Hindi News >>Home >>Odisha National-International

ଗରିବ ଲୋକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ଏହି ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

Free Ration: ଗରିବ ଲୋକଙ୍କ କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏଥିସହ ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା ମଧ୍ୟ ଚଳାଉଛନ୍ତି । ଭୋକରେ କାହାକୁ ନ ଶୋଇବାକୁ ପଡ଼ିବ, ସେଥି ପାଇଁ ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଉଛନ୍ତି । କୋରୋନା ପରଠାରୁ ଲୋକମାନେ ଆର୍ଥିକ ସ୍ତରରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି । ଏଭଳି ପରିସ୍ଥି

Advertisement
ଗରିବ ଲୋକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ଏହି ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ
Stop
Zee Odisha Desk|Updated: Jul 05, 2022, 04:22 PM IST

ନୂଆଦିଲ୍ଲୀ: Free Ration: ଗରିବ ଲୋକଙ୍କ କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏଥିସହ ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା ମଧ୍ୟ ଚଳାଉଛନ୍ତି । ଭୋକରେ କାହାକୁ ନ ଶୋଇବାକୁ ପଡ଼ିବ, ସେଥି ପାଇଁ ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଉଛନ୍ତି । କୋରୋନା ପରଠାରୁ ଲୋକମାନେ ଆର୍ଥିକ ସ୍ତରରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି । ଏଭଳି ପରିସ୍ଥିତିରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନରେ ଦି' ଟାଇମ୍ ଖାଇବାରୁ ପାଉନାହାଁନ୍ତି । ଏହିପରି ଲୋକଙ୍କ ପାଇଁ ସରକାର ମାଗଣା ରାସନ ଯୋଜନା ଚଳାଉଛନ୍ତି । ଏଥି ସହିତ ମାଗଣା ରାସନ ଯୋଜନାର ସମୟସୀମା ସରକାର ବୃଦ୍ଧି କରିଛନ୍ତି ।

ମାଗଣା ରାସନ ଯୋଜନାର ସମୟ ସୀମାକୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ମୋଦି ସରକାର ବୃଦ୍ଧି କରିଥିଲେ । ୮୦,୦୦୦ କୋଟି ଟଙ୍କା ବ୍ୟୟରେ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ୬ ମାସ ପାଇଁ ସରକାରଙ୍କ ତରଫରୁ ଦିଆଯାଉଛି । ପୂର୍ବରୁ ଏହି ଯୋଜନାର ଶେଷ ତାରିଖ ଥିଲା ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖି ଥିଲା । ଅବଶ୍ୟ, ମାର୍ଚ୍ଚ ମାସରେ ହିଁ ଏହାର ଅବଧି ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହା ସହିତ ଗରିବ ବର୍ଗର ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇ ପାରିବେ ।

COVID-19 କାରଣରୁ ଗରିବ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସରକାର ମାଗଣା ରାସନ ଯୋଜନା ଆଣିଥିଲେ । ଏଥି ସହିତ ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ମାର୍ଚ୍ଚରେ ଏହି ଯୋଜନା ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା । ଏହି କାରଣରୁ ଏହି ଯୋଜନାରେ ଆଉ ୮୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହା ବି ପଢ଼ନ୍ତୁ:-ଧୃତରାଷ୍ଟ୍ର, ଦରବାରୀ... ଉଦ୍ଧବ ଠାକରେଙ୍କ ଉପରେ ସିନ୍ଦେ ଗୋଷ୍ଠୀର ଆକ୍ରମଣ, ଜବାବ ଦେବାକୁ ମୈଦାନକୁ ଓହ୍ଲାଇଲେ ସଞ୍ଜୟ ରାଉତ

ଏହା ବି ପଢ଼ନ୍ତୁ:-'ଯିଏ ନୁପୂର ଶର୍ମାଙ୍କ ମୁଣ୍ଡ କାଟି ଆଣିବ, ମୋ ଘର ଦେଇଦେବି', ଅଜମେରର ସଲମାନ ଚିଶ୍ତିଙ୍କ ଭିଡିଓ ଭାଇରାଲ

ଏହା ବି ପଢ଼ନ୍ତୁ:-ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଫେରିବାକୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ; ଅଯୋଗ୍ୟତା ନୋଟିସ ଉପରେ ବି ସିନ୍ଦେଙ୍କୁ ଦେଲେ ଏହି ଜବାବ

 

ଏଠାରେ କହି ରଖୁଛୁ ଯେ, ମାର୍ଚ୍ଚ ୨୦୨୦ରେ କେନ୍ଦ୍ର ସରକାରଙ୍କ ତରଫରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନ୍ତର୍ଗତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PM-GKAY) ଆରମ୍ଭ କରାଯାଇଥିଲା । ଏହା ଅନ୍ତର୍ଗତ ମାସକୁ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ୮୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । । ଏହି ଯୋଜନା ଯୋଗୁଁ COVID ମହାମାରୀ ସମୟରେ ଲୋକଙ୍କ ଅସୁବିଧା ମଧ୍ୟ ବହୁତ କମ୍ ହୋଇଛି ।

Read More
{}{}