Hindi News >>Home >>Odisha National-International

Chhattisgarh Liquor Scam: ପ୍ରତ୍ୟେକ ବୋତଲ ବିକ୍ରିରୁ କମିଶନ ବନାଇବାର ଆସିଲା ଅଭିଯୋଗ, ଜାଣନ୍ତୁ ପୁରା ଘଟଣାକ୍ରମ

Chhattisgarh News: ଛତିଶଗଡ଼ରେ ହୋଇଥିବା ମଦ ଦୁର୍ନୀତି ମାମଲାରେ  ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ  ଅପରାଧିକ ବିଭାଗ ଅଧୀନରେ କିଙ୍ଗପିନ୍ କୁହାଯାଉଥିବା ଅନୱର ଢେବରଙ୍କୁ ଗିରଫ କରାଯାଇଛି। 

Advertisement
Chhattisgarh Liquor Scam: ପ୍ରତ୍ୟେକ ବୋତଲ ବିକ୍ରିରୁ କମିଶନ ବନାଇବାର ଆସିଲା ଅଭିଯୋଗ, ଜାଣନ୍ତୁ ପୁରା ଘଟଣାକ୍ରମ
Stop
Zee Odisha Desk|Updated: May 08, 2023, 06:44 PM IST

Chhattisgarh Liquor News: ଦିଲ୍ଲୀର ଅବକାରୀ ନୀତି ସହ ଜଡ଼ିତ ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ଥଣ୍ଡା ପଡ଼ିନାହିଁ। ହେଲେ ସେପଟେ ଛତିଶଗଡରେ ହୋଇଥିବା ମଦ ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ ହୋଇଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାୟପୁର ମେୟର ଏଜାଜ ଢେବରଙ୍କ ଭାଇ ଅନୱର ଢେବରଙ୍କୁ ଗିରଫ କରିଛି। ଏନେଇ ଅଭିଯୋଗ ହୋଇଛି ଯେ ଅନୱାର ଧବରଙ୍କ ନେତୃତ୍ୱରେ ହୋଇଥିବା ପ୍ରତ୍ୟେକ ବୋତଲ ବିକ୍ରିରେ ଘୋଟାଲା ହୋଇଛି। ଇଡି ଅନୁଯାୟୀ ଏହି ମାମଲାରେ ପ୍ରାୟ ୨୦୦୦ କୋଟି ଟଙ୍କାର ଗଡ଼ବଡ଼ ହୋଇଛି। ଛତିଶଗଡରେ ହୋଇଥିବା ମଦ ବ୍ୟବସାୟରେ ଦୁର୍ନୀତି ହୋଇଛି ଏବଂ ଟଙ୍କା ହେରଫେର ହୋଇଥିବାର ପ୍ରମାଣ ମିଳିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଶନିବାର ପୂର୍ବାହ୍ନରେ ରାୟପୁରସ୍ଥିତ ଏକ ହୋଟେଲ ଠାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ  ଅପରାଧିକ ବିଭାଗ ଅଧୀନରେ ଅନୱର ଢେବରଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ସେତେବେଳେ ଗିରଫ କରାଯାଇଥିଲା ଯେତେବେଳେ ସେ ପଛ ଦ୍ୱାର ଦେଇ ଖସିଯିବାକୁ ଚେଷ୍ଟା କରୁଥିଲେ। ପରେ ପିଏମଏଲଏ ସ୍ପେଶାଲ କୋର୍ଟ ତାଙ୍କୁ ୪ ଦିନ ପାଇଁ ଇଡି ହେପାଜତକୁ ପଠାଇଛନ୍ତି। ଅନୱର ଢେବରଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ ତାଙ୍କ ମହକିଲଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେ ଏହା ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ।

ଅନୱର ଢେବରଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ?
ମନି ଲଣ୍ଡରିଂ ମାମଲାର ଅନୁସନ୍ଧାନ କରୁଥିବା ଇଡି ପକ୍ଷରୁ କୁହାଯାଇଛି ଯେ ଅନୱର ଢେବରଙ୍କୁ ୭ ଥର ଜବାବ ତଲବ କରାଯାଇଥିଲା ହେଲେ ସେ କୌଣସି ଥର ତଦନ୍ତରେ ସାମିଲ ହୋଇନଥିଲେ। ଇଡି ଅନୁଯାୟୀ ଅନୱର ଢେବର କ୍ରମାଗତ ଭାବରେ ବେନାମୀ ସିମ୍ କାର୍ଡ ଏବଂ ଇଣ୍ଟରନେଟ୍ ଡଙ୍ଗଲ୍ ବ୍ୟବହାର କରୁଥିଲେ ଏବଂ ତାଙ୍କ ସ୍ଥାନ ପରିବର୍ତ୍ତନ କରୁଥିଲେ। ଛତିଶଗଡ କ୍ଷମତାସୀନରେ ଶାସକ କଂଗ୍ରେସ ଦଳର ଜଣେ ପ୍ରଭାବଶାଳୀ ନେତା ଭାବେ ଏଜାଜ ଢେବରଙ୍କୁ ବିବେଚନା କରାଯାଏ। ଯିଏ ବର୍ତ୍ତମାନ ରାୟପୁର ନଦର ନିଗମର ମେୟର ଅଛନ୍ତି।

ଇଡି ଅଭିଯୋଗ କରିଛି ଯେ, ଅନୁସନ୍ଧାନରୁ ଜଣାପଡିଛି ଯେ ଅନୱାର ଢେବରଙ୍କ ନେତୃତ୍ୱରେ ଏକ ସଙ୍ଗଠିତ ଅପରାଧୀ ସିଣ୍ଡିକେଟ୍ ଛତିଶଗଡ ଠାରେ କାର୍ଯ୍ୟ କରୁଛି। ଅନୱର ଢେବର ଜଣେ ସାଧାରଣ ନାଗରିକ ହେଲେ ସେ ବଡ ରାଜନୈତିକ ବ୍ୟକ୍ତିତ୍ୱ ତଥା ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଟଙ୍କା ନେଉଥିଲେ। ଅନୱାର ଢେବର ଏକ ବିସ୍ତୃତ ଷଡଯନ୍ତ୍ର ରଚିଥିଲେ ଏବଂ ଏହି ଦୁର୍ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟକ୍ତି ତଥା ସଂସ୍ଥାର ଏକ ବୃହତ ତଥା ଦୃଢ ନେଟୱାର୍କ ସୃଷ୍ଟି କରିଥିଲେ। ଯାହା ଦ୍ୱାରା ଛତିଶଗଡ ଠାରେ ବିକ୍ରି ହୋଇଥିବା ପ୍ରତ୍ୟେକ ମଦ ବୋତଲ ଉପରୁ ବେଆଇନ ଟଙ୍କା ରୋଜଗାର କରାଯାଇ ପାରିବ।

ଚଢାଉ ବେଳେ ପ୍ରମାଣ ମିଳିବା ନେଉ କରଗଲା ଦାବି 
ଇଡି ପକ୍ଷରୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ମାର୍ଚ୍ଚ ମାସରେ ରାୟପୁର ଠାରେ ଅନୱର ଢେବରଙ୍କ ଘର ସମେତ ଛତିଶଗଡ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ଠାର ୩୫ ସ୍ଥାନ ଉପରେ ଚଢାଉ କରାଯାଇଥିଲା। ଗତ ୨୦୧୯-୨୨ ବର୍ଷ ମଧ୍ୟରେ ହୋଇଥିବା ଦୁର୍ନୀତି ଏବଂ ୨ ହଜାର କୋଟି ଟଙ୍କାର ହେରଫେର ସମ୍ପର୍କରେ ପ୍ରମାଣ ମିଳିଛି। ଇଡି ଅଭିଯୋଗ କରିଛି ଯେ ଅର୍ଥ ସଂଗ୍ରହର ଏହି ବେଆଇନ ବ୍ୟବସାୟ ପାଇଁ ଅନୱର ଢେବର ଦାୟୀ। ହେଲେ ସେ ଏହି ଦୁର୍ନୀତି ମାମଲାରେ ଫଇଦା ଉଠାଇଥିବା ଏକ ମାତ୍ର ନୁହଁନ୍ତି। ଇଡି ଦାବି କରିଛି ଯେ ଅନୱାର ଢେବର ଏହି ଅର୍ଥର କିଛି ଅଂଶ ନିଜ ପାଖରେ ରଖିଛନ୍ତି। ବାକି ସବୁକୁ ତାଙ୍କର ରାଜନୈତିକ ଗୁରୁଙ୍କୁ ଦେଇଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଛି ଯେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିଲ ଟୁଟେଜାଙ୍କ ସହ ମଦ୍ୟ ବ୍ୟବାସାୟୀ ଅନୱାର ଢେବର ହେଉଛନ୍ତି ଛତିଶଗଡରେ ହୋଇଥିବା ବେଆଇନ ମଦ କାରବାରର କିଙ୍ଗପିନ। ଏହା ସହିତ ସେ ଦାବି କରିଛନ୍ତି ଯେ ଦୁର୍ନୀତିରୁ ମିଳିଥିବା ଏହି ଅର୍ଥ ନିର୍ବାଚନ ପ୍ରଚାରରେ ମଧ୍ୟ ବ୍ୟବହୃତ ହୋଇଥିଲା। ଏଜେନ୍ସି ଏହା ମଧ୍ୟ ଦାବି କରିଛି ଯେ ୨୦୧୯-୨୨ ମଧ୍ୟରେ ଛତିଶଗଡରେ ବିକ୍ରି ହେଉଥିବା ୩୦-୪୦ ପ୍ରତିଶତ ମଦ ହେଉଛି ବେଆଇନ। ଏହି ବେଆଇନ ମଦ କାରବାରରୁ ପ୍ରାୟ ୧୨୦୦-୧୫୦୦ କୋଟି ଟଙ୍କାର ବେଆଇନ ଲାଭ କରାଯାଇଛି।

 

Read More
{}{}