Hindi News >>Home >>Odisha National-International

'ଆକ୍ରମଣକାରୀଙ୍କୁ ସମୁଦ୍ର ତଳରୁ ମଧ୍ୟ ଖୋଜି ବାହାର କରୁବୁ', ଡ୍ରୋନ୍ ଆକ୍ରମଣ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ

MV Chem Pluto Attack: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏମଭି କେମ ପ୍ଲୁଟୋ ଓ ସାଇ ବାବା ଜାହାଜ ଉପରେ ଡ୍ରୋନ ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।  

Advertisement
Rajnath Singh On Ship Drone Attack
Stop
Jagdish Barik|Updated: Dec 26, 2023, 04:30 PM IST

Rajnath Singh On Ship Drone Attack: ମଙ୍ଗଳବାର ଦିନ ମୁମ୍ବାଇର ନାଭାଲ୍ ଡକ୍ୱାର୍ଡରେ ଆୟୋଜିତ ଏକ ସମାରୋହରେ ସ୍ୱଦେଶୀ ନିର୍ମିତ ଷ୍ଟିଲ୍ଥ ଗାଇଡ୍ ମିସାଇଲ୍ ବିନାଶକ INS Imphal କୁ ନୌସେନାରେ ସାମିଲ କରାଯାଇଥିଲା। ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ରାଜନାଥ ସିଂ ଏହି ସମୟରେ କହିଛନ୍ତି ଯେ ଏହି ଯୁଦ୍ଧ ଜାହାଜର ନାମ ଇମ୍ଫାଲ ରଖାଯାଇଛି ଯାହା ଉତ୍ତର ପୂର୍ବର ଗୌରବକୁ ପ୍ରତିଫଳିତ କରିଥାଏ। INS Imphal ଭାରତର ବିଭିନ୍ନ ଶକ୍ତି ଦ୍ୱାରା ନିର୍ମିତ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନ ଏହା ମଧ୍ୟ କହିଛନ୍ତି ଯେ ଆରବ ସାଗରରେ 'ଏମଭି କେମ ପ୍ଲୁଟୋ' ଉପରେ ଡ୍ରୋନ୍ ଆକ୍ରମଣ ଓ ଲୋହିତ ସାଗରରେ 'ଏମଭି ସାଇବାବା' ଉପରେ ଆକ୍ରମଣକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି। ସେ କହିଛନ୍ତି ଯେ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣ ପରେ ଭାରତ ସମୁଦ୍ରରେ ପାଟ୍ରୋଲିଂ ବୃଦ୍ଧି କରିଛି। ରାଜନାଥ ସିଂ କହିଛନ୍ତି ଯେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ କୌଣସି ପରିସ୍ଥିତିରେ ଖୋଜି ବାହାର କରିବୁ ଓ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସେ ଏକ ଚେତାବନୀ ସ୍ୱରରେ କହିଛନ୍ତି ଯେ ଯିଏ ଏହି ଆକ୍ରମଣ କରିଛି, ଆମେ ସେମାନଙ୍କୁ ସାଗରତଳରୁ ମଧ୍ ଖୋଜି ବାହାର କରିବୁ। ସେ ଭାରତୀୟ ନୌସେନାରେ ଷ୍ଟେଲ୍ଥ ଗାଇଡ୍ ମିସାଇଲ୍ ବିନାଶକ 'INS Imphal' ସାମିଲ କରିବା ଅବସରରେ ଏହା କହିଥିଲେ। ଏହି ମାରାତ୍ମକ ଯୁଦ୍ଧ ଜାହାଜ ମଧ୍ୟ ବର୍ଦ୍ଧିତ ରେଞ୍ଜର ସୁପରସୋନିକ୍ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର କ୍ଷମତା ସହିତ ସଜ୍ଜିତ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ଆଜିକାଲି ସମୁଦ୍ରରେ ଉତ୍ତେଜନା ବହୁତ ବୃଦ୍ଧି ପାଇଛି। ଭାରତର ବଢୁଥିବା ଅର୍ଥନୈତିକ ଏବଂ ରଣନୈତିକ ଶକ୍ତି କିଛି ଶକ୍ତି ଇର୍ଷା ଓ ଘୃଣାରେ ପରିପୂର୍ଣ୍ଣ କରିଛି। ଆମ ସରକାର ନିକଟରେ ଆରବ ସାଗରରେ ଥିବା ‘ଏମଭି କେମ ପ୍ଲୁଟୋ’ ଉପରେ ଡ୍ରୋନ୍ ଆକ୍ରମଣ ଓ କିଛି ଦିନ ପୂର୍ବରୁ ଲୋହିତ ସାଗରରେ ‘ଏମଭି ସାଇ ବାବା’ ଉପରେ ହୋଇଥିବା ଆକ୍ରମଣକୁ ଗୁରୁତର ସହ ନେଇଛନ୍ତି ।"

Read More
{}{}