Hindi News >>Home >>Odisha National-International

Terrorist Attack: ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ, ସେନା କର୍ମଚାରୀଙ୍କୁ ନେଇ ଯାଉଥିବା ଟ୍ରକ୍ ଉପରକୁ ଗୁଳିମାଡ଼

Terrorist Attack: ଜମ୍ମୁ କାଶ୍ମୀରର ପୁଞ୍ଚରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ପୁଞ୍ଚର ସୁରାନକୋଟରେ ସେନା କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଡେରାର ଗାଲି ପେର୍ ଟୋପା ଅଞ୍ଚଳରେ ଘଟିଛି ।   

Advertisement
Jammu Kashmir Terrorist Attack
Stop
Jagdish Barik|Updated: Dec 21, 2023, 07:20 PM IST

Jammu Kashmir Terrorist Attack: ଗୁରୁବାର ଦିନ (୨୧ ଡିସେମ୍ବର) ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀମାନେ ଏକ ସେନା ଟ୍ରକ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ଏକ ସେନା ଟ୍ରକ ଉପରକୁ ଗୁଳିମାଡ଼ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସେନା କର୍ମଚାରୀଙ୍କୁ ନେଇ ଯାଉଥିବା ଟ୍ରକ ଉପରକୁ ଆତଙ୍କବାଦୀଙ୍କ ଗୁଳି ବିନିମୟ କରିଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୪ ଟା ସମୟରେ ସେନାର ୪୮ ଆରଆର ସୌନିକଙ୍କ ଗାଡି ଉପରେ ଆକ୍ରମଣ କରାଯାଇଥିଲା । ସାଭାନି ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା । ଏହି ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସୂଚନା ଉପରେ ସେନା ପୋଲିସ ସହ ମିଶି ରାତି ପ୍ରାୟ ୩ ଟାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଏହି ଆକ୍ରମଣରେ ତିନିଜଣ ସୌନିକ ସହୀଦ
ଅଧିକାରୀକ ସୂଚନା ଅନୁଯାୟୀ ଗୁରୁବାର ଦିନ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ସେନା ଗାଡି ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ତିନିଜଣ ସୌନିକ ସହୀଦ ହୋଇଛନ୍ତି । କହିରଖୁଛୁ ଯେ ଥାନାମାଣ୍ଡି-ସୁରକୋଟ ରାସ୍ତାରେ ସାଭାନି ଅଞ୍ଚଳରେ ଏହି ଗାଡି ଉପରେ ଆକ୍ରମଣ କରାଯାଇଥିଲା । ଏହି ସେନା ଟ୍ରକ୍ ବୁଫଲିୟଜ୍ ସୌନିକମାନଙ୍କୁ ନେଇ ଯାଉଥିଲା, ଯେଉଁଠାରେ ବୁଧବାର ଦିନ ଠାରୁ ଆତଙ୍କବାଦୀଙ୍କ ବିରୋଧରେ କର୍ଡନ୍ ଓ ସର୍ଚ୍ଚ ଅପରେସନ୍ କରାଯାଇଥିଲା ।

ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଗାଡି ଉପରକୁ ଗୁଳି ଚଳାଇଥିଲେ । ଏଥିରେ ତିନି ସେନା ସୌନିକ ସହୀଦ ହୋଇଥିଲେ । ସେନା ମୁଖପାତ୍ର କହିଛନ୍ତି ଯେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଛି ଓ ଏହି ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି । ଆକ୍ରମଣରେ ବ୍ୟାକଅପ୍ ପାଇଁ ଅତିରିକ୍ତ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି ।

{}{}