Hindi News >>Home >>Odisha National-International

Budget Session 2023: ୩୧ ଜାନୁଆରୀରୁ ୬ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ

Parliment Budget Session:  କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଜଣାଇଛନ୍ତି ଯେ ୨୦୨୩ ବଜେଟ୍ ଅଧିବେଶନରେ ଛୁଟି ୧୪ ଫେବୃଆରୀରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ହେବ। 

Advertisement
Budget Session 2023: ୩୧ ଜାନୁଆରୀରୁ ୬ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ
Stop
Zee Odisha Desk|Updated: Jan 13, 2023, 04:13 PM IST

Budget Session 2023-24 Schedule: ଚଳିତ ବର୍ଷ ସଂସଦର ବଜେଟ୍ ଅଧିବେଶନ ୩୧ ଜାନୁୟାରୀରୁ ଆରମ୍ଭ ହୋଇ ୬ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ  ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ କୁହାଯାଇଛି ଯେ ୧୪ ଫେବୃଆରୀରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ଏକ ବିରତି ହେବ। କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ସଂସଦର ବଜେଟ୍ ଅଧିବେଶନ ୩୧ ଜାନୁଆରୀରୁ ଆରମ୍ଭ ହୋଇ ୬ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ସାଧାରଣ ଛୁଟି ସହିତ ୬୬ ଦିନ ମଧ୍ୟରେ ୨୭ ବୈଠକ ଅନୁଷ୍ଠିତ ହେବ। 

କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ (Union Parliamentary Affairs Minister) ପ୍ରହ୍ଲାଦ ଯୋଶୀ (Pralhad Joshi) ଜଣାଇଛନ୍ତି ଯେ ୨୦୨୩ ବଜେଟ୍ ଅଧିବେଶନରେ (Budget Session 2023) ଛୁଟି ୧୪ ଫେବୃଆରୀରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ହେବ। ଯାହା ଦ୍ୱାରା ବିଭାଗ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟି ଅନୁଦାନର ଦାବିକୁ ଯାଞ୍ଚ କରିପାରିବେ ଏବଂ ସେମାନଙ୍କ ମନ୍ତ୍ରଣାଳୟ ଅଥବା ବିଭାଗ ସହ ଜଡିତ ରିପୋର୍ଟ ପ୍ରସ୍ତୁତ କରିପାରିବେ।

ସଂସଦର ଶୀତକାଳୀନ ଅଧିବେଶନରେ (Parliament Winter Session) ବିରୋଧୀ ଅଭିଯୋଗ କରିଥିଲେ ଯେ, ଅରୁଣାଚଳ ପ୍ରଦେଶ ତାୱାଙ୍ଗ ଠାରେ ପ୍ରକୃତ ନିୟନ୍ତ୍ରଣ ସୀମା ରେଖାରେ ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ବିଷୟରେ ଆଲୋଚନା କରିବାକୁ ଅନୁମତି ଦିଆଯାଇ ନଥିଲା। ଏହି ଘଟଣା ଗତ ଡିସେମ୍ବର ୯ ତାରିଖରେ ଘଟିଥିଲା। ଭାରତ-ଚୀନ ସୀମା ସଂଘର୍ଷକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। 

ଚଳିତ ବର୍ଷ ଫେବୃଆରୀ ୧ ତାରିଖରେ ସଂସଦରେ ଆଗତ ହେବେ ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ (Union Budget 2023-24) । ସଂସଦର ୬୬ ଦିନର କାର୍ଯ୍ୟ ଦିବସ ମଧ୍ୟରେ ବଜେଟ୍ ଅଧିବେଶନ 
ଅନୁଷ୍ଠିତ ହେବ। ସଂସଦର ୩ ଅଧିବେଶନ ମଧ୍ୟରୁ ବଜେଟ୍ ଅଧିବେଶନ ହେଉଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ। କାରଣ ଏହି ଅଧିବେଶନ ବେଳେ ଦେଶର ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପିତ ହେବ। ଅର୍ଥାତ ବଜେଟ ଆଗତ ହେବ।

ବର୍ତ୍ତମାନ ବିଶ୍ୱ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦେଇ ଗତି କରୁଛି। ଏହି ଯୁଦ୍ଧର ପ୍ରଭାବ ସର୍ବଭାରତୀୟ ସ୍ତରରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟକୁ ପ୍ରଭାବିତ କରିଛି। ଚଳିତ ବର୍ଷ ଆସିବାକୁ ଥିବା ଆର୍ଥିକ ମାନ୍ଦାବସ୍ଥା ସମ୍ପର୍କରେ ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଚେତାବନୀ ଦେଇସାରିଛି। ଗୁରୁବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ କହିଛି ଦେଶରେ ଯେ ଖାଦ୍ୟ ମୂଲ୍ୟ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୧୨ ମାସରେ ୫.୭ ପ୍ରତିଶତ ତଳକୁ ଖସି ଆସିଛି। ଗତ ବର୍ଷ ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସିକ କ୍ରମାଗତ ଚତୁର୍ଥ ତ୍ରୈମାସିକ ଥିଲା ଯେତେବେଳେ ଗ୍ରାହକ ମୂଲ୍ୟ ସୂଚକାଙ୍କ ପ୍ରତିଶତରୁ ଅଧିକ ରହିଥିଲା। 

{}{}