Hindi News >>Home >>Odisha National-International

Chandigarh University MMS: ଅଶ୍ଲିଳ ଭିଡ଼ିଓ ପାଇଁ କମ୍ପିଲା ଶିକ୍ଷାନୁଷ୍ଠାନ

ଗାଧୁଆଘରେ ଲମ୍ବା ସମୟ ଧରି ଗାଧଉଥିବା ଅବସ୍ଥାରେ ଅଭିଯୁକ୍ତି ସେମାନଙ୍କ ଭିଡ଼ିଓ ପ୍ରସ୍ତୁତ କରୁଥିଲା। ଏ ସମ୍ପର୍କରେ ହଷ୍ଟେଲର ଝିଅମାନେ ଜାଣିବାକୁ ପାଇଲେ ସେମାନେ ମ୍ୟାନେଜମେଣ୍ଟରେ ଅଭିଯୋଗ କରିଥିଲେ।

Advertisement
Chandigarh University MMS: ଅଶ୍ଲିଳ ଭିଡ଼ିଓ ପାଇଁ କମ୍ପିଲା ଶିକ୍ଷାନୁଷ୍ଠାନ
Stop
Prabhudatta Moharana|Updated: Sep 18, 2022, 01:29 PM IST

Chandigarh University MMS: ଚଣ୍ଡିଗଡ଼: ଶନିବାର ବିଳମ୍ବିତ ରାତିରେ ପଞ୍ଜାବର ମୋହାଲିର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏକ ଭୟଙ୍କର ସ୍ଥିତି ଉପୁଜିଥିଲା। ଅଭିଯୋଗ ହୋଇଛି ଯେ ଜଣେ ବାଳିକା ଛାତ୍ର ହଷ୍ଟେଲର ୬୦ ଜଣ ବାଳିକା ଗାଧୋଇବାର ଭିଡିଓ ପ୍ରସ୍ତୁତ କରି ଏହାକୁ ଜଣେ ଯୁବକଙ୍କ ନିକଟକୁ ପଠାଇଥିଲେ। ଶିମଲାର ସେହି ଯୁବକ ଏହି ଭିଡିଓକୁ ଇଣ୍ଟରନେଟରେ ରଖି ଭାଇରାଲ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ହଷ୍ଟେଲ ଝିଅ ଛାତ୍ରମାନଙ୍କ ମଧ୍ୟରୁ ୮ ଜଣ ଝିଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗାଧୁଆଘରେ ଲମ୍ବା ସମୟ ଧରି ଗାଧଉଥିବା ଅବସ୍ଥାରେ ଅଭିଯୁକ୍ତି ସେମାନଙ୍କ ଭିଡ଼ିଓ ପ୍ରସ୍ତୁତ କରୁଥିଲା। ଏ ସମ୍ପର୍କରେ ହଷ୍ଟେଲର ଝିଅମାନେ ଜାଣିବାକୁ ପାଇଲେ ସେମାନେ ମ୍ୟାନେଜମେଣ୍ଟରେ ଅଭିଯୋଗ କରିଥିଲେ। ଝିଅମାନଙ୍କ କହିବା ମୁତାବକ ଏହି ଅଭିଯୋଗ ଉପରେ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏପରିକି ଏହି କଥା ବାହାରେ ପ୍ରଘଟ ନ କରିବାକୁ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା। 

 

ତେବେ ଏହି ମାମଲା ସମ୍ପର୍କରେ ଛାତ୍ର ସଂଗଠନ ଯେତେବେଳେ ଜାଣିବାକୁ ପାଇଲେ ସେମାନେ କ୍ରୋଧିତ ହୋଇ ଉଠିଥିଲେ। ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟକୁ ଘେରି ନେଇଥିଲେ। ଏହା ସହିତ ଆମେ ନ୍ୟାୟ ଚାହୁଁ ବୋଲି ନାରାବାଜି ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଧିକାରୀମାନେ ପୋଲିସକୁ ଡାକିବାକୁ ବାଧ୍ୟ ହୋଇଥିଲେ। ସେପଟେ ପୋଲିସ ଗାଡ଼ିକୁ ଓଲଟାଇ ଦେଇଥିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ। ତେବେ ଏହି ମାମଲାକୁ ନେଇ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପ୍ରଶାସନ ଚୁପ ରହିଥିବା ଜଣାପଡ଼ିଛି। 

ଏସଏସପି କହିଛନ୍ତି କି ମାମଲାର ବିସ୍ତୃତ ଭାବେ ଯାଞ୍ଚ କରାଯାଉଛି। ଆମ ନିକଟରେ ସବିଶେଷ ସୂଚନା ଏବଂ ଭାଇରାଲ ଭିଡ଼ିଓ ରହିଛି। ଆମେ ତାହାର ଯାଞ୍ଚ କରୁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଯାହା ତଦନ୍ତ କରୁଛୁ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଭାଇରାଲ ଭିଡ଼ିଓ ଉକ୍ତ ଯୁବତୀଙ୍କର। ଏଥିରେ ଅନ୍ୟ କୌଣସି ଯୁବତୀଙ୍କର ଭିଡ଼ିଓ ନଥିବା ସୂଚନା ରହିଛି। ତେବେ ତଦନ୍ତ ଜାରି ରହିଛି ବୋଲି ଏସଏସପି କହିଥିଲେ।

ସେହିପରି ଜଣେ ଯୁବକଙ୍କୁ କିଛି ଯୁବକ ମିଶି ଆକ୍ରମଣ କରୁଥିବା ଭିଡ଼ିଓ ଭାଇରଲ୍। ସୂଚନା ମୁତାବକ ଗତକାଲି ରାତିରେ ବ୍ରହ୍ମପୁର ସରକାରୀ ଆଇଟିଆଇ ପରସରରେ ବିଶ୍ଵକର୍ମା ପୂଜାର ଆୟୋଜିତ ଚାଲିଥିବାବେଳେ କିଛି ଅଣଛାତ୍ର ପୂଜା ଦେଖିବାକୁ ଯାଇଥିଲେ । ସେଠାରେ ଖୋଡାସୀଙ୍ଗି ଅଞ୍ଚଳର କିଛି ଯୁବକଙ୍କ ସହ ଗେଟ୍ ବଜାର ଅଞ୍ଚଳର ଯୁବକଙ୍କ ମଧ୍ୟରେ ପରସ୍ପର ଧକ୍କା ହୋଇଥିଲା ।  

ଫଳରେ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ତେବେ ଗେଟ୍ ବଜାର ଅଞ୍ଚଳର  ଦିପୁନ ସାମଲଙ୍କୁ ଖୋଡାସିଙ୍ଗି ଅଞ୍ଚଳର କିଛି ଯୁବକ ମିସି ନିର୍ଦ୍ଧୁମ ମାଡ ମାରିଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ଭିଡିଓ ଭାଇରାଲ ହୋଇଛି। ଯାହାଫଳରେ ଦିପୁନଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଛି ।  ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଦିପୁନକୁ ପ୍ରକୃତରେ କିଏ କିଏ ଆକ୍ରମଣ କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ସମସ୍ତ ଯୁବକ ଅଣ ଛାତ୍ର ହୋଇଥିବା କହିଛନ୍ତି କଲେଜ କର୍ତୃପକ୍ଷ । ତେବେ ଆଟିଆଇ ପକ୍ଷରୁ ପୋଲିସ ସୁରକ୍ଷା ବ୍ୟବସ୍ଥା ନଥିବା ଫଳରେ ଏଭଳି ପରିସ୍ଥିତି ଉପୁଜିଥିବା ଜଣା ପଡ଼ିଛି।  ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି।

ଅଧିକ ପଢନ୍ତୁ: ଉତ୍ତର ପ୍ରଦେଶର ଏହି ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ ନୀତିଶ କୁମାର!

Read More
{}{}