Hindi News >>Home >>Odisha National-International

PM Modi: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ ସହ ବିବୃତି ରଖିବେ ପ୍ରଧାନମନ୍ତ୍ରୀ

PM Narendra Modi: ସଂସଦରେ ବଜେଟ୍ ଅଧିବେଶନର ଆଜି ଷଷ୍ଠ ଦିନ (Budget Session 2024)। ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ (President Droupadi Murmu)ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧିତ କରିଥିଲେ।  ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣ ରଖିଥିଲେ। ଏହି ଅଭିଭାଷଣ ଉପରେ ଆଜି ଲୋକସଭାରେ ଧନ୍ୟବାଦ ଅର୍ପଣ ସହ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)।   

Advertisement
PM Modi: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ ସହ ବିବୃତି ରଖିବେ ପ୍ରଧାନମନ୍ତ୍ରୀ
Stop
Zee Odisha Desk|Updated: Feb 05, 2024, 10:55 AM IST

PM Narendra Modi: ସଂସଦରେ ବଜେଟ୍ ଅଧିବେଶନର ଆଜି ଷଷ୍ଠ ଦିନ (Budget Session 2024)। ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ (President Droupadi Murmu)ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧିତ କରିଥିଲେ।  ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣ ରଖିଥିଲେ। ଏହି ଅଭିଭାଷଣ ଉପରେ ଆଜି ଲୋକସଭାରେ ଧନ୍ୟବାଦ ଅର୍ପଣ ସହ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)। ଏହି ସମୟରେ ଗୃହରେ ଉପସ୍ଥିତ ରହିବେ ବିଜେପିର ସମସ୍ତ ସାଂସଦ ।

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସମ୍ବୋଧନରେ ସେ ସରକାରଙ୍କ ଦୃଷ୍ଟିକୋଣ ଏବଂ ଗତ ୧୦ ବର୍ଷ ମଧ୍ୟରେ ଦେଶରେ କରାଯାଇଥିବା କାର୍ଯ୍ୟ ବିଷୟରେ ବିସ୍ତୃତ ଭାବରେ କହିଥିଲେ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଏହା ମଧ୍ୟ କହିଥିଲେ ଯେ,  କେନ୍ଦ୍ର ସରକାରଙ୍କ ପାଇଁ ବିକାଶ ପଥେ ଆଗେଇ ଚାଲିଛି ଭାରତ। ସରକାର ଲକ୍ଷାଧିକ ନିଯୁକ୍ତି ପ୍ରଦାନ କରିଛନ୍ତି । ବହୁ ପ୍ରତୀକ୍ଷିତ ଆଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ହେବା ସହ ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ପ୍ରସଙ୍ଗ ବିଷୟରେ ମଧ୍ୟ ସେ କହିଥିଲେ।  ଐତିହାସିକ ଜି-୨୦ ସମ୍ମିଳନୀ ଆୟୋଜନ କରି ଭାରତ ସାରା ବିଶ୍ୱରେ ଏକ ଉଦାହରଣ ସାଜିଥିବା କଥା ମଧ୍ୟ ମଧ୍ୟ ଗୃହରେ ଉପସ୍ଥାପନ କରିଥିଲେ ରାଷ୍ଟ୍ରପତି । ବିଜେପି ସରକାରଙ୍କ କାର୍ଯ୍ୟକାଳ ଭିତରେ ଦେଶରୁ ୨୫ କୋଟି ଗରିବି ଦୂର ହୋଇଛି। ପ୍ରାୟ ୧ କୋଟି ୪୦ ଲକ୍ଷ ଲୋକ ଜିଏସଟି ଦେଉଥିବା ବେଳେ ୮ କଟି ଆଇଟିଆର୍ ଦାଖଲ କରୁଛନ୍ତି । ମେକ୍‌ ଇନ୍‌ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ । 

Read More
{}{}