Hindi News >>Home >>Odisha National-International

Cambodia: କ୍ୟାସିନୋ ଅଗ୍ନିକାଣ୍ଡ ଘଟଣା; ବଢିଲା ମୃତ୍ୟୁ ସଂଖ୍ୟା

Cambodia  Fire Tragedy: କାମ୍ବୋଡ଼ିଆ ପ୍ରଧାନମନ୍ତ୍ରୀ ହୁନ୍ ସେନ୍ କହିଛନ୍ତି ହୋଟେଲ-କ୍ୟାସିନୋ ଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କୁ ଛାଡି ୭୩ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ଗତ ବୁଧବାର ମଧ୍ୟରାତ୍ରୀରେ ଘଟିଥିଲା। ଥାଇଲ୍ୟାଣ୍ଡ ସୀମା ନିକଟରେ ଅବସ୍ଥିତ ସହର ପୋଇପେଟସ୍ଥିତ ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲ-କ୍ୟାସିନନୋ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

Advertisement
Cambodia: କ୍ୟାସିନୋ ଅଗ୍ନିକାଣ୍ଡ ଘଟଣା; ବଢିଲା ମୃତ୍ୟୁ ସଂଖ୍ୟା
Stop
Zee Odisha Desk|Updated: Dec 30, 2022, 05:52 PM IST

Cambodia Hotel Casino Fire: କାମ୍ବୋଡିଆର ବାଣ୍ଟେ ମିଞ୍ଚି ପ୍ରଦେଶରେ ଏକ ହୋଟେଲ-କ୍ୟାସିନୋ ଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିଛି। ଅଗ୍ନିକାଣ୍ଡ କାରଣରୁ ୨୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି। ଅଗ୍ନିକାଣ୍ଡ ଘଟଣାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି।
 
ଏହି ଘଟଣାରେ ପ୍ରତିକ୍ରିୟା ରଖି ବାଣ୍ଟେ ମିଞ୍ଚି ପ୍ରଦେଶର (Banteay Meanchey Province) ସୂଚନା ବିଭାଗ ନିର୍ଦ୍ଦେଶକ ସେକ୍ ସୋଖମ୍ ସିନହୁଆ ନ୍ୟୁଜ ଏଜେନ୍ସି (Xinhua News Agency) ନାମକ ସଂମ୍ବାଦ ସରବରହ ସଂସ୍ଥାକୁ କହିଛନ୍ତି ଯେ, ଶୁକ୍ରବାର ସକାଳେ ଉଦ୍ଧାରକାରୀ ଦଳ ହୋଟେଲ-କ୍ୟାସିନୋ (Hotel Casino) ପରିସରରୁ ଆଉ ଛଅଟି ମୃତଦେହ ଉଦ୍ଧାର କରିଛନ୍ତି। ଏହା ପରେ ମୃତକଙ୍କ ସଂଖ୍ୟା ୨୫ ହୋଇଛି। 

ଶୁକ୍ରବାର କାମ୍ବୋଡ଼ିଆ ପ୍ରଧାନମନ୍ତ୍ରୀ ହୁନ୍ ସେନ୍ (Cambodia Prime Minister Hun Sen) କହିଛନ୍ତି ହୋଟେଲ-କ୍ୟାସିନୋ ଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କୁ ଛାଡି ୭୩ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ଗତ ବୁଧବାର ମଧ୍ୟରାତ୍ରୀରେ ଘଟିଥିଲା। ଥାଇଲ୍ୟାଣ୍ଡ ସୀମା ନିକଟରେ ଅବସ୍ଥିତ ସହର ପୋଇପେଟସ୍ଥିତ ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲ-କ୍ୟାସିନନୋ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ହୁନ୍ ସେନ୍ ଆହୁରି ମଧ୍ୟ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଦିଆଯାଇଛି। ହେଲେ ଅଗ୍ନିକାଣ୍ଡ କାରଣରୁ ପ୍ରାଣ ହରାଇଥିବା ଅଧିକ ଲୋକଙ୍କ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ଉଦ୍ଧାର ଅଭିଯାନ ପାଇଁ ଥାଇଲ୍ୟାଣ୍ଡ ଏହାର ଜରୁରୀକାଳୀନ ପ୍ରତିକ୍ରିୟା କର୍ମଚାରୀ ପଠାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ପୋଲିସ ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡ ପଛରେ କେଉଁ କାରଣ ରହିଛି ତାହାର ଅନୁସନ୍ଧାନ କରାଯାଉଛି। 

Read More
{}{}