Hindi News >>Home >>Odisha National-International

ପୁଟିନ୍‌ ଜଣେ ନାରୀ ହୋଇଥିଲେ କ'ଣ ହୋଇଥାନ୍ତା? ଜାଣନ୍ତୁ, ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଉତ୍ତର

ଚଳିତ ସପ୍ତାହରେ ସ୍ଲୋସ୍‌ ଏଲ୍‌ମାଉରେ ଆୟୋଜିତ ‘ଜି-୭’ ଶିଖର ସମ୍ମିଳନୀ ଶେଷରେ ଜର୍ମାନ୍‌ ଗଣମାଧ୍ୟମ ସହିତ ସାକ୍ଷାତ୍‌କାର ବେଳେ ବ୍ରିଟେନ ପ୍ରଧାମନ୍ତ୍ରୀ ବୋରିସ ଜନ୍‌ସନ୍‌ ଏହା କହିଛନ୍ତି। ଋଷ୍‌-ୟୁକ୍ରେନ୍‌ ଯୁଦ୍ଧର ଆଉ ଏକ କାରଣ ହେଉଛି ପୁଟିନଙ୍କ ପୁରୁଷପଣିଆର ଅହଂଭାବ ବୋଲି କହିବା ସହ ବୈଶ୍ବିକ ଶାନ୍ତି ନିମନ୍ତେ ଅଧିକ ମହିଳାଙ୍କୁ କ୍ଷମତାସୀନ କରିବା ଲାଗି ମଧ୍ୟ ଜନ୍‌ସନ୍‌ ଆହ୍ବାନ ଦେଇଛନ୍ତି।

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jul 01, 2022, 09:25 AM IST

ନୂଆଦିଲ୍ଲୀ: ଭ୍ଲାଦିମିର ପୁଟିନ୍‌ ଜଣେ ନାରୀ ହୋଇଥିଲେ ୟୁକ୍ରେନ୍‌ ବିରୋଧରେ ଏତେ ଆଗ୍ରହରେ ଏଭଳି ମହାଯୁଦ୍ଧ ଆରମ୍ଭ କରି ନ ଥାନ୍ତେ। ଚଳିତ ସପ୍ତାହରେ ସ୍ଲୋସ୍‌ ଏଲ୍‌ମାଉରେ ଆୟୋଜିତ ‘ଜି-୭’ ଶିଖର ସମ୍ମିଳନୀ ଶେଷରେ ଜର୍ମାନ୍‌ ଗଣମାଧ୍ୟମ ସହିତ ସାକ୍ଷାତ୍‌କାର ବେଳେ ବ୍ରିଟେନ ପ୍ରଧାମନ୍ତ୍ରୀ ବୋରିସ ଜନ୍‌ସନ୍‌ ଏହା କହିଛନ୍ତି। ଋଷ୍‌-ୟୁକ୍ରେନ୍‌ ଯୁଦ୍ଧର ଆଉ ଏକ କାରଣ ହେଉଛି ପୁଟିନଙ୍କ ପୁରୁଷପଣିଆର ଅହଂଭାବ ବୋଲି କହିବା ସହ ବୈଶ୍ବିକ ଶାନ୍ତି ନିମନ୍ତେ ଅଧିକ ମହିଳାଙ୍କୁ କ୍ଷମତାସୀନ କରିବା ଲାଗି ମଧ୍ୟ ଜନ୍‌ସନ୍‌ ଆହ୍ବାନ ଦେଇଛନ୍ତି। 

ସମ୍ବାଦ ପ୍ରସାରଣ ସଂସ୍ଥାନ ‘ଜେଡ୍‌ଡିଏଫ୍‌’କୁ ବୋରିସ ଜନ୍‌ସନ୍‌ (Boris Johnson) କହିଛନ୍ତି, '୬୯ ବର୍ଷିୟ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ (Vladimir Putin) ଯଦି ନାରୀ ହୋଇଥାଆନ୍ତେ, ଅବଶ୍ୟ ସେ ନାରୀ ନୁହନ୍ତି। କିନ୍ତୁ, ଯଦି ସେ ନାରୀ ହୋଇ ଥାଆନ୍ତେ, ଏଭଳି ଉତ୍ସାହ ଓ ପୁରୁଷପଣିଆର ଦାମ୍ଭିକତା ସହ ଆକ୍ରମଣ ଓ ହିଂସାକାଣ୍ଡ ଭିଆଲା ଭଳି ଯୁଦ୍ଧ ଆରମ୍ଭ କରି ଥାଆନ୍ତେ ବୋଲି ମୋର ମନେହୁଏ ନାହିଁ। ସେ ଯାହା କରୁଛନ୍ତି ତାହା ଗୋଟାଏ ନିଖୁଣ ଧ୍ବଂସାତ୍ମକ ପୁରୁଷପଣିଆ ଦୃଷ୍ଟାନ୍ତ।'

Also Read: Manipur: ଭୂସ୍ଖଳନରେ ୪୦ ଜଣରୁ ଅଧିକ ନିଖୋଜ, ୨୦ ଉଦ୍ଧାର

ସେହିପରି, ଜର୍ମାନିରେ ‘ଜି-୭’ ଶିଖର ସମ୍ମଳନୀ ପ୍ରାରମ୍ଭରେ ବୋରିସ୍‌ ଜନସନ, ପୁଟିନଙ୍କୁ କୁଖ୍ୟାତ ଫୁଙ୍ଗୁଳା ଦେହ ଫଟୋକୁ ତାଚ୍ଛଲ୍ୟ କରି ମନ୍ତବ୍ୟ ଦେଇଥିଲେ। ସେପଟେ, ବ୍ରିଟିସ୍‌ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି, 'ଭ୍ଲାଦିମିର ପୁଟିନ୍‌ ଯେପର୍ଯ୍ୟନ୍ତ ୟୁକ୍ରେନ୍‌ ଉପରେ ଆକ୍ରମଣ ଚଳାଇଥିବେ ଋଷୀୟ ଯୁଦ୍ଧ ବ୍ୟବସ୍ଥାକୁ ଦୁର୍ବଳ କରିବା ଲାଗି ଆମେ କଟକଣା ବଳବତ୍ତର ରଖିବୁ।'  ଅନ୍ୟପଟେ ୟୁକ୍ରେନ ରାଷ୍ଟପ୍ରତି ଭୋଲୋଦାମିର ଜେଲେନସ୍କି, ଋଷ ରାଷ୍ଟପ୍ରତି ଭ୍ଲାଦମିର ପୁଟିନଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। 

ସୂଚନାଯୋଗ୍ୟ, ଋଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୪ ମାସ ବିତିଲାଣି। କିନ୍ତୁ ଏବେ ମଧ୍ୟ ୟୁକ୍ରେନ ଉପରେ ଋଷର ହମଲା ଜାରି ରହିଛି। ଋଷ ସେନାର ଆକ୍ରମଣରେ ୟୁକ୍ରେନର ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଲକ୍ଷାଧିକ ଲୋକ ଦେଶ ଛାଡି ପଳାଇଯିବାକୁ ବାଧ୍ୟ ହୋଇଛନ୍ତି। ଦୁଇ ଦିନ ତଳେ ୟୁକ୍ରେନର ଏକ ସହରରେ ଏକ ସପିଂ ମଲରେ ଋଷ ମିଶାଇଲ ମାଡ କରିବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଓଡେଶାରେ ଋଷ ଆକ୍ରମଣ କରିଛି, ଯେଉଥିରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 

Read More
{}{}