Hindi News >>Home >>Odisha National-International

National Space Day: ଚନ୍ଦ୍ର ପୃଷ୍ଠରେ ନାମକରଣ କଲା ଭାରତ

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖ (August 23) କୁ ଏଣିକି ‘ହିନ୍ଦୁସ୍ତାନ ମହାକାଶ ଦିବସ’ (National Space Day) ଭାବେ ପାଳନ କରାଯିବ। ଏହିଦିନ ଭାରତର ଐତିହାସିକ ଚନ୍ଦ୍ରଯାନ-୩ ସଫଳତାର(Chandrayaan3) ସହ ଚନ୍ଦ୍ର ପୃଷ୍ଠରେ ଅବତରଣ କରି ତ୍ରିରଙ୍ଗା ଉଡ଼ାଇଥିଲା। ଏଣୁ ଏହି ଦିନଟିକୁ ଭାରତର ପ୍ରତିଟି ଜନମାନସରେ  ସବୁଦିନ ପାଇଁ ଉଜ୍ଜିବୀତ ରଖି ତାହାକୁ ଆଗାମୀ ପିଢ଼ି ପାଇଁ ପ୍ରେରଣରି ଦିନ ଭାବେ ବିବେଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଏହି ଘୋଷଣା କରିଛନ୍ତି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 26, 2023, 09:51 AM IST

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖ (August 23) କୁ ଏଣିକି ‘ହିନ୍ଦୁସ୍ତାନ ମହାକାଶ ଦିବସ’ (National Space Day) ଭାବେ ପାଳନ କରାଯିବ। ଏହିଦିନ ଭାରତର ଐତିହାସିକ ଚନ୍ଦ୍ରଯାନ-୩ ସଫଳତାର(Chandrayaan3) ସହ ଚନ୍ଦ୍ର ପୃଷ୍ଠରେ ଅବତରଣ କରି ତ୍ରିରଙ୍ଗା ଉଡ଼ାଇଥିଲା। ଏଣୁ ଏହି ଦିନଟିକୁ ଭାରତର ପ୍ରତିଟି ଜନମାନସରେ  ସବୁଦିନ ପାଇଁ ଉଜ୍ଜିବୀତ ରଖି ତାହାକୁ ଆଗାମୀ ପିଢ଼ି ପାଇଁ ପ୍ରେରଣରି ଦିନ ଭାବେ ବିବେଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଏହି ଘୋଷଣା କରିଛନ୍ତି। 

 

ଶ୍ରୀ ମୋଦୀ ଆଜି ବାଙ୍ଗାଲୁରୁଠାରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ସମ୍ବୋଧନ କରିବା ଅବସରରେ ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ନିଜର ପଦଚିହ୍ନ ପକାଇଥିଲା ସେହି ସ୍ଥାନଟିକୁ ‘ତ୍ରିରଙ୍ଗା’(triranga) ନାମ ଦେଇଛନ୍ତି।  ‘ଏହା ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରରଣାଦାୟୀ ହେବ ଏବଂ ବିଫଳତା କେବେ ସର୍ବଶେଷ ନୁହେଁ, ତାହା  ଆମକୁ ଚେତାଇଦେବ’  ବୋଲି କରିଛନ୍ତି ପ୍ରଧାନମନ୍ତ୍ରୀ (PM Modi)।   ଚନ୍ଦ୍ର ପୃଷ୍ଠର ଯେଉଁସ୍ଥାନରେ  ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା ତାହାକୁ ‘ଶିବଶକ୍ତି’(shiva shakti) ଭାବରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଅର୍ଥାତ୍‍ ଚନ୍ଦ୍ରପୃଷ୍ଠର ବିଭିନ୍ନ ସ୍ଥାନ ଏଣିକି ଭାରତର ନାମକରଣ ଅନୁସାରେ ପରିଚିତ ହେବ। 

ବିଦେଶ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକଙ୍କୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଭେଟି ବୈଜ୍ଞାନିକମାନଙ୍କୁ ଅଭିବାଦନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏପରି ଘୋଷଣା କରିଛନ୍ତି।  ଚନ୍ଦ୍ରୟାନ-୩ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଇସ୍ରୋ  ସେ ବାଙ୍ଗାଲୋରସ୍ଥିତ ISRO Telemetry Tracking & Command Network Mission Control Complex ଠାରେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇ ଥିଲେ।

ଅଗଷ୍ଟ ୨୩ର ମିଶନ ସମଗ୍ର ପୃଥିବୀ ପାଇଁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ଅବିସ୍ମରଣୀୟ ଦିନ। ଏହିଦିନ ଭାରତର ପ୍ରଥମଥର ପାଇଁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା ତା’ ନୁହେଁ,  କେହି କେବେ ପହଞ୍ଚିପାରି ନଥିବା ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ତ୍ରିରଙ୍ଗା ଉଡ଼ିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥାଇ ମଧ୍ୟ ବୌଜ୍ଞାନିକଙ୍କ ସଫଳତାର ଅଂଶୀଦାର ହୋଇଥିଲେ। ଚନ୍ଦ୍ରୟାନ-୩ ସଫ୍ଟଲ୍ୟାଣ୍ଡିଂ ବେଳେ ଦକ୍ଷିଣଆଫ୍ରିକା ଜୋହାନ୍ସବର୍ଗରୁ ଭର୍ଚୁଆଲ୍‌ ମୋଡ୍‌ରେ ମିଶନ ଅପରେସନ କଂପ୍ଲେକ୍ସ ସହ ଯୋଡ଼ି ହୋଇଥିଲେ। ଏଥିସହ ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ (PM Modi) ।

ଚନ୍ଦ୍ରଯାନ-୩ ଅବତରଣ ପରେ ସଫଳତାର ସହ ଏହାର ଲ୍ୟାଣ୍ଡର ବିକ୍ରମଠାରୁ ରୋଭର ପ୍ରଜ୍ଞାନ ଅଲଗା ହୋଇ ଚନ୍ଦ୍ର ପୃଷ୍ଠର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ଏହା ସହ ଏହି ଉପକରଣ ସହ ଲଗାଯାଇଥିବା କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋକୁ ମହାକାଶ ଗବେଷଣା କେନ୍ଦ୍ରକୁ ପଠାଉଛି। ଇସ୍ରୋର ବାଙ୍ଗାଲୋରସ୍ଥିତ କେନ୍ଦ୍ର ଏହାକୁ ଅନୁଧ୍ୟାନ କରୁଛି। ନିରନ୍ତର ଭାବେ ଏହି ଫେଟା ଓ ଭିଡିଓର ବିଶ୍ଳଷଣ କରାଯାଉଛି। ଦକ୍ଷିଣ ମେରୁର ଏହି ଫଟୋ ଏବଂ ଭିଡିଓ  ମହାକାଶ ବୈଜ୍ଞାନିକ ସମୁଦାୟ ପାଇଁ ଅନେକ ମହତ୍ତ୍ୱପୂର୍ଣ ହେବ। ପୂର୍ବରୁ ଏହି ସ୍ଥାନକୁ କେହି କେବେ ଗବେଷଣା ପାଇ ବାଛି ନଥିଲେ। ଯେଉଁ ୧୫ଦିନ ଏହା ସୂର୍ଯ୍ୟ ଆଲୋକକରେ ଆଲୋକିତ ହୁଏ ସହି ସମୟରେ ଗବେଶଣେ ପାଇଁ ଇସ୍ରୋ ସ୍ଥିର କରିଥିଲା ଏବଂ ସେଥିରେ ସଫଳ ହୋଇଛି। ଏହି ଅଞ୍ଚଳରେ ବରଫ ଜମାଟ ବାନ୍ଧିଥିବା ପୂର୍ବରୁ ଆକଳନ କରାଯାଇଥିଲା।  ଏଣୁ ଭାରତର ଚନ୍ଦ୍ର ଅଭିଯାନକୁ ଅସାଧାରଣ କରିବା ସହ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ କହିଛନ୍ତି ଯେ, ‘ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ। ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ, ଲଢୁଆ ଭାରତ। ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ।’

 

Read More
{}{}