍ରେନ ଯୁଦ୍ଧକୁ ବେଜିଂ ସମର୍ଥନ କରୁନାହିଁ ବୋଲି କହିଛନ୍ତି ।  

Advertisement
LAC ଉଲ୍ଲଙ୍ଘନ ପାଇଁ ଭାରତ ଦାୟୀ: ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ
Stop
Durga Madhaba Pattanayak|Updated: Jun 12, 2022, 11:29 PM IST

ନୂଆଦିଲ୍ଲୀ: ଚୀନ୍ ଏବଂ ଭାରତ ପଡୋଶୀ ଏବଂ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବା ବୁଦ୍ଧିମାନର କାମ ଅଟେ ବୋଲି ଚୀନ୍‌ର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ୱେ ଫେଙ୍ଗେ(Wei Fenghe) ରବିବାର ଦିନ ଲଦାଖରେ କହିବା ସହିତ ସାମରିକ ବିବାଦ ପାଇଁ ନୂଆଦିଲ୍ଲୀକୁ ଦାୟୀ କରିଛନ୍ତି।

ସିଙ୍ଗାପୁରରେ ଶ୍ୟାଙ୍ଗ୍ରି-ଲା ସଂଳାପ ୨୦୨୨(Shangri-La Dialogue 2022)ର ପଞ୍ଚମ ସାଧାରଣ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ଫେଙ୍ଗେ - ଯିଏକି ରାଜ୍ୟ ପରିଷଦ(State Councilor) ମଧ୍ୟ ଅଟନ୍ତି । ସେଠାରେ ଗଲୱାନରେ ହୋଇଥିବା ସଂଘର୍ଷ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି: “ଚୀନ୍ ଏବଂ ଭାରତ ପଡୋଶୀ। ଏକ ଭଲ ସମ୍ପର୍କ ବଜାୟ ରଖିବା ଉଭୟ ଦେଶର ସ୍ୱାର୍ଥକୁ ପୂରଣ କରିବ ଏବଂ ଆମେ ତାହା ଉପରେ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି । “କିନ୍ତୁ ସୀମାବର୍ତ୍ତୀ ଅଞ୍ଚଳରେ ଲାଗି ରହିଥିବା କନ୍ଦଳ ଉପରେ, ଏହି ପ୍ରସଙ୍ଗର ଗୁଣବତ୍ତା ସ୍ପଷ୍ଟ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ଭାବେ ମୁଁ ବ୍ୟକ୍ତିଗତ ଭାବେ କଳହର ଆରମ୍ଭ ଏବଂ ଶେଷକୁ ଅନୁଭବ କରିଛି । ଆମେ ଭାରତୀୟ ପାର୍ଶ୍ୱରେ ଥିବା ଅଞ୍ଚଳରୁ ଅନେକ ଅସ୍ତ୍ରଶସ୍ତ୍ର ପାଇଛୁ । ସେମାନେ ମଧ୍ୟ ତାଙ୍କ ଲୋକମାନଙ୍କୁ ଚୀନ୍ ପାର୍ଶ୍ୱକୁ ପଠାଇଛଥିବା ସେ ଅଭିଯୋଗ କରିଛନ୍ତି "। ଜେନେରାଲ ଫେଙ୍ଗେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଚୀନ୍ ୧୫ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ବୁଝାମଣା କରିଛନ୍ତି ଏବଂ ଉଭୟ ପକ୍ଷ ଏହି ଅଞ୍ଚଳରେ ଶାନ୍ତି ପାଇଁ କାର୍ଯ୍ୟ କରୁଛନ୍ତି।

ଆଞ୍ଚଳିକ ଶୃଙ୍ଖଳା ପାଇଁ ଚୀନ୍‌ର ଦର୍ଶନକୁ ବଖାଣିବା ବେଳେ ଜେନେରାଲ ଫେଙ୍ଗେ କହିଛନ୍ତି ଯେ ଆମ ଦୁନିଆ ଏମିତି ଏକାଧିକ ସଙ୍କଟର ସାମ୍ନା କରିଛି,ଯାହାକି ଇତିହାସରେ କ୍ୱଚିତ୍ ଦେଖାଯାଇଥାଏ । ଶାନ୍ତି ଏବଂ ବିକାଶ ମାନବିକତାର ଏକ ସହଭାଗୀ ଲକ୍ଷ୍ୟ ହେବା ଉଚିତ୍। ଫେଙ୍ଗେ ତାଙ୍କ ଅଭିଭାଷଣରେ ୟୁକ୍ରେନ ଯୁଦ୍ଧରେ ଚୀନ୍‌ର ଆଭିମୁଖ୍ୟ ଏବଂ ତାଇୱାନ ଉପରେ ବେଜିଂର ଦାବି ବିଷୟରେ ମଧ୍ୟ କହିଛନ୍ତି।

 

Read More
{}{}