Hindi News >>Home >>Odisha National-International

Afghanistan Blast: ନମାଜ ବେଳେ ଫୁଟିଲା ବୋମା, ୨୦ ମୃତ ଓ ୨୦୦ରୁ ଊର୍ଦ୍ଧ୍ୱ ଆହତ

ତାଲିବାନ ମୁଖପାତ୍ର ଆଧିକାରୀକ ଭାବେ ନିଶ୍ଚିତ କରିଛନ୍ତି ଯେ, ହେରାତରେ ଦୁଇଟି ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିବା ସ୍ଥାନୀୟ ସୂତ୍ରରୁ ପ୍ରକାଶ। ବିସ୍ଫୋରଣକୁ ଆତ୍ମଘାତୀ ଆକ୍ରମଣ ବୋଲି ହେରାତ ଗଭର୍ଣ୍ଣରଙ୍କ ମୁଖପାତ୍ର କହିଛନ୍ତି।

Advertisement
Afghanistan Blast: ନମାଜ ବେଳେ ଫୁଟିଲା ବୋମା, ୨୦ ମୃତ ଓ ୨୦୦ରୁ ଊର୍ଦ୍ଧ୍ୱ ଆହତ
Stop
Zee Odisha Desk|Updated: Sep 02, 2022, 05:31 PM IST

Afghanistan Blast, ନୂଆଦିଲ୍ଲୀ: ଅଶାନ୍ତ ଆଫଗାନିସ୍ତାନରେ ପୁଣି ହୋଇଛି ଆତ୍ମଘାତୀ ବିସ୍ଫୋରଣ। ହେରାତ ସହରରେ ଶୁକ୍ରବାର ନମାଜ ବେଳେ ଏକ ମସଜିଦ ବାହାରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ମସଜିଦର ଇମାମ ସମେତ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ସ୍ପଷ୍ଟ ହୋଇପାରି ନାହିଁ। ତେବେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ମିଡିଆ ରିପୋର୍ଟ ଅନୁସାରେ, ଶୁକ୍ରବାର ପଶ୍ଚିମ ଆଫଗାନିସ୍ତାନ ହେରାତ ସହରର ଏକ ମସଜିଦ ବାହାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ତାଲିବାନ ସମର୍ଥିତ ହାଇ ପ୍ରୋଫାଇଲ ଇମାମ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମସଜିଦର ଇମାମ ମୁଜିହ ଅଲ-ରହମାନ ଅନସାରୀଙ୍କ ମୃତ୍ୟୁ ହୋଇଛି। ତାଲିବାନର ଅଧିକାରୀମାନେ ଏହି ବିସ୍ଫୋରଣ ଘଟଣାକୁ ସ୍ବୀକାର କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ କୌଣସି ସଂସ୍ଥା ନିଜକୁ ଦାୟୀ କରିନାହାନ୍ତି।

Also Read: Gorkha Regiments: ଭାରତର ଚିନ୍ତା ବଢିଲା, ଚୀନ ଓ ପାକିସ୍ତାନ ସେନାରେ ସାମିଲ ହେବେ ନେପାଳୀ ଯୁବକ?

ତାଲିବାନ ମୁଖପାତ୍ର ଆଧିକାରୀକ ଭାବେ ନିଶ୍ଚିତ କରିଛନ୍ତି ଯେ, ହେରାତରେ ଦୁଇଟି ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିବା ସ୍ଥାନୀୟ ସୂତ୍ରରୁ ପ୍ରକାଶ। ବିସ୍ଫୋରଣକୁ ଆତ୍ମଘାତୀ ଆକ୍ରମଣ ବୋଲି ହେରାତ ଗଭର୍ଣ୍ଣରଙ୍କ ମୁଖପାତ୍ର କହିଛନ୍ତି। କୁହାଯାଉଛି ଯେ, ବିସ୍ଫୋରଣ ବେଳେ ମସଜିଦରେ ଶୁକ୍ରବାର ନମାଜ ବା ଜୁମା ନମାଜ ଚାଲିଥିଲା।ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଆକଳନ କରାଯାଇନାହିଁ ବୋଲି ତାଲିବାନ କହିଛି।

ଆଫଗାନିସ୍ତାନର ମସଜିଦରେ ହୋଇଥିବା ଏହି ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ଦାୟୀ କରିନାହାଁନ୍ତି। ଇସଲାମିକ୍ ଏମିରେଟ୍ ମୁଖପାତ୍ର ଜାବୁଲ୍ଲା ମୁଜାହିଦ ଏକ ଟୁଇଟ୍ ମାଧ୍ୟମରେ,  ଇମାମ ଅନସାରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି। କୁହାଯାଉଛି ଯେ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଇମାମଙ୍କ ବକ୍ତବ୍ୟ ଶୁଣିବା ପାଇଁ ବହୁ ସଂଖ୍ୟକ ଲୋକ ମସଜିଦରେ ପହଞ୍ଚିଥିଲେ। ଏହା ବ୍ୟତୀତ ଶୁକ୍ରବାର ପ୍ରାର୍ଥନା ପାଇଁ ମଧ୍ୟ ସେଠାରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ।

Also Read: ସବୁଠାରୁ ବଡ଼ ୱାରଗେମରେ ଭାରତ-ଚୀନ ପରି ଶତ୍ରୁଙ୍କୁ ଏକାଠି ଆଣି ପୁଟିନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍

ସୂଚନାଯୋଗ୍ୟ, ଇସଲାମିକ୍ କଟ୍ଟରପନ୍ଥୀ ତାଲିବାନ, ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ଲଗାତର ମସଜିଦ ଓ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରାଯାଉଛି। ବିଶେଷ କରି ସଂଖ୍ୟାଲଘୁ ମୁସଲମାନ ରହୁଥିବା ଅଞ୍ଚଳରେ ଏହି ସବୁ ବିସ୍ଫୋରଣ ହେଉଛି। ଗତ ବର୍ଷେ ମଧ୍ୟରେ ଏଭଳି ବିସ୍ଫୋରଣରେ ଆଫଗାନିସ୍ତାନର ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ଶିଶୁ ଓ ମହିଳା ମଧ୍ୟ ସାମିଲ ଅଛନ୍ତି। 

 

 

 

 

 

 

Read More
{}{}