Hindi News >>Home >>Odisha National-International

India China Border: ସୀମା ବିବାଦ ବେଳେ ରାସ୍ତା ନିର୍ମାଣ କରି ଚର୍ଚ୍ଚାରେ ସୀମା ସଡ଼କ ସଙ୍ଗଠନ

India China Border Dispute:  ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ସଂସଦକୁ କହିଛନ୍ତି ଯେ ସେନା ଦ୍ୱାରା ସ୍ଥିର କରାଯାଇଥିବା ପ୍ରାଥମିକତା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ସୀମା ସଡ଼କ ସଙ୍ଗଠନ ଏକ ୫ ବର୍ଷର ଦୀର୍ଘକାଳିକ ରୋଲଓଭର କାର୍ଯ୍ୟ ଯୋଜନା ଦାୟିତ୍ୱ ପ୍ରଦାନ କରିଛି। ଏହି ଯୋଜନା ଅନୁଯାୟୀ ବିଆରଓ ଦେଶର ସୀମାନ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛି। ବିଆରଓ ଗତ ୫ ବର୍ଷ ମଧ୍ୟରେ ମୋଟ ୧୩ ହଜାର ୫୨୫ କିଲୋମିଟର ଲମ୍ବା ସୀମା ରାସ୍ତା ନିର୍ମାଣ କରିଛି। 

Advertisement
India China Border: ସୀମା ବିବାଦ ବେଳେ ରାସ୍ତା ନିର୍ମାଣ କରି ଚର୍ଚ୍ଚାରେ ସୀମା ସଡ଼କ ସଙ୍ଗଠନ
Stop
Zee Odisha Desk|Updated: Dec 17, 2022, 04:46 PM IST

Border Roads Organisation: ଅରୁଣାଚଳ ପ୍ରଦେଶ ତୱାଙ୍ଗ ଉପତ୍ୟାକାରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସଫଳତା ପାଇଛି। ସୀମାରେ ବିବାଦ ଜାରି ରହିବା ସତ୍ତ୍ୱେ ବିଗତ ୫ ବର୍ଷ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ୩୦୯୭ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ସୀମା ସଡ଼କ ସଙ୍ଗଠନ ପୂର୍ବ ଲଦାଖ ସମେତ ଚୀନ-ଭାରତ ସୀମାକୁ ପରସ୍ପର ଠାରୁ  ପୃଥକ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା ସଂଲଗ୍ନ ରାଜ୍ୟରେ ୮୫୦୦ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି।

ଡିସେମ୍ବର ୧୬ ତାରିଖ ଶୁକ୍ରବାର ଏକ ପ୍ରଶ୍ନର ଉତ୍ତର ରଖି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ସୀମାନ୍ତ ଅଞ୍ଚଳରେ ହୋଇଥିବା ରାସ୍ତା ନିର୍ମାଣ ସମ୍ପର୍କରେ ସବିଶେଷ ତଥ୍ୟ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। ଏହା ସହିତ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ପୂର୍ବ ଲଦାଖ ଠାରେ ଏକ ନୂତନ ହେଲିପ୍ୟାଡ୍ ନିର୍ମାଣ ବିଷୟରେ ଜଣାଇଥିଲେ।

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ସଂସଦକୁ କହିଛନ୍ତି ଯେ ସେନା ଦ୍ୱାରା ସ୍ଥିର କରାଯାଇଥିବା ପ୍ରାଥମିକତା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ (Ministry of Defence) ସୀମା ସଡ଼କ ସଙ୍ଗଠନ (Border Roads Organisation) ବିଆରଓ (BRO) ଏକ ୫ ବର୍ଷର ଦୀର୍ଘକାଳିକ ରୋଲଓଭର କାର୍ଯ୍ୟ ଯୋଜନା ଦାୟିତ୍ୱ ପ୍ରଦାନ କରିଛି। ଏହି ଯୋଜନା ଅନୁଯାୟୀ ବିଆରଓ ଦେଶର ସୀମାନ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛି। ବିଆରଓ ଗତ ୫ ବର୍ଷ ମଧ୍ୟରେ ମୋଟ ୧୩ ହଜାର ୫୨୫ କିଲୋମିଟର ଲମ୍ବା ସୀମା ରାସ୍ତା ନିର୍ମାଣ କରିଛି। ଏହା ମଧ୍ୟରୁ ଚୀନ ସୀମାରେ ଅବସ୍ଥିତ ରାଜ୍ୟରେ ୮୫୮୮ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଛି। ଏହି ରାସ୍ତାର ନିର୍ମାଣ ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ (Line Of Actual Control) କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଲଦାଖ ଠାରେ ସର୍ବାଧିକ ୩୧୪୦ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଛି। ଲଦାଖ ପରେ ଅରୁଣାଚଳ ପ୍ରଦେଶରେ ୩୦୯୭, ଉତ୍ତର ପ୍ରଦେଶରେ ୯୪୭, ହିମାଚଳ ପ୍ରଦେଶରେ ୭୪୦ ଏବଂ ସିକ୍କିମରେ ୬୬୪ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଂସଦକୁ କହିଛନ୍ତି ଯେ ନିକଟରେ ଲଦାଖସ୍ଥିତ ଥାକୁଙ୍ଗ ଯାହା ପେଙ୍ଗାଙ୍ଗ ହ୍ରଦ ନିକଟରେ ଅବସ୍ଥିତ ଏବଂ ହେନେଲ ଠାରେ ହେଲିପ୍ୟାଡ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ହେନଲି ଠାରେ ଭାରତୀୟ ସୈନିକଙ୍କ ପାଇଁ ୯୫୨୮ ବର୍ଗଫୁଟ ଲମ୍ବା କାର୍ବନ ନ୍ୟୁଟ୍ରାଲ ବାସସ୍ଥାନ ନିର୍ମାଣ କରାଯାଇଛି।

ବିଗତ ୫ ବର୍ଷରେ ୧୦ ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ ୧୩,୫୨୫.୪୧୭ କିଲୋମିଟର ଲମ୍ବା ୨୫୭ ରାସ୍ତା ନିର୍ମାଣ କରାଯାଇଛି। ବିଆରଓ ଅରୁଣାଚଳ ପ୍ରଦେଶରେ ୩୦୯୭ କିମି ଲମ୍ବା ୬୪ ଏବଂ ଲଦାଖରେ ୩୧୪୦ କିମି ଲମ୍ବା ୪୩ ରାସ୍ତା ନିର୍ମାଣ ହଇଛି। ସେହିପରି ସିକ୍କିମରେ ୬୬୩.୫୩୫ କିମି ଲମ୍ବା ୧୮, ଉତ୍ତରାଖଣ୍ଡରେ ୯୪୭.୨୧ କିମି ଲମ୍ବା ୨୨, ଜାମୁ କାଶ୍ମୀରରେ ୨୩୮୧.୯୬୩ କିମି ଲମ୍ବା ୬୧, ରାଜସ୍ତାନରେ ୮୮୪.୩୦୯ କିମି ଲମ୍ବା ୧୩ ସଡ଼କ ନିର୍ମାଣ କରାଯାଇଛି। ଭାରତ ସରକାର ଦେଶର ୧୬ ରାଜ୍ୟ ଏବଂ ଅନ୍ୟ ୨ ରାଜ୍ୟର ୧୧୭ ସୀମାନ୍ତ ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତୀୟ ସୀମାରୁ ୦-୧୦ କିଲୋମିଟର ମଧ୍ୟରେ ଅବସ୍ଥିତ ଅଞ୍ଚଳରେ ସୀମା କ୍ଷେତ୍ର ବିକାଶ କାର୍ଯ୍ୟକ୍ରମ (Border Area Development Programme) କାର୍ଯ୍ୟକାରୀ କରୁଛନ୍ତି। ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତୀୟ ସୀମା (International Border) ନିକଟରେ ରହୁଥିବା ଲୋକଙ୍କୁ ବିଶେଷ ବିକାଶମୂଳକ ଆବଶ୍ୟକତା ଯୋଗାଇବା।

Read More
{}{}