Hindi News >>Home >>Odisha National-International

Bharat vs India: ଦେଶର ନାମ ପରିବର୍ତ୍ତନ ହେଲେ କ’ଣ ହେବ ‘ଇଣ୍ଡିଆ’ ଲାଗିଥିବା ରାଜନୈତିକ ଦଳର ଅବସ୍ଥା

Bharat vs India: ‘ଇଣ୍ଡିଆ’ ଶବ୍ଦକୁ ନେଇ ଚାରିଆଡ଼ ଆଲୋଚନା। କିଏ କହୁଛି ଆରଏସ୍‍ଏସ୍‍ ଛାଟରେ ମୋଦି ସରକାର ଏପରି କହୁଛନ୍ତି, ତ ଆଉ କିଏ କହୁଛି ବିରୋଧୀ ଦଳମାନେ ଯେଉଁ ‘ଇଣ୍ଡିଆ’ ମେଣ୍ଟ କରିଛନ୍ତି ତାହାକୁ ଡରି ଯାଇଛନ୍ତି ସରକାର। ଏଣୁ ଭୋକ ବିକଳରେ ତାଟିଆ କାମୁଡ଼ିଲା ପରି ମୋଦି ସରକାର ଦେଶର ଜ୍ବଳନ୍ତ ପ୍ରସଙ୍ଗକୁ ଏଡ଼ାଇବା ଲାଗି ଏପରି କରୁଛନ୍ତି।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 08, 2023, 10:11 AM IST

Bharat vs India: ‘ଇଣ୍ଡିଆ’ ଶବ୍ଦକୁ ନେଇ ଚାରିଆଡ଼ ଆଲୋଚନା। ତେବେ ଏହା କେବଳ ଦେଶର ରାଜନୀତିକ ଦଳଙ୍କ ମଧ୍ୟରେ ଅଟକିଛି ତା’ ନୁହେଁ , ବିଦେଶରେ ମଧ୍ୟ ଏହାକୁ ନେଇ ଆଲୋଚନା ଜୋର ଧରିଛି । ଜି-୨୦ ସମାବେଶରେ ଯୋଗଦେଇଥିବା ରାଷ୍ଟ୍ରମୁଖ୍ୟ, ବିଶିଷ୍ଟ ଅତିଥିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ରରେ ସାଧାରଣତଃ ବ୍ୟବହାର ହେଉଥିବା ‘ଇଣ୍ଡିଆ’ ଶବ୍ଦ ବଦଳରେ  ‘ଭାରତ’ର ପ୍ରୟୋଗରୁ ହିଁ ଏହି ଆଲୋଚନାର ସୂତ୍ରପାତ ହୋଇଛି । କିଏ କହୁଛି ଆରଏସ୍‍ଏସ୍‍ ଛାଟରେ ମୋଦି ସରକାର ଏପରି କହୁଛନ୍ତି, ତ ଆଉ କିଏ କହୁଛି ବିରୋଧୀ ଦଳମାନେ ଯେଉଁ ‘ଇଣ୍ଡିଆ’ ମେଣ୍ଟ କରିଛନ୍ତି ତାହାକୁ ଡରି ଯାଇଛନ୍ତି ସରକାର। ଏଣୁ ଭୋକ ବିକଳରେ ତାଟିଆ କାମୁଡ଼ିଲା ପରି ମୋଦି ସରକାର ଦେଶର ଜ୍ବଳନ୍ତ ପ୍ରସଙ୍ଗକୁ ଏଡ଼ାଇବା ଲାଗି ଏପରି କରୁଛନ୍ତି।

ତେବେ ଏହାକୁ ନେଇ ସୋସିଆଲ୍‍ ମିଡିଆରେ ମଧ୍ଯ ଚର୍ଚ୍ଚା ଜୋର ଧରିଛି। ଦେଶର ପ୍ରମୁଖ ଅନୁଷ୍ଠାନ ଆଇଆଇଟି, ଆଇଆଇଏମ୍‍. ଏମ୍ସ , ଆଇଆଇଏମ୍‍ସି ଭଳି ଅନୁଷ୍ଠାନ ଗୁଡ଼ିକର ନାଁ ଏବେ କ’ଣ ହେବ। ପୁଣି ଯଦି ଇଣ୍ଡିଆକୁ ସରକାର ସମ୍ବିଧାନରୁ ବାଦ୍‍ ଦେବା ଲାଗି ପ୍ରସ୍ତାବ ପାରିତ କରିପାରନ୍ତି ତେବେ ପଛ ବା ଆଗରେ ଇଣ୍ତିଆ ଶବ୍ଦକୁ ଧାରଣ କରୁଥିବା ରାଜନୀତିକ ପାର୍ଟି ଗୁଡ଼ିକର ଅବସ୍ଥା କ’ଣ ହେବ?

ଇଣ୍ଡିଆ’ଠାରୁଭାରତ’ ପଛରେ

ନିର୍ବାଚନ କମିଶନଙ୍କ ଦ୍ୱାରା ମାନ୍ଯତାପ୍ରାପ୍ତ ରାଜନୈତିକ ଦଳ ଓ ପଞ୍ଜୀକୃତ ଦଳଙ୍କ ନାମ ଉପରେ ଯଦି ନଜର ପକାଯାଏ ତେବେ ସ୍ପଷ୍ଟ ହୁଏ ଯେ, ନାମ ମାମଲାରେ ‘ଇଣ୍ଡିଆ’ ଭାରତଠାରୁ ଆଗରେ ଅଛି । ଅର୍ଥାତ୍ ଅଧିକ ସଂଖ୍ଯକ ରାଜନୈତିକ ଦଳଙ୍କ ନାମରେ ‘ଇଣ୍ଡିଆ’ ଯୋଡ଼ା ହୋଇଛି ।

ଜାତୀୟ ଦଳ ବିଜେପି (ଭାରତୀୟ ଜନତା ପାର୍ଟି)ର ନାମ ସହିତ ଭାରତ ଯୋଡ଼ି ହୋଇଛି । ଅନ୍ଯପକ୍ଷରେ କଂଗ୍ରେସ (ଇଣ୍ଡିଆନ୍ ନ୍ଯାସନାଲ କଂଗ୍ରେସ) ସହିତ ଇଣ୍ଡିଆ, ଟିଏମସି ସହିତ ଅଲ ‘ଇଣ୍ଡିଆ’ ତୃଣମୂଳ କଂଗ୍ରେସ ଓ ସିପିଆଇ(କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଇଣ୍ଡିଆ) ଆଦି ରେ ‘ଇଣ୍ଡିଆ’ ସାମିଲ୍‍ ରହିଛି।

ଆଞ୍ଚଳିକ ଦଳଙ୍କ ନାମରେ ମଧ୍ଯ ରହିଛି ଦବଦବା 

ଦେଶର ଅନେକ ରାଜ୍ଯରେ ଆଂଚଳିକ ଦଳ ଶାସନ କରୁଛନ୍ତି । ଟିଏମସି ଭଳି ଦଳ ପଶ୍ଚିମବଙ୍ଗରେ ଶାସନ କରୁଛି। ଏହାର ନାମରେ ଅଲ୍ ଇଣ୍ଡିଆ ଲାଗିଛି । କିନ୍ତୁ ଏହା ଜାତୀୟ ଦଳ ନୁହେଁ । ଭୋଟ ପ୍ରତିଶତ ଦୃଷ୍ଟିରୁ ଏହା ଆଂଚଳିକ ଦଳ ଅଟେ । ବିଜେପି ବ୍ଯତୀତ ଏନଡିଏରେ ସାମିଲ ଥିବା କେବଳ ଗୋଟିଏ ଦଳର ନାମରେ ‘ଭାରତ’ ରହିଛି। କେରଳରୁ ଆସୁଥିବା ଏହି ଦଳର ନାମ ହେଉଛି ‘ ଭାରତ ଧର୍ମ ଜନସେନା’ । ଏନଡିଏରେ ଏଭଳି ତିନୋଟି ଦଳ ଅଛନ୍ତି ଯେଉଁମାନଙ୍କ ନାମରେ ଇଣ୍ଡିଆ ରହିଛି । ସେହି ଦଳ ଗୁଡିକ ହେଉଛନ୍ତି ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ କାଜଗମ-ଏଆଇଏଡିଏମକେ) ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ଓ ଇଣ୍ଡିଆ ଏନଆର କଂଗ୍ରେସ ।

ସେହିଭଳି ବାମପନ୍ଥୀ ଦଳ ଫରୱାର୍ଡ୍ ବ୍ଲକର ପୁରା ନାମରେ ଇଣ୍ଡିଆ ଶବ୍ଦ ରହିଛି । ଅସଦଉଦ୍ଦିନ ଓ ବେସୀଙ୍କଙ୍କ ଦଳର ନାମରେ ମଧ୍ଯ ଇଣ୍ଡିଆ ଅଛି । ଏହି ଦଳର ସଂକ୍ଷୀପ୍ତ ନାମ ହେଉଛି ଏଆଇଏମ୍-ଅଲ ଇଣ୍ଡିଆ ମଜଲିସ ଏ ଇତେହାଦୁଲ ମୁସ୍ଲିମିନ୍ । ଆସାମରେ ଗୋଟିଏ ଆଂଚଳିକ ଦଳର ନାମ ହେଉଛି ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ । 

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ସି. ଚନ୍ଦ୍ରଶେଖର ଗତ ବର୍ଷ ନିଜ ଦଳର ନାମ ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି)ର ନାମ ଭାରତ ରାଷ୍ଚ୍ର ସମିତି କରିଥିଲେ । ଦେଶର ପ୍ରଥମ କମ୍ୟୁନିଷ୍ଟ୍ ପାର୍ଟି ସିପିଆର ନାମରେ ବି ଇଣ୍ଡିଆ ରହିଛି । ହରିଆନାର ପୂର୍ବତନ ମୁଖ୍ଯମନ୍ତ୍ରୀ ଓମ୍ ପ୍ରକାଶ ଚୌତଲାଙ୍କ ଦଳର ନାମ ହେଉଛି ଇଣ୍ଡିଆନ ନ୍ଯାସନାଲ ଲୋକ ଦଳ । କେରଳରେ ସକ୍ରୀୟ ଥିବା ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗର ନାମରେ ବି ରହିଛି ଇଣ୍ଡିଆ ।

ଏହା ବି ପଢନ୍ତୁ-Bharat vs India: ନାମ ବଦଳାଇବ ଭାରତ,କାନ୍ଦୁଛି ଚୀନ୍!

ନିର୍ବାଚନ ଆୟୋଗଙ୍କ ନିକଟରେ ପଞ୍ଜୀକୃତ ଛୋଟ ଦଳଙ୍କ ମଧ୍ଯରୁ କିଛିଙ୍କର ନାମରେ ଭାରତ’ ନାମ ମଧ୍ଯ ରହିଛି । ଏହି ଦଳଙ୍କ ଭିତରେ ଅଛନ୍ତି ସ୍ୱାମୀ ଚକ୍ରପାଣୀଙ୍କ ଅଖିଳ ଭାରତ ହିନ୍ଦୁ ମହାସଭା, ଭାରତୀୟ ସଂଖ୍ଯାଲଘୁ ସଂରକ୍ଷଣ ମହାସଂଘ । ସେହିଭଳି ନୌଶାଦ ସିଦିକିଙ୍କ ଇଣ୍ଡିଆନ୍ ସେକ୍ୟୁଲାର ଫ୍ରମଣ୍ଟ୍, ପ୍ରଭାସ ଘୋଷଙ୍କର ସୋସିଆଲିଷ୍ଟ୍ ୟୁନିଟ୍ ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ), ଅଲ ଇଣ୍ଡିଆ ହିନ୍ଦୁସ୍ତାନ କଂଗ୍ରେସ ପାର୍ଟି, ଅଲ ଇଣ୍ଡିଆ ୱମେନ୍ ଏମ୍ପାୱାରମେଣ୍ଟ୍ ପାର୍ଟି ଭଳି ଦଳଙ୍କ ନାମରେ ଇଣ୍ଡିଆ ରହିଛି ।

Read More
{}{}