Hindi News >>Home >>Odisha National-International

Assam: ମସଜିଦ କମିଟିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଚାଲିଗଲା ଜଣଙ୍କ ଜୀବନ

Bilasipara Mosque Clash: ଗତ ଡିସେମ୍ବର ୩୦ ତାରିଖ ଶୁକ୍ରବାର ଆସାମ ଧୁବ୍ରୀ ଜିଲ୍ଲାର ବିଲାସିପାରା ଅଞ୍ଚଳରେ ଅବସ୍ଥିତ ଏକ ମସଜିଦ ଠାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମସଜିଦ ପରିଚାଳନା କମିଟି ପଦବୀକୁ ନେଇ ଉଭୟ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ। ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। 

Advertisement
Assam: ମସଜିଦ କମିଟିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଚାଲିଗଲା ଜଣଙ୍କ ଜୀବନ
Stop
Zee Odisha Desk|Updated: Jan 04, 2023, 11:57 PM IST

Bilasipara Mosque Clash News: ରାଜ୍ୟର ଧୁବ୍ରୀ ଜିଲ୍ଲାର ବିଲାସିପାରା ଅଞ୍ଚଳରେ ଅବସ୍ଥିତ ମସଜିଦ ପରିସରରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଆସାମ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗଣ୍ଡଗୋଳ ମାମଲାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସମ୍ପର୍କରେ ଜଣାଇଛନ୍ତି ଧୁବ୍ରି ଜିଲ୍ଲା ଏସପି ଅପର୍ନା.ଏନ। ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ କହିଛି ଯେ ଗତ ୩୦  ଡିସେମ୍ବରରେ ରାଜ୍ୟର ଧୁବ୍ରି ଜିଲ୍ଲାର ବିଲାସିପାରା  
ଅଞ୍ଚଳରେ ଅବସ୍ଥିତ ଏକ ମସଜିଦ ସହିତ ଜଡିତ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ଧୁବ୍ରି ଏସପି ଅପର୍ନା.ଏନ କହିଛନ୍ତି ଜିଲ୍ଲାର ବିଲାସିପାରା ଅଞ୍ଚଳରେ ଅବସ୍ଥିତ ମସଜିଦ ହୋଇଥିବା ଗଣ୍ଡଗୋଳ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ଏହି ଘଟଣା ସହ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଧୁବ୍ରି ଏସପି।

Also Read: Miya Museum: ମିୟାଁ ସଂଗ୍ରହାଳୟ ମାମଲାରେ ୫ ଗିରଫ, ଆସିଲା ଗୁରୁତର ଅଭିଯୋଗ

 

ଗଣମାଧ୍ୟମ ରିପୋର୍ଟ ଗତ ଡିସେମ୍ବର ୩୦ ତାରିଖ ଶୁକ୍ରବାର ଆସାମ (Assam) ଧୁବ୍ରୀ ଜିଲ୍ଲାର (Dhubri District) ବିଲାସିପାରା (Bilasipara) ଅଞ୍ଚଳରେ ଅବସ୍ଥିତ ଏକ ମସଜିଦ ଠାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ (Bilasipara Mosque Clash) ହୋଇଥିଲା। ମସଜିଦ ପରିଚାଳନା କମିଟି ପଦବୀକୁ ନେଇ ଉଭୟ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ। ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ହୋଇଥିବା ହାରୁନ୍ ରସିଦଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତ ସୋମବାର ମୃତ୍ୟୁ ହୋଇଥିଲା। ଯିଏ ରାଜଧାନୀ ଗୌହାଟିସ୍ଥିତ ଜିଏମସିଏଚ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। 

Also Read: Assam: ରାଜ୍ୟରେ ମିୟାଁ ସଂଗ୍ରହାଳୟ ବନ୍ଦ କରିଦେଲେ ଆସାମ ସରକାର, ଜାଣନ୍ତୁ କାରଣ...

 

ଯାହା ପରେ ଗତକାଲି ଉତ୍ତ୍ୟକ୍ତ ଲୋକ ନାରାବାଜି କରିବା ଆରମ୍ଭ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଗଣ୍ଡଗୋଳ ଘଟଣାରେ ଜଡ଼ିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲା। ମସଜିଦ ପରିଚାଳନା କମିଟି ପଦବୀକୁ ନେଇ ଉଭୟ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ  ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଇ ଗୋଷ୍ଠୀର ପ୍ରାୟ ୨୦ ଜଣ ଆହତ ହୋଇଥିଲେ। ଗତ ମଙ୍ଗଳବାର ମୃତକଙ୍କ ମୃତଦେହ ତାଙ୍କ ଘରେ ପହଞ୍ଚିଥିଲା।

Read More
{}{}