Hindi News >>Home >>Odisha National-International

Diwali: ଆଲୋକର ପର୍ବରେ ଦେଖିବାକୁ ମିଳିଲା ଭାଇଚାରା, ଲକ୍ଷ ଲକ୍ଷ ଦୀପ ତିଆରି କରିଛନ୍ତି ମୁସଲିମ ପରିବାର

Hindu Muslim Brotherhood: ଅକ୍ଟୋବର ୨୪ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ଆଲୋକର ପର୍ବ। ଏଥର ଦିପାବଳୀ  ଅବସରରେ  ହିନ୍ଦୁ-ମୁସଲିମ ଭାଇଚାରାର କାହାଣୀ ମଧ୍ୟ ଦେଖିବାକୁ ମିଳିଛି। 

Advertisement
Diwali: ଆଲୋକର ପର୍ବରେ ଦେଖିବାକୁ ମିଳିଲା ଭାଇଚାରା, ଲକ୍ଷ ଲକ୍ଷ ଦୀପ ତିଆରି କରିଛନ୍ତି ମୁସଲିମ ପରିବାର
Stop
Subhramjit Ray|Updated: Oct 24, 2022, 05:38 PM IST

Brotherhood on Diwali: ବିଗତ ୨ ବର୍ଷ ଧରି କୋରୋନା ମହାମାରୀ କାରଣରୁ ଫିକା ପଡି଼ଯାଇଥିଲା ଦିପାବଳୀ। ହେଲେ ଚଳିତ ବର୍ଷ ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ଆଲୋକର ପର୍ବ। ଏଥର ଦିପାବଳୀ ଅବସରରେ ହିନ୍ଦୁ-ମୁସଲିମ ଭାଇଚାରାର କାହାଣୀ ମଧ୍ୟ ସାାମ୍ନାକୁ ଆସୁଛି। ଯାହାର ଉଦାହରଣ କାଶ୍ମୀର ଘାଟିରେ ଦେଖିବାକୁ ମିଳିଛି। ଏକ କାଶ୍ମୀର ମୁସଲିମ ପରିବାର ଦିପାବଳୀ ପାଇଁ ମାଟି ଦୀପ ତିଆରି କରିବାରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରିବାର ଦ୍ୱାରା ୧୫ ହଜାରରୁ ଅଧିକ ମାଟି ଦୀପ ତିଆରି ହୋଇ ପଠାଯାଇ ସାରିଛି। ଉମର ଏବଂ ତାଙ୍କ ପୁରା ପରିବାର ଦଶନ୍ଧି ଧରି ମାଟିରୁ ନିର୍ମିତ ବାସନ ବ୍ୟବସାୟ କରି ଆସୁଥିଲେ। ହେଲେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଦିପାବଳୀ ପାଇଁ ଉମରଙ୍କ ପରିବାର ୧୫ ହଜାର ପ୍ରସ୍ତୁତ କରିଛନ୍ତି। 

ଅକ୍ଟୋବର ୨୪ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ଆଲୋକର ପର୍ବ (Festival of Light) ଦିପାବଳୀ (Diwali)। ହେଲେ ଉମରଙ୍କ ପରିବାର ଦିପାବଳୀ ଦିନରାତି ନିରନ୍ତର ପରିଶ୍ରମ କରୁଛନ୍ତି। ସେମାନଙ୍କ ଦ୍ୱାରା ହଜାର ହଜାର ଦିପ କିପରି ସମଗ୍ର ଦେଶରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବ ସେ ନେଇ ପୁରା ପରିବାର ପ୍ରୟାସରତ ରହିଛି। ଉମର ତାଙ୍କ ପରିବାର ସହିତ କାଶ୍ମୀର ଉପତ୍ୟକାର (Kashmir Valley) ପାରମ୍ପାରିକ କୁମ୍ଭାର କଳାକୁ (Traditional Glazed Pottery Art) ସଂରକ୍ଷଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି।

Also Read: Janmashtmi: ଭଗବାନ ଶ୍ରୀକୃଷ୍ଣଙ୍କ ପୋଷାକ ନିର୍ମାଣରେ ନିୟୋଜିତ ଅଛନ୍ତି ୧୦ ହଜାର ମୁସଲିମ କାରିଗର

ଏନେଇ ଉମର କହିଛନ୍ତି ଆମକୁ ଚଳିତ ବର୍ଷ ଦିପାବଳୀ ଅବସରରେ ଏକ ବଡ ବରାଦ ମିଳିଛି। ଗତ ବର୍ଷ ଆମକୁ ୮୦୦ ଦୀପ ବରାଦ ମିଳିଥିବା ବେଳେ, ଚଳିତ ବର୍ଷ ୧୫ ହଜାରରୁ ଅଧିକ ମାଟି ଦୀପ (Clay Lamps) ନିର୍ମାଣ ପାଇଁ ବରାଦ ଆସିଛି। ହେଲେ ବର୍ତ୍ତମାନ ଆମେ ଆହୁରି ଅଧିକ ବରାଦ ମୁତାବକ ଦୀପ ନିର୍ମାଣ କରିପାରିବୁ ନାହିଁ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଦୀପ ତିଆରି କରି ପଠାଇ ସାରିଛୁ। ଆମେ ଏହାକୁ କୁଲଗାମ ପଠାଇଛୁ। ଯେଉଁଠାରୁ ଏହାକୁ ଦେଶର ବିଭିନ୍ନ ଭାଗକୁ ପଠାଯାଇଛି। ଆମେ ହିନ୍ଦୁ-ମୁସଲମାନ (Hindu Muslim) ମଧ୍ୟରେ ପାର୍ଥକ୍ୟ କରିପାରିବୁ ନାହିଁ। ଆମେ ସମସ୍ତେ ଏକାଠି ଖୁସିରେ ବସବାସ କରୁ। ମୁଁ ବିଶ୍ୱାସ କରେ ଯେ ଅନ୍ୟ ସମ୍ପ୍ରଦାୟ ପାଖରୁ ମଧ୍ୟ ଜିନିଷ କିଣାଯିବା ଆବଶ୍ୟକ। ଆମେ ଏହି ଦିପାବଳୀରେ ଭଲ ରୋଜଗାର କରିବାକୁ ସକ୍ଷମ ହୋଇଛୁ। 

Also Read: Shocking News: ମୁସଲିମ ନାଁ ବ୍ୟବହାର କରି ଗର୍ବିତ ଏହି ଗ୍ରାମର ହିନ୍ଦୁ

ଉମର ତାଙ୍କ ଅଞ୍ଚଳରେ ହିନ୍ଦୁ ସମ୍ପ୍ରଦାୟକୁ ଶହ ଶହ ମାଗଣା ଦୀପ ବଣ୍ଟନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ସ୍ଥାନୀୟ ଉତ୍ପାଦ କିଣିବା ଦ୍ୱାରା ଦେଶର ଯୁବ ଉଦ୍ୟୋଗୀଙ୍କୁ ସାହାଯ୍ୟ କରାଯାଇ ପାରିବ। କାଶ୍ମୀର ସର୍ବଦା ଭାଇଚାରାର ଏକ ଉଦାହରଣ ସୃଷ୍ଟି କରିଛି। ଏହି ମୁସଲମାନ ପରିବାର ଦିପାବଳୀ ପାଇଁ ଦୀପ ତିଆରି କରିବା ପୁଣି ଥରେ ଏହି ଧାରଣାକୁ ଦୃଢ କରୁଛି। 

Read More
{}{}