Hindi News >>Home >>Odisha National-International

Bank Holidays October 2022: ଅକ୍ଟୋବର ମାସରେ ମୋଟ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ! ଦେଖନ୍ତୁ ପୂରା ଛୁଟି ତାଲିକା

Bank Holidays October 2022: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଅକ୍ଟୋବର ମାସର ଛୁଟି ତାଲିକା ଜାରି କରି ଦେଇଛି। ଏହି ତାଲିକା ମୁତାବକ, ଅକ୍ଟୋବରରେ ମୋଟ ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ।

Advertisement
ସୌ: ସୋସିଆଲ ମିଡିଆ
Stop
Shibashish Dash|Updated: Sep 24, 2022, 07:55 PM IST

Bank Holidays October 2022: ଆଉ ମାତ୍ର କିଛି ଦିନ ପରେ ଅକ୍ଟୋବର ମାସ ହୋଇଯିବ। ତେବେ ଯଦି ଆପଣ ଅକ୍ଟୋବର ମାସରେ କୌଣସି ବ୍ୟାଙ୍କ କାର୍ଯ୍ୟ କରିବାକୁ ଭାବିଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଅକ୍ଟୋବର ମାସର ଛୁଟି ତାଲିକା ଜାରି କରି ଦେଇଛି। ଏହି ତାଲିକା ମୁତାବକ, ଅକ୍ଟୋବରରେ ମୋଟ ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ।

RBI ୩ଟି କାଟେଗୋରୀରେ ଛୁଟି ଗୁଡିକୁ ବିଭକ୍ତ କରିଛି :

ସୂଚନାଥାଉ କି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ବ୍ୟାଙ୍କ ଛୁଟିଦିନ ତାଲିକାକୁ ୩ ଶ୍ରେଣୀରେ ବିଭକ୍ତ କରିଛି। ଏଥିରେ Negotiable Instruments Act, Real Time Gross Settlement Holiday ଏବଂ Banks Closing of Accounts ସାମିଲ ରହିଛି। ଅର୍ଥାତ୍‌ ଜାତୀୟ ଛୁଟି ବ୍ୟତୀତ କେତେକ ରାଜ୍ୟରେ ବିଶିଷ୍ଟ ଛୁଟିଦିନ ରହିଛି। ଏଥିରେ ସମସ୍ତ ରବିବାର ସହ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ମଧ୍ୟ ସାମିଲ ଅଛି। ତେବେ ଆସନ୍ତୁ ଜାଣିବା, ଅକ୍ଟୋବର ମାସରେ କେଉଁ କେଉଁ ଦିନ Bank Holiday ରହିବାକୁ ଯାଉଛି।

ଅକ୍ଟୋବରରେ ବ୍ୟାଙ୍କ ଛୁଟିଦିନ (Bank Holiday List) :

୧ ଅକ୍ଟୋବର: ବ୍ୟାଙ୍କର ଅର୍ଦ୍ଧବାର୍ଷିକ କ୍ଲୋଜିଙ୍ଗ୍‌ (ସମଗ୍ର ଦେଶରେ ଛୁଟି)

୨ ଅକ୍ଟୋବର: ରବିବାର ଏବଂ ଗାନ୍ଧୀ ଜୟନ୍ତୀ ଛୁଟି (ପୂରା ଦେଶରେ ଛୁଟି)

୩ ଅକ୍ଟୋବର: ମହାଷ୍ଟମୀ (ଦୁର୍ଗା ପୂଜା / Durga Puja) (କୋଲକାତା, ଅଗରତାଲା, ଭୁବନେଶ୍ୱର, ଗୌହାଟୀ, ଇମ୍ଫାଲ, ପାଟନା ଓ ରାଞ୍ଚିରେ ଛୁଟି ରହିବ)

୪ ଅକ୍ଟୋବର: ମହାନବମୀ ଏବଂ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମୋତ୍ସବ (ଭୁବନେଶ୍ୱର, ଅଗରତାଲା, ବେଙ୍ଗାଲୁରୁ, ଗ୍ୟାଙ୍ଗଟକ, ଗୌହାଟୀ, କୋଲକାତା, ଚେନ୍ନାଇ, କାନପୁର, କୋଚ୍ଚି, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଥିରୁବନନ୍ତପୁରମ୍‌ ଓ ଶିଲଙ୍ଗରେ ଛୁଟି ରହିବ)

୫ ଅକ୍ଟୋବର: ଦୁର୍ଗା ପୂଜା/ଦଶହରା (ବିଜୟ ଦଶମୀ) (ସମଗ୍ର ଦେଶରେ ଛୁଟି)

୬ ଅକ୍ଟୋବର: ଦୁର୍ଗା ପୂଜା (ଦସାଇ) (ଗ୍ୟାଙ୍ଗ୍‌ଟକରେ ଛୁଟି ରହିବ)

୭ ଅକ୍ଟୋବର: ଦୁର୍ଗା ପୂଜା (ଦସାଇ) (ଗ୍ୟାଙ୍ଗ୍‌ଟକରେ ଛୁଟି)

୮ ଅକ୍ଟୋବର: ଦ୍ୱିତୀୟ ଶନିବାର ଛୁଟିଦିନ ଏବଂ ମିଲାଦ-ଏ-ସରିଫ/ ଇଦ୍-ଏ-ମିଲାଦ-ଉଲ-ନବି (ମହମ୍ମଦଙ୍କ ଜନ୍ମଦିନ) (ଜମ୍ମୁ, ଭୋପାଳ, ଶ୍ରୀନଗର, କୋଚ୍ଚି ଓ ଥିରୁବନନ୍ତପୁରମରେ ଛୁଟି ରହିବ)

୯ ଅକ୍ଟୋବର: ରବିବାର (ସମଗ୍ର ଦେଶରେ ଛୁଟି)

୧୩ ଅକ୍ଟୋବର: କରଓ୍ଵା ଚୌଥ୍‌ (ଶିମ୍‌ଲାରେ ଛୁଟି)

୧୪ ଅକ୍ଟୋବର: ଇଦ୍-ଏ-ମିଲାଦ-ଉଲ-ନବି (ଜମ୍ମୁ, ଶ୍ରୀନଗରରେ ଛୁଟି ରହିବ)

୧୬ ଅକ୍ଟୋବର: ରବିବାର (ସମଗ୍ର ଦେଶରେ ଛୁଟି)

୧୮ ଅକ୍ଟୋବର: କଟି ବିହୁ (ଗୌହାଟୀରେ ଛୁଟି)

୨୨ ଅକ୍ଟୋବର: ଚତୁର୍ଥ ଶନିବାର (ସମଗ୍ର ଦେଶରେ ଛୁଟି)

୨୩ ଅକ୍ଟୋବର: ରବିବାର (ସମଗ୍ର ଦେଶରେ ଛୁଟି)

୨୪ ଅକ୍ଟୋବର: କାଳୀ ପୂଜା, ଦୀପାବଳି, ନରକ ଚତୁର୍ଦ୍ଦଶୀ (ହାଇଦ୍ରାବାଦ, ଗ୍ୟାଙ୍ଗ୍‌ଟକ ଏବଂ ଇମ୍ଫାଲକୁ ଛାଡ଼ି ପୂରା ଦେଶରେ ଛୁଟି)

୨୫ ଅକ୍ଟୋବର: ଲକ୍ଷ୍ମୀ ପୂଜା, ଦୀପାବଳି, ଗୋବର୍ଦ୍ଧନ ପୂଜା (ଗ୍ୟାଙ୍ଗ୍‌ଟକ, ହାଇଦ୍ରାବାଦ, ଇମ୍ଫାଲ ଓ ଜୟପୁରରେ ଛୁଟି)

୨୬ ଅକ୍ଟୋବର: ଗୋବର୍ଦ୍ଧନ ପୂଜା, ବିକ୍ରମ ସମ୍ୱତ ନବବର୍ଷ ଦିବସ, ଭାଇ ଦୂଜ, Diwali (ବାଲି ପ୍ରତିପଦା), ଲକ୍ଷ୍ମୀ ପୂଜା, ପ୍ରବେଶ ଦିବସ (ଡେରାଡୁନ୍, ଅହମ୍ମଦାବାଦ, ବେଙ୍ଗାଲୁରୁ, ଗ୍ୟାଙ୍ଗ୍‌ଟକ, ଜମ୍ମୁ, କାନପୁର, ମୁମ୍ବାଇ, ଶିମଲା, ନାଗପୁର, ଲକ୍ଷ୍ନୌ, ଶ୍ରୀନଗରରେ ଛୁଟି ରହିବ)

୨୭ ଅକ୍ଟୋବର: ଭାଇ ଦୂଜ, ଚିତ୍ରଗୁପ୍ତ ଜୟନ୍ତୀ, ଲକ୍ଷ୍ମୀ ପୂଜା, ଦୀପାବଳି, ନିଙ୍ଗୋଲ ଚକ୍କୁବା (ଇମ୍ଫାଲ, ଗ୍ୟାଙ୍ଗଟକ, କାନପୁର, ଲକ୍ଷ୍ନୌରେ ଛୁଟି)

୩୦ ଅକ୍ଟୋବର: ରବିବାର (ସମଗ୍ର ଦେଶରେ ଛୁଟି)

୩୧ ଅକ୍ଟୋବର: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ, ସୂର୍ଯ୍ୟ ଷଷ୍ଠୀ ଡାଲା ଛଠ୍‌ (ସକାଳ ଅର୍ଘ୍ୟ), ଛୁଠ୍‌ ପୂଜା (ଅହମ୍ମଦାବାଦ, ରାଞ୍ଚି ଏବଂ ପାଟନାରେ ଛୁଟି)

ଏହା ବି ପଢନ୍ତୁ: WhatsApp: ସାବଧାନ! ଆପଣଙ୍କ ହ୍ୱାଟ୍ସଆପରେ ଏହି ସେଟିଂ ଅନ୍ ଥିଲେ ହ୍ୟାକ ହୋଇଯିବ ଫୋନ୍

Read More
{}{}