Hindi News >>Home >>Odisha National-International

Bye Election 2023: ଉପନିର୍ବାଚନରେ ବିଜେପିକୁ ଜବରଦସ୍ତ ଝଟକା, ବାଜି ମାରିନେଲେ ବିରୋଧି

ଝାଡ଼ଖଣ୍ଡରଡୁମରୀ ଆସନରେ ହୋଇଥିବା ଉପନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜୟୀ ହୋଇଛି। ଜେଏମଏମ ପ୍ରାର୍ଥୀ ବେବି ଦେବୀ ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିଅନ ପ୍ରାର୍ଥୀ ଯୋଶୋଦା ଦେବୀଙ୍କୁ ୧୭,୧୫୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। 

Advertisement
Bye Election 2023: ଉପନିର୍ବାଚନରେ ବିଜେପିକୁ ଜବରଦସ୍ତ ଝଟକା, ବାଜି ମାରିନେଲେ ବିରୋଧି
Stop
Zee Odisha Desk|Updated: Sep 08, 2023, 09:31 PM IST

Bye Election 2023 Result: ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଲାଗିଛି ଜବରଦସ୍ତ ଝଟକା। ଏହି ନିର୍ବାଚନରେ ବିରୋଧି ବାଜି ମାରି ନେଇଛନ୍ତି। ମୋଟ ୮ ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ସେପ୍ଟମ୍ବର ୮ ତାରିଖ ଶୁକ୍ରବାର ଘୋଷଣା କରାଯାଇଛି। ଗତ ୫ ତାରିଖରେ ଉପନିର୍ବାଚନ ଲାଗି ହୋଇଥିଲା ମତଦାନ। ବିଭିନ୍ନ ରାଜ୍ୟର ମୋଟ ୮ ଆସନ ମଧ୍ୟରୁ ବିଜେପି ୩ ଏବଂ ବିରୋଧି ୫ ଆସନ ହାତେଇଛନ୍ତି।

ଝାଡ଼ଖଣ୍ଡରଡୁମରୀ ଆସନରେ ହୋଇଥିବା ଉପନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜୟୀ ହୋଇଛି। ଜେଏମଏମ ପ୍ରାର୍ଥୀ ବେବି ଦେବୀ ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିଅନ ପ୍ରାର୍ଥୀ ଯୋଶୋଦା ଦେବୀଙ୍କୁ ୧୭,୧୫୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। 

କେରଳର ପୁଥୁପ୍ପାଲ୍ଲୀ ଆସନରେ ହୋଇଥିବା ଉପନିର୍ବାଚନରେ ରାଜ୍ୟର ମୁଖ୍ୟ ବିରୋଧି ଦଳ କଂଗ୍ରେସ ରାଜ୍ୟର କ୍ଷମତାସୀନ ବାମ ମେଣ୍ଟକୁ ପରାସ୍ତ କରିଛି। କଂଗ୍ରେସ ପ୍ରାର୍ଥୀ ଆଡଭୋକେଟ ଚାଣ୍ଡି ଓମେନ ସିପିଏମ ପ୍ରାର୍ଥୀ ଜେକି ସି ଥୋମାସ୍ ଙ୍କୁ ୩୭,୭୧୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। 

ତ୍ରିପୁରାର ଦୁଇ ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ବିଜେପି ବାଜିମାତ କରିଛି। ଅନ୍ୟପଟେ ବିରୋଧି ବାମ ମେଣ୍ଟକୁ ଲାଗିଛି ଜବରଦସ୍ତ ଝଟକା। ବୋକ୍ସାନଗର ଆସନରେ ବିଜେପି ପ୍ରାର୍ଥୀ ତଫାଜଲ ହୁସୈନ ସିପିଏମ ପ୍ରାର୍ଥୀ ମିଜାନ ହୁସୈନଙ୍କୁ ୩୦,୨୩୭ ଏବଂ ଧାନପୁର ଆସନରେ ବିଜେପି ପ୍ରାର୍ଥୀ ବିନ୍ଦୁ ଦେବନାଥ  ସିପିଏମ ପ୍ରାର୍ଥୀ କୌଶିକ ଚନ୍ଦାଙ୍କୁ ୧୮,୮୭୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। 

ଉତ୍ତର ପ୍ରଦେଶର ଘୋଷି ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଶାସକ ଦଳକୁ ଲାଗିଛି ଜବରଦସ୍ତ ଝଟକା। ଏହି ନିର୍ବାଚନରେ ଜବରଦସ୍ତ ବିଜୟ ହାସଲ କରିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ। ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଧାକର ସିଂହ ବିଜେପି ପ୍ରାର୍ଥୀ ଦାରା ସିଂହ ଚୌହାନଙ୍କୁ ୪୭,୭୫୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଶାସକ ଦଳ ବିଜୟୀ ହୋଇଥିବା ବେଳେ ବିରୋଧିଙ୍କୁ ଲାଗିଛି ଜବରଦସ୍ତ ଝଟକା। ବିଜେପି ପ୍ରାର୍ଥୀ ପାର୍ବତୀ ଦାସ  କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାରଙ୍କୁ ୨୪୦୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ପଶ୍ଚିମବଙ୍ଗର ଧୁପଗୁଡ଼ି ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଶାସକ ଦଳ ବିଜୟୀ ହୋଇଛି। ଅନ୍ୟପଟେ ବିରୋଧି ଅଳ୍ପକେ ପରାସ୍ତ ହୋଇଛନ୍ତି। ଟିଏମସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରୟ ବିଜେପି ପ୍ରାର୍ଥୀ ତାପସୀ ରାୟଙ୍କୁ ୪୩୦୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

Also Read: G20 Summit: ବିଦେଶୀ ଅତିଥି ଖାଇବେ ଓଡ଼ିଶାରୁ ଆରମ୍ଭ କରି ଗୁଜୁରାଟ ଖାଦ୍ୟ, ସାମିଲ ହୋଇଛି ୫୦୦ ପ୍ରକାରର ବ୍ୟଞ୍ଜନ

Also Read: SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ପାଆନ୍ତୁ ଗୃହ ଋଣ, ଏହି ତାରିଖ ପର୍ଯ୍ୟନ୍ତ ଅଫର୍

Also Read: Mo Bus Toilet: ଅଧାଗଢା ହୋଇପଡି଼ଛି ମୋ ବସ୍ ଶୌଚାଳୟ, ଯାତ୍ରା ବେଳେ ହଇରାଣ ହେଉଛନ୍ତି ମହିଳା ଯାତ୍ରୀ

Read More
{}{}