Hindi News >>Home >>Odisha National-International

Bengaluru Flood: ବର୍ଷାରେ ବେହାଲ ବେଙ୍ଗାଲୁରୁ: ଟ୍ରାକ୍ଟରରେ ଅଫିସ ଯାଉଛନ୍ତି କର୍ମଚାରୀ, ବିଦ୍ୟୁତ ଆଘାତରେ ଜଣେ ମୃତ

ଏଚଏଏଲ ବିମାନବନ୍ଦର ନିକଟସ୍ଥ ୟମଲୁର ଅଞ୍ଚଳରେ ମଧ୍ୟ ବର୍ଷା ପାଣି ଜମି ରହିଛି। ଏହି ଅଞ୍ଚଳରେ ଆଇଟି କମ୍ପାନୀର ଏକାଧିକ କର୍ମଚାରୀ ସୋମବାର ଟ୍ରାକ୍ଟର ମାଧ୍ୟମରେ ଅଫିସ ଯାଇଥିବା ଦେଖିବାକୁ ମିଳିଥିଲା। 

Advertisement
 Bengaluru Flood: ବର୍ଷାରେ ବେହାଲ ବେଙ୍ଗାଲୁରୁ: ଟ୍ରାକ୍ଟରରେ ଅଫିସ ଯାଉଛନ୍ତି କର୍ମଚାରୀ, ବିଦ୍ୟୁତ ଆଘାତରେ ଜଣେ ମୃତ
Stop
Zee Odisha Desk|Updated: Sep 06, 2022, 01:22 PM IST

Bengaluru Flood: ବେଙ୍ଗାଲୁରୁ: ତମାମ ଦେଶରେ ଏବେ ମୌସୂମୀ (Mansoon) ଜନିତ ବର୍ଷା ଲାଗି ରହିଛି। ଗତରାତିରେ ମଧ୍ୟ ବେଙ୍ଗାଲୁରୁ (Bengaluru) ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା (Heavy Rain) ହୋଇଛି। ବର୍ଷା (Rain) ପ୍ରଭାବରେ ବର୍ତ୍ତମାନ କର୍ଣ୍ଣାଟକରେ (Karnatak) ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସହରାଞ୍ଚଳ ଗୁଡ଼ିକ ଜଳମଗ୍ନ ହୋଇ ପଡ଼ିଛି। ରାଜରାସ୍ତାରେ ଡଙ୍ଗା ଚାଲୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଲୋକମାନେ କାର୍ଯ୍ୟାଳୟକୁ ଯିବା ପାଇଁ କାର, ବସ ପରିବର୍ତ୍ତେ ଟ୍ରାକ୍ଟର ବ୍ୟବହାର କରୁଛନ୍ତି। ସେପଟେ ଗତକାଲି ରାତିରେ ପ୍ରବଳ ବର୍ଷା କାରଣରୁ ସିଲିକନ ଭ୍ୟାଲି ଭାବେ ପରିଚୟ ଲାଭ କରିଥିବା ବେଙ୍ଗାଲୁରୁ ଜଳମଗ୍ନ ହୋଇ ପଡ଼ିଛନ୍ତି। 

ଏଚଏଏଲ ବିମାନବନ୍ଦର ନିକଟସ୍ଥ ୟମଲୁର ଅଞ୍ଚଳରେ ମଧ୍ୟ ବର୍ଷା ପାଣି ଜମି ରହିଛି। ଏହି ଅଞ୍ଚଳରେ ଆଇଟି କମ୍ପାନୀର ଏକାଧିକ କର୍ମଚାରୀ ସୋମବାର ଟ୍ରାକ୍ଟର ମାଧ୍ୟମରେ ଅଫିସ ଯାଇଥିବା ଦେଖିବାକୁ ମିଳିଥିଲା। ରାଜଧାନୀର ଅନେକ ହ୍ରଦ, ପୋଖରୀ ଏବଂ ଡ୍ରେନ୍ ଜଳବନ୍ଦୀ ହୋଇ ରହିଛି ଏବଂ ନିମ୍ନମାନର ଅଞ୍ଚଳରେ ଘର ଜଳବନ୍ଦୀ ହୋଇ ସାଧାରଣ ଜୀବନ ଉପରେ ପ୍ରଭାବ ପକାଉଛି।

ଆଇଟି କାର୍ଯ୍ୟାଳୟରେ କାମ କରୁଥିବା ଜଣେ ମହିଳା କହିଛନ୍ତି କି ଆମକୁ ଅଫିସରୁ ଛୁଟି ମିଳୁନାହିଁ। ଆମେ ଅଫିସରେ ଠିକ ସମୟରେ ଅଫିସରେ ପହଞ୍ଚି ପାରୁନାହୁଁ। ଆମମାନଙ୍କର କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ଆମେ ଅଫିସ ଯିବାକୁ ଆମମାନଙ୍କର ଗାଡ଼ିକୁ ବ୍ୟବହାର କରିପାରୁନାହୁଁ। ଟ୍ରାକ୍ଟରକୁ ଅପେକ୍ଷା କରି ରହୁଛୁ। ୫୦ ଟଙ୍କା ଦେଲେ ସେମାନେ ଆମକୁ ଅଫିସରେ ଛାଡ଼ି ଦେଉଛନ୍ତି ବୋଲି ଉକ୍ତ ମହିଳା ଜଣକ କହିଛନ୍ତି। 

ସେହିପରି ପ୍ରବଳ ବନ୍ୟାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି। ମୃତକ ଜଣକ ନିକଟସ୍ଥ ଅଞ୍ଚଳର ଅଖିଲା ବୋଲି ଜଣାପଡ଼ିଛି। ସ୍କୁଟିରେ ଯାଉଥିବା ସମୟରେ ସେ ବିଦ୍ୟୁତ ସସ୍ପର୍ଷରେ ଆସିଯାଇଥିଲେ।

ସେପଟେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଇଟି କମ୍ପାନୀ ଗୁଡ଼ିକୁ ପ୍ରତିଶୃତି ଦେଇଛନ୍ତି। କୁହାଯାଉଛି କି ପ୍ରବଳ ବର୍ଷା ଓ ସହରରେ ଜଳମଗ୍ନ କାରଣରୁ କମ୍ପାନୀ ଗୁଡିକ ୨୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କି ସେ ଫୋନ କରିବେ ଏବଂ କ୍ଷତି ପୂରଣ ବାବଦରେ କମ୍ପାନୀଗୁଡ଼ିକ ସହିତ ଆଲୋଚନା କରିବେ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଆମେମାନେ ଆଇଟି କମ୍ପାନୀ ଗୁଡ଼ିକୁ ଡାକିବୁ ଏବଂ ସେମାନଙ୍କ ସହିତ ସହରରେ ଜଳମଗ୍ନ ସହ ସଂସ୍ଳିଷ୍ଟ ସମସ୍ୟା ଉପରେ ଆଲୋଚନା କରିବୁ। 

ଆଉ ଜଣେ ସ୍ଥାନୀୟ କହିଛନ୍ତି ଯେ ପ୍ରତିବର୍ଷ ଏହି ପରିସ୍ଥିତି ଘଟେ ଏବଂ ଖରାପ ଡ୍ରେନେଜ ସିଷ୍ଟମ ଯୋଗୁଁ ସେମାନଙ୍କୁ ପାଣି ବାହାର କରିବାକୁ ପଡ଼ିବ। ଜଣେ ସ୍ଥାନୀୟ ନାଗରିକ କହିଛନ୍ତି ଯେ ବର୍ଷକୁ ବର୍ଷ ଏହା ଘଟେ। ବର୍ଷା ପରେ ପାଣି ଜମା ହୋଇଯାଏ ଏବଂ ପାଣି ହଟାଇବା ପାଇଁ ଆମକୁ ପାଣି ପମ୍ପ ବ୍ୟବହାର କରିବାକୁ ପଡ଼ୁଛି।  ଏହାର କୌଣସି ସ୍ଥାୟୀ ସମାଧାନ ହେଉନାହିଁ। ଯେତେବେଳେ ରାସ୍ତା ନିର୍ମାଣ କରାଯାଉଥିଲା, ଡ୍ରେନେଜ ବ୍ୟବସ୍ଥା ଭଲ ଭାବେ ପ୍ରସ୍ତୁତ ହୋଇନଥିଲା। ଏହା ଲୋକଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିଥାଏ। ଅନେକ ମହିଳା  ଖସିପଡି ଗୁରୁତର ଆହତ ହୋଇଛନ୍ତି। 

ଏହାପୂର୍ବରୁ ଜୁଲାଇରେ କର୍ଣ୍ଣାଟକରେ ବର୍ଷା ହେତୁ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ପରେ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ କାର୍ଯ୍ୟ କରିବାକୁ ପଡୁଥିଲା। ମୁଖ୍ୟମନ୍ତ୍ରୀ ବମ୍ମାଇଙ୍କୁ ମଧ୍ୟ କେନ୍ଦ୍ରରୁ ଆର୍ଥିକ ସହାୟତା ନେବାକୁ ପଡିଥିଲା।

{}{}