Hindi News >>Home >>Odisha National-International

Bhairon Singh Rathore: ଆରପାରିରେ ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ଭୌରୋ ସିଂହ, ଯାହାଙ୍କ ଉପରେ ନିର୍ମିତ ହୋଇଥିଲା 'ବର୍ଡର' ଫିଲ୍ମ

India Pakistan War Hero: ୧୯୮୭ ମସିହାରେ ଭୌରୋ ସିଂହ ସୀମା ସୁରକ୍ଷା ବଳରୁ ଅବସର ନେଇଥିଲେ। ଛାତିରେ ଯନ୍ତ୍ରଣା ଏବଂ ଜ୍ୱର ହେତୁ ତାଙ୍କୁ ଯୋଧପୁର ଏମ୍ସ ଠାରେ ଭର୍ତ୍ତି କରାଯାଇଥିଲା। ସୋମବାର ଦିନ ରାତି ପ୍ରାୟ  ଦୁଇଟା ବେଳେ ସେ ଏଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  ତାଙ୍କର ମୃତ୍ୟୁ ଖବର ଜାଣିବାସ ପରେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ନିଜେ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 

Advertisement
Bhairon Singh Rathore: ଆରପାରିରେ ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ଭୌରୋ ସିଂହ, ଯାହାଙ୍କ ଉପରେ ନିର୍ମିତ ହୋଇଥିଲା 'ବର୍ଡର' ଫିଲ୍ମ
Stop
Zee Odisha Desk|Updated: Dec 19, 2022, 10:17 PM IST

1971 War Hero: ଡିସେମ୍ବର ୧୯ ତାରିଖ ସୋମବାର ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅବସରପ୍ରାପ୍ତ ବିଏସଏଫ ଯବାନ ଭୌରୋ ସିଂହ ରାଠୋଡ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଲଙ୍ଗୱାଲା ଠାରେ ହୋଇଥିବା ଲଢେଇରେ ନିଜର ପରାକ୍ରମ ପାଇଁ ଚର୍ଚ୍ଚାକୁ ଆସିଥିଲେ ବିଏସଏଫ ଯବାନ ତଥା ନାୟକ (ଅବସରପ୍ରାପ୍ତ) ଭୌରୋ ସିଂହ।  ତାଙ୍କର ଜୀବନୀ ଉପରେ ନିର୍ମିତ ହୋଇଥିବା ଫିଲ୍ମ "ବର୍ଡର" ତାଙ୍କୁ ସବୁଦିନ ପାଇଁ ଅମର କରି ଦେଇଥିଲା। ବଲିଉଡ ଅଭିନେତା ​​ସୁନୀଲ ସେଟ୍ଟୀ ବ୍ଲକ-ବଷ୍ଟର ଫିଲ୍ମ "ବର୍ଡର" ଚଳଚ୍ଚିତ୍ରରେ ଭୌରୋ ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନିଜେ ଅଭିନେତା ସୁନୀଲ ସେଟ୍ଟୀଙ୍କ ସମେତ ବିଏସଏଫ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି।

ସୋମବାର ସୀମା ସୁରକ୍ଷା ବଳ ଅବସରପ୍ରାପ୍ତ ବିଏସଏଫ ଯବାନ ଭୌରୋ ସିଂହଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇଛି। ଏନେଇ ବିଏସଏଫ ପକ୍ଷରୁ ଟ୍ୱିଟ କରି କୁହାଯାଇଛି  ୧୯୭୧ ଯୁଦ୍ଧରେ ଲଙ୍ଗୱାଲା ଲଢେଇରେ ନାୟକ (ଅବସରପ୍ରାପ୍ତ) ଭୌରୋ ସିଂହଙ୍କ ଦେହାନ୍ତରେ ଡିଜି, ବିଏସ୍ଏଫ୍ ଏବଂ ସମସ୍ତ ରାଙ୍କ ସମବେଦନା ଜଣାଇଛି। ତାଙ୍କର ନିର୍ଭୀକତା ଦୁଃସାହସ, ସାହସିକତା ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣକୁ ନମସ୍କାର କରୁଛୁ। ଏହି କଷ୍ଟ ସମୟରେ ପ୍ରହରୀ-ପାରିବାର (ବିଏସ୍ଏଫ୍) ତାଙ୍କ ପରିବାର ସହିତ ଛିଡା ହୋଇଛି । ଅବସରପ୍ରାପ୍ତ ବିଏସଏଫ ଯବାନ ଭୌରୋ ସିଂହ କିଛି ସମୟ ଧରି ଅସୁସ୍ଥ ଥିଲେ। ସେ ଯୋଧପୁର ଏମ୍ସ ଠାରେ ଚିକିତ୍ସିତ ହେଉଥିଲେ ଯେଉଁଠାରେ ସୋମବାର ତାଙ୍କର ନିଧନ ହୋଇଥିଲା।

"ବର୍ଡର" ଚଳଚ୍ଚିତ୍ରରେ ଭୌରୋ ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ। ୧୯୭୧ ମସିହାର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧର ନାୟକ ଥିଲେ ସେ। ଯାହାଙ୍କ ଜୀବନୀ ଉପରେ ଫିଲ୍ମ ବର୍ଡର ନିର୍ମାଣ କରାଯାଇଥିଲା। ନିଜର ସାହସିକତା ଏବଂ ପରାକ୍ରମ ପାଇଁ ସେ ଶତ୍ରୁ ପକ୍ଷର ସୈନିକଙ୍କ ଲାଗି କାଳ ଭାବେ ଉଭା ହୋଇଥିଲେ। ୧୯୭୧ ଯୁଦ୍ଧରେ ଦେଖାଇଥିବା ବୀରତା ପାଇଁ ୧୯୭୨ ମସିହାରେ ଭୌରୋ ସିଂହଙ୍କୁ ସେନା ପଦକ ପାଇଥିଲେ। ତାଙ୍କୁ ଅନ୍ୟ ସାମରିକ ସମ୍ମାନ ସହିତ ବେସାମରିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ବର୍ଷ ଡିସେମ୍ବରରେ ଜୈସାଲମେର ଠାରେ ଭୌରୋ ସିଂହ ରାଠୋଡଙ୍କୁ ଭେଟିଥିଲେ। ଯେତେବେଳେ ସେ ବିଏସଏଫ ସ୍ଥାପନା ଦିବସରେ ଯୋଗ ଦେବା ପାଇଁ ଜୈସାଲମେର ଗସ୍ତରେ ଆସିଥିଲେ। ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା "ବର୍ଡର"  ଚଳଚ୍ଚିତ୍ରରେ ସୁନୀଲ ସେଟ୍ଟୀ ଭୌର ସିଂହ ରାଠୋଡଙ୍କ ଭୂମିକାରେ ଅଭିନୟ କରିଥିଲେ।

୧୯୮୭ ମସିହାରେ ଭୌରୋ ସିଂହ ସୀମା ସୁରକ୍ଷା ବଳରୁ ଅବସର ନେଇଥିଲେ। ଛାତିରେ ଯନ୍ତ୍ରଣା ଏବଂ ଜ୍ୱର ହେତୁ ତାଙ୍କୁ ଯୋଧପୁର ଏମ୍ସ ଠାରେ ଭର୍ତ୍ତି କରାଯାଇଥିଲା। ସୋମବାର ଦିନ ରାତି ପ୍ରାୟ  ଦୁଇଟା ବେଳେ ସେ ଏଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  ତାଙ୍କର ମୃତ୍ୟୁ ଖବର ଜାଣିବାସ ପରେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ନିଜେ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 

ଯଦିଓ ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବାଂଲାଦେଶ ଠାରେ ହୋଇଥିଲା ହେଲେ ରାଜସ୍ଥାନର କିଛି ଅଞ୍ଚଳରେ ଏହି ଯୁଦ୍ଧ ପାଇଁ ଲଢେଇ ହୋଇଥିଲା। ଜୈସାଲମେର ନିକଟସ୍ଥ ଲଙ୍ଗୱାଲା ଠାରେ ପାକିସ୍ତାନୀ ସେନା ଟ୍ୟାଙ୍କ ସୀମା ଅତିକ୍ରମ କରି  ଭାରତ ଉପରେ ଆକ୍ରମଣ କରିଥିଲା। ସେହି ସମୟ ମଧ୍ୟରେ ବିଏସଏଫ ଏବଂ ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟ ପାକିସ୍ତାନୀ ସେନାକୁ ଜବରଦସ୍ତ ଜବାବ ଦେଇଥିଲେ। ଏହି ଯୁଦ୍ଧର ନାୟକ କୁହାଯାଉଥିବା ଭୌରୋ ସିଂହ ରାଠୋଡ ନିଜେ ପାକିସ୍ତାନୀ ସେନା ଉପରେ ପାଲଟା ଆକ୍ରମଣ କରିଥିଲେ। ଯାହା ଫଳରେ ପାକିସ୍ତାନ ସେନା ନିଜର ବଞ୍ଚାଇବାକୁ ପଛକୁ ହଟିଯାଇଥିଲେ। 

Read More
{}{}