Hindi News >>Home >>Odisha National-International

ଆସାମ ବନ୍ୟା ପରିସ୍ଥିତି ଏବେବି ଭୟଙ୍କର; ୧୭୩ ଜଣଙ୍କର ମୃତ୍ୟୁ, ୨୯ ଲକ୍ଷ ଲୋକ ହୋଇଛନ୍ତି ପ୍ରଭାବିତ

Assam Flood Update: ଆସାମରେ ବନ୍ୟା ଯୋଗୁଁ ୩୦ ଟି ଜିଲ୍ଲାରେ ୨୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ ୬ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Jul 02, 2022, 08:47 PM IST

Assam Flood Update: ଆସାମରେ ବନ୍ୟା ଯୋଗୁଁ ପରିସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟର ୩୦ ଟି ଜିଲ୍ଲାରେ ୨୯ ଲକ୍ଷରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ ୬ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ସଂଖ୍ୟା ୧୭୩ କୁ ବୃଦ୍ଧି ପାଇଛି ।

ଆସାମର ମଧ୍ୟଭାଗରେ ଅବସ୍ଥିତ ମୋରିଗାଓଁ ଜିଲ୍ଲାର ଅନେକ ଲୋକ ରାସ୍ତାରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ଜିଲ୍ଲା ମାସ ମଧ୍ୟରେ ଦୁଇଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ବାସ କରୁଥିବା ବାବୁଲାଲ ବିଶ୍ୱ କହିଛନ୍ତି, 'ସେ ଗତ ଏକ ମାସ ଧରି ରାସ୍ତାରେ ଏକ ଅସ୍ଥାୟୀ ବାସଗୃହରେ ନିଜ ପରିବାର ସହିତ ରହୁଛନ୍ତି । କାରଣ ଆମ ଘରେ ପାଣି ପଶି ଯାଇଛି ।'

ଏହି ବ୍ୟକ୍ତି କହିଛନ୍ତି ଯେ ବନ୍ୟା ଯୋଗୁଁ ଆମ ଘର ସହିତ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ବର୍ତ୍ତମାନ କ’ଣ ହେବ ତାହା କେବଳ ଭଗବାନ ଜାଣନ୍ତି । ସିଙ୍ଗିମାରି ଅଞ୍ଚଳରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ କହିଛନ୍ତି ଯେ ବର୍ଷା ଓ ବନ୍ୟା ଯୋଗୁଁ ଆମ ଘର ଓ କ୍ଷେତ ନଷ୍ଟ ହୋଇଯାଇଛି ।

ମୋରିଗାଓଁ ଜିଲ୍ଲାର ଏହି ଅଞ୍ଚଳରେ ବନ୍ୟା ଯୋଗୁଁ ଅନେକ ଲୋକ ରାସ୍ତାରେ ରହୁଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ 98 ଟି ରିଲିଫ କ୍ୟାମ୍ପ ସ୍ଥାପନ କରିଛି । ଯେଉଁଠାରେ ପ୍ରାୟ ୨୯ ହଜାର ଲୋକ ରହୁଛନ୍ତି । କିନ୍ତୁ ଏହା ବ୍ୟତୀତ ଅନେକ ଲୋକ ରାସ୍ତାରେ ପାଲା ଟାଣି ରହୁଛନ୍ତି ।

ASDMA ରିପୋର୍ଟ ଅନୁଯାୟୀ, ମୋରିଗାଓଁ ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୧ ଲକ୍ଷ ୭୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଯଦିଓ ବନ୍ୟା ଜଳ ଅନେକ ଜାଗାରେ ହ୍ରାସ ପାଇବାରେ ଲାଗିଛି, ତଥାପି ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଥି ସହିତ ସ୍ୱାସ୍ଥ୍ୟ ବିଭାଗର ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ସହ ଯୋଗାଯୋଗ ଜାରି ରଖିଛି । ଏଥିମଧ୍ୟରେ ଗର୍ଭବତୀ ମହିଳା, ଛୋଟ ପିଲା ଓ ଅନ୍ୟାନ୍ୟ ରୋଗରେ ପୀଡିତ ବ୍ୟକ୍ତି ସାମିଲ । ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ ବନ୍ୟା ପ୍ରବଣ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରିଛି ।

ଏହା ବି ପଢ଼ନ୍ତୁ: ବିଜେପିର ଆଉ ଏକ ମାଷ୍ଟରଷ୍ଟ୍ରୋକ୍! ପୂର୍ବତନ କଂଗ୍ରେସ ନେତାଙ୍କୁ କରିପାରେ ଉପରାଷ୍ଟ୍ରପତି ପ୍ରାର୍ଥୀ

Read More
{}{}