Hindi News >>Home >>Odisha National-International

Ram Dev Baba: ବାବା ରାମଦେବଙ୍କୁ ପୁଣି ଝଟକା, ଯୋଗ ଶିବିର ପାଇଁ ଦେବେ ୪.୫ କୋଟିର ଟ୍ୟାକ୍ସ

Ram Dev Baba: ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ଝଟକା। ଏଣିକି ଯୋଗ ଶିବିର ଆୟୋଜନ କଲେ ପତଞ୍ଜଳି ଯୋଗପୀଠ‌ ଟ୍ରଷ୍ଟକୁ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଏକ ଆପିଲେଟ ଟ୍ରିବ୍ୟୁନାଲର ରାୟକୁ କାଏମ ରଖିଛନ୍ତି।

Advertisement
Ram Dev Baba: ବାବା ରାମଦେବଙ୍କୁ ପୁଣି ଝଟକା, ଯୋଗ ଶିବିର ପାଇଁ ଦେବେ ୪.୫ କୋଟିର ଟ୍ୟାକ୍ସ
Stop
Payal Priyadarshini|Updated: Apr 21, 2024, 05:56 PM IST

Ram Dev Baba: ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ଝଟକା। ଏଣିକି ଯୋଗ ଶିବିର ଆୟୋଜନ କଲେ ପତଞ୍ଜଳି ଯୋଗପୀଠ‌ ଟ୍ରଷ୍ଟକୁ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଏକ ଆପିଲେଟ ଟ୍ରିବ୍ୟୁନାଲର ରାୟକୁ କାଏମ ରଖିଛନ୍ତି।

ସୂଚନା ଅନୁଯାୟୀ, ଏଣିକି ଯୋଗ ଶିବିର ଆୟୋଜନ କରୁଥିଲେ ଆଉ ଟିକେସରୁ ବର୍ତ୍ତିପାରିବେନି ଯୋଗ ଗୁରୁ ବାବା ରାମଦେବ । ଏନେଇ ସୁପ୍ରମକୋର୍ଟରୁ ରାମଦେବଙ୍କୁ ମିଳିଛି ବଡ଼ ଝଟକା । ଅକ୍ଟୋବର ୨୦୦୬ରୁ ମାର୍ଚ୍ଚ ୨୦୧୧ ମଧ୍ୟରେ କରାଯାଇଥିବା ଯୋଗ ଶିବିର ପାଇଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ସୁଧ ସମେତ ୪.୫ କୋଟି ଟଙ୍କା ଟିକସ ଦେବାକୁ ପଡ଼ିବ । ଏହି ଶିବିରରେ ପ୍ରବେଶ ଶୁଳ୍କ ନିଆଯାଉଥିବାରୁ ଏହା ହେଲ୍ଥ ଆଣ୍ଡ ଫଟନେସ୍ ସେବା ଅଧିନରେ ଆସୁଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରିବା ସହ ଟ୍ରିବ୍ୟୁନାଲ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

Also Read- Bus Accident: ନିର୍ବାଚନ ଡ୍ୟୁଟି ସାରି ଫେରିବା ବେଳେ ଅଘଟଣ, ବସ ଓଲଟି ୧୦ ଯବାନ ଆହତ

ଏନେଇ ସିଇଏସଟିଏଟି ସ୍ବୀକାର କରିଛି ଯେ, ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଯୋଗ ଶିବିର ପାଇଁ ଅଂଶଗ୍ରହଣକାରୀଙ୍କଠାରୁ ଦେୟ ଆଦାୟ କରେ। ତେଣୁ ଟ୍ରଷ୍ଟର ଯୋଗ ଶିବିରଗୁଡ଼ିକ ସେବା ଟ୍ୟାକ୍ସର ଅଧୀନରେ ଆସୁଛି। ଟ୍ରିବ୍ୟୁନାଲ କହିଛନ୍ତି, ଟ୍ରଷ୍ଟ ବିଭିନ୍ନ ଆବାସିକ ଏବଂ ଅଣ-ଆବାସିକ ଶିବିରରେ ଯୋଗ ତାଲିମ ପ୍ରଦାନ କରିଥାଏ ଓ ଦାନ ଆକାରରେ ଅଂଶଗ୍ରହଣକାରୀଙ୍କଠାରୁ ଟଙ୍କା ସଂଗ୍ରହ କରିଥାଏ, ଯାହା ପ୍ରଦାନ କରାଯାଇଥିବା ସେବା ଗୁଡିକ ପାଇଁ ପ୍ରବେଶ ଶୁଳ୍କ ବୋଲି କୁହାଯାଇଥାଏ।

ମିରଟ ରେଞ୍ଜ କମିଶନର ଅକ୍ଟୋବର ୨୦୦୬ରୁ ମାର୍ଚ୍ଚ ୨୦୧୧ ପର୍ଯ୍ୟନ୍ତ ଜରିମାନା ଏବଂ ସୁଧ ବାବଦକୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟଠାରୁ ପ୍ରାୟ ୪.୫ କୋଟି ଟଙ୍କା ଦାବି କରିଥିଲେ । ଏନେଇ ଟ୍ରଷ୍ଟ କହିଛି ଯେ, ଏହା ଚିକିତ୍ସା ସେବା ଯୋଗାଇଥାଏ, ଯାହା ‘ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା’ ବର୍ଗରେ ରହିଛି । ଏଥିପାଇଁ ଏହା ଟିକସ ଯୋଗ୍ୟ ନୁହେଁ। ତେବେ ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ଟ୍ରଷ୍ଟର ଦାବିରେ ସକାରାତ୍ମକ ପ୍ରମାଣ ନାହିଁ ବୋଲି କହିଛନ୍ତି ଟ୍ରିବ୍ୟୁନାଲ ।

 

 

 

Read More
{}{}