Hindi News >>Home >>Odisha National-International

ଆପଣଙ୍କ ରେଳ ଟିକଟର ଅଧା ଦାମ ଦେଉଛି ରେଳ ବିଭାଗ

Parliament Winter Session 2023: ପ୍ରଶ୍ନକାଳରେ ସଂସଦ ଏମ୍‍ ସେଲବରାଜଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରୀ ବୈଷ୍ଣବ କହିଛନ୍ତିଯେ, ରେଳ ବିଭାଗ ସମସ୍ତ ଟିକେଟରେ ୫୩ ପ୍ରତିଶତ ରିହାତି ପ୍ରଦାନ କରୁଛି। 

Advertisement
Ashwini Vaishnaw on Parliament
Stop
Zee Odisha Desk|Updated: Dec 13, 2023, 06:30 PM IST

ଭୁବନେଶ୍ୱର: ଆପଣ କିଣୁଥିବା ରେଳ ଟିକଟର ଅଧାର ଅଧିକ ଭଡ଼ା ରେଳ ବିଭାଗ ବହନ କରୁଛି। ଏହି ସୟବ୍‍ସିଡି ବାବଦରେ ଭାରତୀୟ ରେଳ  ବର୍ଷକୁ ୫୯ ହଜାର ୮୩୭ କୋଟି ଟଙ୍କା ଖର୍ଚ୍ଚ କରୁଛି ବୋଲି ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଏହି ତଥ୍ୟ ରଖିଛନ୍ତି ଶ୍ରୀ ବୈଷ୍ଣବ। 

ପ୍ରଶ୍ନକାଳରେ ସଂସଦ ଏମ୍‍ ସେଲବରାଜଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରୀ ବୈଷ୍ଣବ କହିଛନ୍ତିଯେ, ରେଳ ବିଭାଗ ସମସ୍ତ ଟିକେଟରେ ୫୩ ପ୍ରତିଶତ ରିହାତି ପ୍ରଦାନ କରୁଛି। ଅର୍ଥାତ୍‍ ଆପଣ କିଣୁଥିବା ଟକଟ ବାବଦରେ ଆବଣ ସମ୍ପୂର୍ଣ୍ଣ ଭଡ଼ାର ୪୭ ପ୍ରତିଶତ ପ୍ରଦାନ କରୁଛନ୍ତି। ଏହି ରିହାତି ପ୍ରତି ଶ୍ରେଣୀ ଓ ଯାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ସେ କହିଛନ୍ତି। 

ଆଜି ଲୋକସଭାରେ ରେଳ ବିଭାଗର ବିଭିନ୍ନ ପ୍ରଶ୍ନ ସମ୍ପରକ୍ରେ ଶ୍ରୀ ବୈଷ୍ଣବ ଉତ୍ତର ରଖିଥିଲେ। ବିରୋଧୀ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ଅନ୍ୟ ସାଂସଦମାନେ କୋଭିଡ୍‍ ସମୟରେ ରେଳ ବିଭାଗ କିପରି ସ୍ୱତନ୍ତ୍ର ଟ୍ରେନ ଚଳାଇ ନିୟମିତ ମେମୁ ଟ୍ରେନକୁ ମନ୍ଦ କରିଛି ତାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଯାତ୍ରୀମାନେ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ନେଇ କହିବା ସହ ତୁରନ୍ତ ପୂର୍ବ ଭଳି ନିୟମିତ ଟ୍ରେନଚଳାଇବାକୁ  ଦାବି କରିଥିଲେ। ନିୟମିତ ଟ୍ରେନରେ ଭଡ଼ା ଦର କମ୍‍ ଥିଲା। ଏହାର ତିନିଗୁଣାରୁ ଅଧିକ ଦରରେ ସ୍ୱତନ୍ତ୍ର ଟ୍ରେନ ଚଳାଯାଉଛି ବୋଲି ଅଭିଯୋଗ ହୋଇଛି। ଏପରିକି ରେଳବାଇ ଆପଣାଇଥିବା ଡାଇନାମିକ ଭଡ଼ା ଲାଗୁ ଫଳରେ ରେଳ ଭଡ଼ା ଯଥେଷ୍ଟ ବଢ଼ିଥିବା ନେଇ ଅଭିଯୋଗ କରିଛନ୍ତି ସାଂସଦ।

ଏହାକୁ କିନ୍ତୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି। ଦେଶର ପ୍ର୍ରତିଟି ଜନତା ଯେପରି ଟ୍ରେନରେ ଯାତାୟାତ କରିପାରିବେ ସେଥିପାଇଁ ଭାରତୀୟ ରଳ ବ୍ୟବସ୍ଥା କରିଥିବା ସେ କହିଛନ୍ତି। ପର୍ବ ପରତବାଣୀ ସମୟରେ ଟ୍ରେନରେ ଯାତାୟାତ ପାଇଁ ରେଳ ବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଯାଉଥିବା କହିବା ସହ ଭଡ଼ା ବାବଦରେ ଯାତ୍ରୀ ଓ ବିଭିନ୍ନ ଯାତ୍ରୀ ସଂଘ ମାନଙ୍କ ପ୍ରସ୍ତାବ ଗ୍ରହଣ କରୁଛି। ଷ୍ଟେସନ୍‍, ଜୋନ୍‍ ଏବଂ ଡିଭିଜନ୍‍ ସ୍ତରରେ  ଭଡ଼ା ସମ୍ପର୍କିତ ପ୍ରସ୍ତାବ ଗ୍ରହଣ କରାଯାଇ ତାହାକୁ  ବିଚାର କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଭଡ଼ି ନିୟନ୍ତ୍ରଣ ତଥା ନିର୍ଦ୍ଧାରଣ ଏକ ନିରନ୍ତର କାର୍ଯ୍ୟ ବୋଲି ସେ ସୂଚନା ଦେଇଛନ୍ତି।

Read More
{}{}