Hindi News >>Home >>Odisha National-International

Ghat Road Accident ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସରୁ ଛିଟିକି ପଡିଲେ ଯାତ୍ରୀ, ବଞ୍ଚାଇଦେଲେ ବାବା କେଦାର; ଦେଖନ୍ତୁ ଲାଇଭ ଭିଡ଼ିଓ

ଏହି ଦୁର୍ଘଟଣାଟି ଏକ ବୁଲାଣିରେ ଘଟିଛି। ଦୁର୍ଘଟଣାଗ୍ରସ୍ତୁ ବସରୁ କିଛି ଯାତ୍ରୀ ବାହାରକୁ ଛିଟିକି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଅତ୍ୟନ୍ତ ଲୋମଟାଙ୍କୁରା ସ୍ଥିତି ଦେଖିବାକୁ ମିଳିଛି। 

Advertisement
Ghat Road Accident ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସରୁ ଛିଟିକି ପଡିଲେ ଯାତ୍ରୀ, ବଞ୍ଚାଇଦେଲେ ବାବା କେଦାର; ଦେଖନ୍ତୁ ଲାଇଭ ଭିଡ଼ିଓ
Stop
Prabhudatta Moharana|Updated: May 17, 2024, 12:04 PM IST

Uttarakhand Ghat road accident: ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। ପ୍ରସିଦ୍ଧ କେଦାରନାଥ, ୟମୁନୋତ୍ରୀ, ଗଙ୍ଗୋତ୍ରୀ ଓ ବଦ୍ରୀନାଥଙ୍କ ଦର୍ଶନ ପାଇଁ ତମାମ ଦେଶରୁ ଲକ୍ଷାଧିକ ସଂଖ୍ୟାରେ ଏବେ ଉତ୍ତରାଖଣ୍ଡ ଯାତ୍ରା କରୁଛନ୍ତି। ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀମାନେ ସଡ଼କ ପଥରେ ଯାତ୍ରା କରୁଛନ୍ତି। ବସ, କାର ଏମିତି ନିଜସ୍ୱ ଗାଡି ମାଧ୍ୟମରେ ଯାତ୍ରା କରୁଛନ୍ତି। ତେବେ ସଡ଼କ ପଥରେ ଅନେକ ସମୟରେ ଲୋମଟାଙ୍କୁରା ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସୁଛି। ଏହି ଦୁର୍ଘଟଣାରେ ଅସଂଖ୍ୟ ଯାତ୍ରୀଙ୍କ ପ୍ରାଣହାନୀ ଘଟୁଥିବାର ଖବର ମଧ୍ୟ ରହୁଛି। ତେବେ ନିକଟରେ ଉତ୍ତରାଖଣ୍ଡ ମରଣଯନ୍ତା କୁହାଯାଉଥିବା ଘାଟି ଉପରେ ଦୁଇ ବସ ମୁହାଁମୁହିଁ ଧକ୍କା ହୋଇଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଘଟଣାକୁ ଦେଖି ଅନେକ ଲୋକ ଦୁଃଖଦ ଘଟଣା ବୋଲି କହିଛନ୍ତି। 

 

ସେପଟେ ଦୁର୍ଘଟଣା ସମୟରେ ବସ ପଛରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏହି ଘଟଣାକୁ ନିଜ କ୍ୟାମେରାରେ କଏଦ କରିଛନ୍ତି। କଏଦ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ସାମ୍ନା ପଟରୁ ଏକ ବସ ଦୃତ ବେଗରେ ଆସି ଧକ୍କା ଦେଉଛି। ଏହି ଦୁର୍ଘଟଣାଟି ଏକ ବୁଲାଣିରେ ଘଟିଛି। ଦୁର୍ଘଟଣାଗ୍ରସ୍ତୁ ବସରୁ କିଛି ଯାତ୍ରୀ ବାହାରକୁ ଛିଟିକି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଅତ୍ୟନ୍ତ ଲୋମଟାଙ୍କୁରା ସ୍ଥିତି ଦେଖିବାକୁ ମିଳିଛି। 

Read More
{}{}