Hindi News >>Home >>Odisha National-International

Assembly election: ବାଜିଲା ବିଗୁଲ୍, ୫ରାଜ୍ୟରେ ଘୋଷଣା ହେଲା ନିର୍ବାଚନ ତାରିଖ

Assembly Election: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛନ୍ତିଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Advertisement
Assembly election: ବାଜିଲା ବିଗୁଲ୍, ୫ରାଜ୍ୟରେ ଘୋଷଣା ହେଲା ନିର୍ବାଚନ ତାରିଖ
Stop
Priyambada Rana|Updated: Oct 09, 2023, 05:12 PM IST

Assembly Election: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛନ୍ତିଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ୫ଟି ରାଜ୍ୟର ସମସ୍ତ ୬୭୯ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶରେ ୫.୬ କୋଟି ଭୋଟର ଅଛନ୍ତି। ରାଜସ୍ଥାନରେ ୫.୨୫ କୋଟି ଭୋଟର ଅଛନ୍ତି। ସେହିପରି ଛତିଶଗଡରେ ୨.୦୩ କୋଟି ଭୋଟର ଭୋଟ୍ ଦେବେ। ମିଜୋରାମରେ ୮.୨୫ ଲକ୍ଷ ଭୋଟର ଭୋଟ୍ ଦେବେ। ଏହି ରାଜ୍ୟଗୁଡିକରେ ୬୦.୨ ଲକ୍ଷ ଭୋଟର ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବେ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆହୁରି କହିଛନ୍ତି ଯେ ୫ ଟି ରାଜ୍ୟରେ ୭.୮ କୋଟି ମହିଳା ଭୋଟର ଅଛନ୍ତି।ଚଳିତ ଥର ୨୩.୬ ନୂତନ ମହିଳା ଭୋଟର ଭୋଟ୍ ଦେବେ। ନିର୍ବାଚନ ଆୟୋଗ ସମସ୍ତ ୫ଟି ରାଜ୍ୟ ପରିଦର୍ଶନ କରି ସମସ୍ତ ଦଳର ପ୍ରତିନିଧୀଙ୍କୁ ଭେଟିଛନ୍ତି। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକମାନେ ଘରୁ ଭୋଟ୍ ଦେବା ନେଇ ବ୍ୟବସ୍ଥା କରାଯାଇଛି। ୮୦ ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା ହେଉଛି ୨୪.୭ ଲକ୍ଷ। ପ୍ରତ୍ୟେକ ମତଦାନ ବୁଥକୁ ନିୟନ୍ତ୍ରଣ କକ୍ଷରୁ ତଦାରଖ କରାଯିବ। ୧ ଲକ୍ଷ ୭୭ ହଜାର ମତଦାନ କେନ୍ଦ୍ର ନିର୍ମାଣ ହେବ। ଭୋଟ୍ ଦେବାର ଦୁଇ ଦିନ ପୂର୍ବରୁ ପ୍ରଚାର ବନ୍ଦ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି।

ରାଜୀବ କୁମାର କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଇସିଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ। ଆପଣ VIGIL ଆପ୍ ମାଧ୍ୟମରେ ନିର୍ବାଚନରେ ​​ଅନିୟମିତତା ବିଷୟରେ ଅଭିଯୋଗ କରିପାରିବେ। ଅଭିଯୋଗ ଗ୍ରହଣ କରିବା ପରେ ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨ କିଲୋମିଟର ବ୍ୟାସାର୍ଦ୍ଧରେ ମତଦାନ ବୁଥ୍ ରହିବ। ନିର୍ବାଚନ ସମୟରେ ସରକାର କୌଣସି ଘୋଷଣା କରିପାରିବେ ନାହିଁ। ୧୭ ଅକ୍ଟୋବର ସୁଦ୍ଧା ଭୋଟର ତାଲିକା ପ୍ରକାଶ ପାଇବ।

Also Read: ରାଜ୍ୟକୁ ଆଉ ନାହିଁ ବର୍ଷାର ଭୟ, ଫେରିଯିବ ମୌସୁମୀ

Read More
{}{}