Hindi News >>Home >>Odisha National-International

K Kavitha Arrested: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ CBI ର ବଡ଼ ଆକ୍ସନ, କେ କବିତା ଗିରଫ

K Kavitha Arrested: ସିବିଆଇ ଗୁରୁବାର ଦିନ ବିଆରଏସ ନେତା କେ. କବିତାଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ହେପାଜତରୁ ଗିରଫ କରିଛି। ସେ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି। ଶନିବାର ଦିନ ସିବିଆଇ ତାଙ୍କୁ ଜେଲ ଭିତରେ ମଧ୍ୟ ପଚରାଉଚରା କରିଥିଲା।   

Advertisement
K Kavitha Arrested
Stop
Zee Odisha Desk|Updated: Apr 11, 2024, 03:00 PM IST

K Kavitha Arrested: ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ତେଲେଙ୍ଗାନା ସିଏମ୍ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ଅସୁବିଧା କମ୍ ହେବାର ନାମ ନେଉନାହିଁ। ସଦ୍ୟତମ ମାମଲାରେ ସିବିଆଇ ଗୁରୁବାର ଦିନ ବିଆରଏସ ନେତା କେ କବିତାଙ୍କୁ ଗିରଫ କରିଛି। କବିତାଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ହେପାଜତରୁ ଗିରଫ କରାଯାଇଛି। ସେ ବର୍ତ୍ତମାନ ଜାତୀୟ ରାଜଧାନୀର ତିହାର ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି।

ଏହାପୂର୍ବରୁ ଗତ ଶନିବାର ଦିନ ସିବିଆଇ ତାଙ୍କୁ ଜେଲ ଭିତରେ ପଚରାଉଚରା କରିଥିଲା। ଯାହା ପରେ ଆଜି ସିବିଆଇ ଏହି ପଦକ୍ଷେପ ନେଇଛି।

୨୩ ଏପ୍ରିଲ୍ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି କେ. କବିତା
କହିରଖୁଛୁ ଯେ ୯ ଏପ୍ରିଲ ମଙ୍ଗଳବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କେ. କବିତାଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଥିଲେ। ଏହାପୂର୍ବରୁ ଶୁକ୍ରବାର ଦିନ ସ୍ୱତନ୍ତ୍ର ବିଚାରପତି କାଭେରୀ ବାୱେଜାଙ୍କ କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୁ ତିହାର ଜେଲରେ ପଚରାଉଚରା ପାଇଁ ଅନୁମତି ଦେଇଥିଲେ।

କେ. କବିତାଙ୍କୁ ୧୫ ମାର୍ଚ୍ଚରେ ହାଇଦ୍ରାବାଦରୁ ଗିରଫ କରିଥିଲା ଇଡି
ମାର୍ଚ୍ଚ ୧୫ ରେ ହାଇଦ୍ରାବାଦରୁ ଇଡି ତାଙ୍କୁ ଗିରଫ କରି ପରଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ଯେଉଁଠାରୁ ତାଙ୍କୁ ସାତ ଦିନ ପାଇଁ ଇଡି ହେପାଜତକୁ ପଠାଯାଇଥିଲା ଏବଂ ମାର୍ଚ୍ଚ ୨୩ ରେ କୋର୍ଟ ତାଙ୍କ ହେପାଜତକୁ କେନ୍ଦ୍ରୀୟ ଏଜେନ୍ସିକୁ ଆଉ ତିନି ଦିନ ପାଇଁ ଦେଇଥିଲେ।

କେ. କବିତାଙ୍କୁ ନେଇ ଇଡି ଅଭିଯୋଗ କରିଛି ଯେ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅନ୍ୟମାନଙ୍କ ସହ ଷଡଯନ୍ତ୍ର କରି ଏକ୍ସାଇଜ୍ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଲାଭ ହାସଲ କରିଛନ୍ତି।

Read More
{}{}