Hindi News >>Home >>Odisha National-International

Congress President Election: ଗେହଲୋତ ମୁଁହ ବୁଲାଇ ମାରିଲେ ବାଣ, କଂଗ୍ରେସ ଭବିଷ୍ୟତ ହେବ କଣ

Congress President Election: ଆସନ୍ତା ୧୭ରେ ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ। ୧୯ ତାରିଖରେ ଭୋଟ ଗଣତି ହେବା ସହିତ ସେହି ଦିନ ବିଜେତାଙ୍କ ନାଁ ଘୋଷଣା କରାଯିବ।

Advertisement
Congress President Election: ଗେହଲୋତ ମୁଁହ ବୁଲାଇ ମାରିଲେ ବାଣ, କଂଗ୍ରେସ ଭବିଷ୍ୟତ ହେବ କଣ
Stop
Prabhudatta Moharana|Updated: Oct 02, 2022, 09:21 PM IST

Congress President Election: ଜୟପୁର: ଆଗାମୀ ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଶେଷ ହୋଇଛି। ତେବେ ଏହାରି ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। କିଏ ଏହି ନିର୍ବାଚନ ଜିତିବ ଓ କେତେ ଭୋଟରେ ଜିତିବ ସେ ନେଇ ଅଶୋକ ଗେହଲୋଟ ସୂଚନା ଦେଇଛନ୍ତି। 

ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଲ୍ଲିକାର୍ଜୁନ ଖଡଗେଙ୍କୁ ନେଇ ଅଶୋକ ଗେହଲୋତ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଶ୍ରୀ ଖଡ଼ଗେ ବହୁ ଭୋଟରେ ଜିତିବେ। ଏହି ବଡ଼ ଦଳକୁ ଚଳାଇବା ପାଇଁ ଯେଉଁ ସବୁ ଅଭିଜ୍ଞତା ଆବଶ୍ୟକ ସବୁକିଛି ତାଙ୍କ ନିକଟରେ ରହିଛି। ଗେହଲୋତ ଆହୁରି ମଧ୍ୟ କହିଛନ୍ତି କି ଦଳ ଚଳାଇବା ପାଇଁ ଯେଉଁ ସବୁ ଅଭିଜ୍ଞତା ଦରକାର ତାହା ଶଶି ଥରୁରଙ୍କ ନିକଟରେ ନାହିଁ। ଏଭଳି କହି ସେ ଏକ ପ୍ରକାର ଖଡଗେଙ୍କୁ ସମର୍ଥନ ଜଣାଇଛନ୍ତି।

ଏହି ନିର୍ବାଚନକୁ ନେଇ ଗେହଲୋତ ଆହୁରି ମଧ୍ୟ କହିଛନ୍ତି କି ଖଡ଼ଗେଙ୍କ ନିକଟରେ ରାଜନୈତିକ ଅନୁଭବ ରହିଛି। ତାଙ୍କ ମନ ମଧ୍ୟ ନିର୍ମଳ। ସେ ଦଳିତ ସମୁଦାୟରୁ ଆସୁଛନ୍ତି। ଖଡ଼ଗେଙ୍କ ନିର୍ବାଚନ ଲଢିବା ନିଷ୍ପତ୍ତି ସବୁଆଡ଼େ ସ୍ୱାଗତ କରାଯାଇଛି। ଖଡ଼ଗେଙ୍କ ପ୍ରସ୍ତାବକ ରହିଛନ୍ତି ଅଶୋକ ଗେହଲୋତ। ସଚିବାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଅଶୋକ ଗେହଲୋଟ୍ କହିଛନ୍ତି ଯେ ଶଶି ଥରୁର ମଧ୍ୟ ଜଣେ ଭଲ ମଣିଷ। ତାଙ୍କର ଭଲ ଚିନ୍ତାଧାରା ଅଛି, କିନ୍ତୁ ସେ 'କୁଲିନ ସମ୍ପ୍ରଦାୟ'ରୁ ଆସିଛନ୍ତି ।

ଅଶୋକ ଗେହଲୋତ କହିଛନ୍ତି ଯେ କାର୍ଯ୍ୟକର୍ତ୍ତାଙ୍କୁ କ’ଣ ଭାବନ୍ତି? ବ୍ଲକ, ବୁଥ, ଜିଲ୍ଲା ସ୍ତରରେ ଦଳ ସଂଗଠନ କିପରି ମଜବୁତ ହେବ? ଏହି ସବୁ ଅପେକ୍ଷା ଖାଡଗେଙ୍କର ଅଧିକ ଅଭିଜ୍ଞତା ଅଛି। ତାଙ୍କୁ ଶଶି ଥରୁର ସହିତ ତୁଳନା କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ସ୍ୱାଭାବିକ ଭାବେ ଖାଡ଼ଗେଙ୍କ ପାଇଁ ଏକପାଖିଆ ବିଜୟ ହେବ। ଉଲ୍ଲେଖନୀୟ କଥା ହେଉଛି, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେବାକୁ ଯାଉଛି। ଏଠାରେ କହି ରଖୁ କି ଏହି ଅଧ୍ୟକ୍ଷ ପଦ ଲଢିବା ପାଇଁ ୮୦ ବର୍ଷିୟ ଖଡ଼ଗେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। 

ସେପଟେ ଏହି ନିର୍ବାଚନ ପୂର୍ବରୁ ଶଶି ଥରୁର ଓ ଖଡଗେଙ୍କ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି। ଖୋଲା ଡିବେଟ କରିବାକୁ ଖଡ଼ଗେଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଶଶି ଥରୁର। ଏହା ପଛରେ ସେ ଯୁକ୍ତି ବାଢିଛନ୍ତି ଯେ ଏହା ସମାନ ଢଙ୍ଗରେ ଦଳ ପ୍ରତି ଆଗ୍ରହ ସୃଷ୍ଟି କରିବ। କନଜରଭେଟି ପାର୍ଟିର ନେତୃତ୍ୱ ପଦବୀକୁ ନେଇ ବ୍ରିଟେନରେ ନିକଟରେ ଯେପରି ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ନେହରୁ-ଗାନ୍ଧୀ ପରିବାର ସର୍ବଦା କଂଗ୍ରେସର ସଦସ୍ୟମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛନ୍ତି ଏବଂ ରହିବେ।

ଅଧିକ ପଢନ୍ତୁ: Odisha Politics: ଧର୍ମକୁ ଆଖିଠାର, ନେତାଙ୍କୁ ଭଗବାନଙ୍କ ସହ ଯୋଡ଼ିଲେ ସବୁ ହୋଇଯିବ ହରଣ, ଜାଣନ୍ତୁ କାରଣ

{}{}