Hindi News >>Home >>Odisha National-International

ପାର୍ଥ ଚାଟାର୍ଜୀଙ୍କ ପାଇଁ ଏବେ ବି ଖୋଲା ଅଛି ଟିଏମସିର ଦ୍ୱାର, ଅଭିଷେକ ବାନାର୍ଜୀ କହିଲେ ଫେରିବାର ସର୍ତ୍ତ

Bengal SSC Scam: ଗୁରୁବାର ପାର୍ଥ ଚାଟାର୍ଜୀଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଇଛି । ଏହା ବ୍ୟତୀତ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । କାହାକୁ ନିଲମ୍ବନ କରିବା ଏକ ନିର୍ଦ୍ଦିଷ୍ଟ ସୀମା ପାଇଁ କରାଯାଇଥାଏ । ଅନ୍ୟପକ୍ଷରେ, ବହିଷ୍କାର ଅର୍ଥ ହେଉଛି ସ୍ଥାୟୀଭାବେ ବାହାର କରିବା । ଯେମିତି ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି, କିନ୍ତୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇ ନାହିଁ ।

Advertisement
ପାର୍ଥ ଚାଟାର୍ଜୀଙ୍କ ପାଇଁ ଏବେ ବି ଖୋଲା ଅଛି ଟିଏମସିର ଦ୍ୱାର, ଅଭିଷେକ ବାନାର୍ଜୀ କହିଲେ ଫେରିବାର ସର୍ତ୍ତ
Stop
Tamal Bakchi|Updated: Jul 29, 2022, 07:53 AM IST

କୋଲକାତା: Bengal SSC Scam: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗ ଓ କୋଟି କୋଟି ଟଙ୍କା, ସୁନା ଜବତ ପରେ ତୃଣମୂଳ କଂଗ୍ରେସ (TMC) ପାର୍ଥ ଚାଟାର୍ଜୀ (Partha Chatterjee) ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟିଏମସି ତାଙ୍କୁ ଦଳରୁ ନିଲମ୍ବିତ କରିଛି । କିନ୍ତୁ ତାଙ୍କ ପାଇଁ ଦଳକୁ ଫେରିବା ଦ୍ୱାର ଏବେ ମଧ୍ୟ ଖୋଲା ଅଛି । ଟିଏମସି ସାଧାରଣ ସମ୍ପାଦକ ତଥା ମମତା ବାନାର୍ଜୀ (Mamata Banerjee) ଙ୍କ ଭଣଜା ଅଭିଷେକ ବାନାର୍ଜୀ (Abhishek Banerjee) କହିଛନ୍ତି ଯେ, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ପାର୍ଥଙ୍କୁ ନିଲମ୍ବିତ କରାଯାଇଛି । ଯଦି ସେ ନିର୍ଦ୍ଦୋଷ ପ୍ରମାଣିତ ହୁଅନ୍ତି, ତେବେ ସେ ପୁଣି ଦଳରେ ଯୋଗ ଦେଇପାରିବେ । ଗୁରୁବାର ପାର୍ଥ ଚାଟାର୍ଜୀଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଇଛି । ଏହା ବ୍ୟତୀତ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । କାହାକୁ ନିଲମ୍ବନ କରିବା ଏକ ନିର୍ଦ୍ଦିଷ୍ଟ ସୀମା ପାଇଁ କରାଯାଇଥାଏ । ଅନ୍ୟପକ୍ଷରେ, ବହିଷ୍କାର ଅର୍ଥ ହେଉଛି ସ୍ଥାୟୀଭାବେ ବାହାର କରିବା । ଯେମିତି ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି, କିନ୍ତୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇ ନାହିଁ ।

ଅଭିଷେକ ବାନାର୍ଜୀଙ୍କ କଥା ଆହୁରି ବିଶ୍ୱାସଯୋଗ୍ୟ ହୋଇଯାଏ କାରଣ ମମତା ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟରେ ଇଡି ତଦନ୍ତ ଶେଷ କରିବା ଉଚିତ । ସେ ଏହା ମଧ୍ୟ କହିଛନ୍ତି ଯେ ଏଜେନ୍ସି ବ୍ୟବହାର କରି କେନ୍ଦ୍ର ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛି କିନ୍ତୁ ଏହା ହେଉଛି ଭୁଲ ଚିନ୍ତାଧାରା । ଅଭିଷେକ ବାନାର୍ଜୀ ବର୍ତ୍ତମାନ ଟିଏମସିରେ ଦୁଇ ନମ୍ବର ପୋଷ୍ଟରେ ଅଛନ୍ତି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି । ଯେତେବେଳେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ମିଥୁନ ଚକ୍ରବର୍ତ୍ତୀଙ୍କ ଦାବି ଉପରେ ଅଭିଷେକଙ୍କୁ ପଚରାଗଲା, ସେ ହସିବାକୁ ଲାଗିଲେ । ସେ କହିଛନ୍ତି ଯେ, ମିଥୁନ ଚକ୍ରବର୍ତ୍ତୀ ବଙ୍ଗଳାରେ କେତେ ଜିଲ୍ଲା ଓ ବିଧାନସଭା ଆସନ ଅଛି ତାହା ମଧ୍ୟ ଜାଣନ୍ତି ନାହିଁ । ସେ କେବଳ ଜଣେ ବଡ଼ ନେତା ହେବାର ଗର୍ବ କରୁଛନ୍ତି ଓ ନିଜର ମଜାକ ବନାଉଛନ୍ତି ।

ଏହା ବି ପଢ଼ନ୍ତୁ:-୧୪୧ ଦିନ ଯାଏଁ ଶନିଙ୍କ କୋପରୁ ସାବଧାନ ରୁହନ୍ତୁ ଏସବୁ ରାଶି, ଆପଣାନ୍ତୁ ଏହି ଉପାୟ, ନଚେତ୍...

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ପୁଣି ପଲଟିବ ବାଜି, ଉଦ୍ଧବଙ୍କ ସହ ଯୋଗାଯୋଗରେ ଅଛନ୍ତି ସିନ୍ଦେ ଗୋଷ୍ଠୀର ଅନେକ ବିଧାୟକ!

ଏହା ବି ପଢ଼ନ୍ତୁ:-୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଏହି ସହଜ ଟ୍ରିକ୍

 

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ମିଥୁନ ଚକ୍ରବର୍ତ୍ତୀ ଦାବି କରିଥିଲେ ଯେ, ଟିଏମସିର ପ୍ରାୟ ୩୮ ବିଧାୟକଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି ଓ ୨୧ ଜଣ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ସେ କହିଥିଲେ ଯେ ବର୍ତ୍ତମାନ ତ ମ୍ୟୁଜିକ୍ ଲଞ୍ଚ ଅଛି, ଫିଲ୍ମର ରିଲିଜ୍ ଏବେ ବାକି ରହିଛି । ଏହାସହ ସେ କହିଛନ୍ତି ଯେ ଟିଏମସି ନିର୍ବାଚନରେ ଗଡ଼ବଡ଼ କରି ଜିତିଛି ।

Read More
{}{}