Hindi News >>Home >>Odisha National-International

Boat tragedy: ବଡ଼ ଧରଣର ଦୁର୍ଘଟଣା: ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା, ନଦୀ ଗର୍ଭରେ ୧୫ ନିଖୋଜ

Bihar Boat Tragedy: ମିଳିଥିବା ସୂଚନା ମୁତାବକ ବିହାରର ପାଟନା ଜିଲ୍ଲା ମନେରରେ ଗଙ୍ଗାନଦୀରେ ୧୫ ଲୋକଙ୍କୁ ନେଇ ଏକ ହୁଲି ଡଙ୍ଗା ଯାଉଥିଲା। ଏହି ସମୟରେ କୌଣସି ଏକ କାରଣରୁ ଡଙ୍ଗାଟି ନଦୀ ମଝିରେ ବୁଡ଼ି ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ହଙ୍ଗାମା ସୃଷ୍ଟି ହୋଇଥିଲା। 

Advertisement
Boat tragedy: ବଡ଼ ଧରଣର ଦୁର୍ଘଟଣା: ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା, ନଦୀ ଗର୍ଭରେ ୧୫ ନିଖୋଜ
Stop
Zee Odisha Desk|Updated: Dec 30, 2022, 06:08 PM IST

Boat tragedy: ପାଟନା: ବିହାରରେ (Bihar) ଏକ ବଡ଼ ଧରଣ ଡଙ୍ଗାବୁଡ଼ି। ବିହାରର (Bihar) ରାଜଧାନୀ ପାଟନାରେ (Patna) ଏହି ଡଙ୍ଗାବୁଡ଼ି (Boat Tragedy) ଘଟଣା ଘଟିଛି। ପାଟନାର (Patna) ମନେର ମହାବୀର ଗଙ୍ଗା ନଦୀ ଘାଟରେ ଯାତ୍ରୀ ଭର୍ତ୍ତି ଡଙ୍ଗା ବୁଡ଼ି ଯାଇଛି। କୁହାଯାଉଛି କି ଏହି ଡଙ୍ଗାରେ ୧୫ ଜଣ ଲୋକ ରହିଥିଲେ। ମାତ୍ର ରିପୋର୍ଟ ଲେଖାଯିବା ବେଳକୁ ୭ ଜଣଙ୍କର ପରିଚୟ ମିଳିସାରିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ସମ୍ପର୍କରେ ସୂଚନା ପାଇଁ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଛି। ଘଟଣାସ୍ଥଳରେ ମନେର ପୋଲିସ ସହିତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ ବିହାରର ପାଟନା ଜିଲ୍ଲା ମନେରରେ ଗଙ୍ଗାନଦୀରେ ୧୫ ଲୋକଙ୍କୁ ନେଇ ଏକ ହୁଲି ଡଙ୍ଗା ଯାଉଥିଲା। ଏହି ସମୟରେ କୌଣସି ଏକ କାରଣରୁ ଡଙ୍ଗାଟି ନଦୀ ମଝିରେ ବୁଡ଼ି ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ହଙ୍ଗାମା ସୃଷ୍ଟି ହୋଇଥିଲା। ଡଙ୍ଗା ଉପରେ ବସିଥିବା ଯାତ୍ରୀମାନେ ନଦୀ ଗର୍ଭରେ ବୁଡ଼ି ଯାଇଥିଲେ। ଯେନତେନ ଉପାୟୟରେ କିଛି ଲୋକ ନଦୀକୂଳକୁ ପହଁରି ପହଁରି ଚାଲି ଆସିଥିଲେ। ତେବେ ନଦୀଗର୍ଭରେ ବୁଡ଼ି ଯାଇଥିବା କିଛି ଲୋକଙ୍କୁ ପୋଲିସ ଓ ଉଦ୍ଧାରକାରୀ ଦଳ ଖୋଜିବାରେ ଲାଗିଛନ୍ତି। 

ସେପଟେ ବୁଡ଼ି ଯାଇଥିବା ଲୋକମାନଙ୍କୁ ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି। ସେପଟେ ଉଦ୍ଧାର କାର୍ଯ୍ୟରେ ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି। ଏହିମାମଲାରେ ଏଏସଆଇ ସତ୍ୟନାରାୟଣ ସିଂହ କହିଛନ୍ତି କି ଗଙ୍ଗାରେ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଡଙ୍ଗାରେ ୧୩ରୁ ଅଧିକ ଲୋକ ନିୟୋଜିତ ରହିଥିଲେ। ଏଥିରେ ୮ ଜଣ ପହଞ୍ଚିକରି କୂଳକୁ ଆସିଯାଇଥିଲେ। ପୋଲଖୁଣ୍ଟ ୧୦ ଓ ୧୫ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ସୂଚନା ପାଇବା ମାତ୍ରେ ହିଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଯାଇଥିଲା। କୁହାଯାଉଛି କି ବାଲି ପରିବହନ କରୁଥିବା ଡଙ୍ଗା ଗଙ୍ଗା ନଦୀ ଉପରେ ନିର୍ମିତ ସେତୁ ସ୍ତମ୍ଭ ସହିତ ଧକ୍କା ଖାଇବା ପରେ ଅନିୟନ୍ତ୍ରିତ ହୋଇ ଏହା ବୁଡ଼ି ଯାଇଥିଲା।

Read More
{}{}