Hindi News >>Home >>Odisha National-International

Dussehra: ବର୍ଷା ବିପଦ, Waterproof ରାବଣ ନିର୍ମାଣ କରି ଦେଲେ କାରିଗର

Vijayadashami Ravan Dahan: ଦେଶର କଳାକାରଙ୍କୁ ଯେତେ ପ୍ରଶଂସା କରାଯିବା ତାହା କମ ପଡ଼ିବ। କାରଣ ରାବଣ ପୁତୁଳା ପ୍ରସ୍ତୁତ କରିଥିବା କାରିଗର ବର୍ଷା ସମସ୍ୟାର ସମାଧାନ କରି ଦେଇଛନ୍ତି। 

Advertisement
Dussehra: ବର୍ଷା ବିପଦ, Waterproof ରାବଣ ନିର୍ମାଣ କରି ଦେଲେ କାରିଗର
Stop
Subhramjit Ray|Updated: Oct 05, 2022, 06:40 PM IST

Waterproof Ravan for Dussehra: ଅକ୍ଟୋବର ୫ ତାରିଖ ବୁଧବାର ବର୍ଷା ହେବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଏହି ଦିନ ସମଗ୍ର ଦେଶରେ ଦଶହରା ପର୍ବ ପାଳିତ ହେଉଛି। ପ୍ରତିବର୍ଷ ଭଳି ଏଥର ଦଶହରା କାର୍ଯ୍ୟକ୍ରମରେ ଏକ ସମସ୍ୟା ଦେଖାଯାଏ ଯେ  ବିଜୟା ଦଶମୀ ଅବସରରେ ହେଉଥିବା ରାବଣ ପୋଡ଼ି ସମୟରେ ଅନେକ ସ୍ଥାନରେ ବର୍ଷା ହୋଇଥାଏ। ଏହି କାରଣରୁ ରାବଣ ପୋଡି଼ରେ ବହୁତ ସମସ୍ୟା ଦେଖା ଯାଇଥାଏ। ଏଥର ଯେତେ ବର୍ଷା ହେଉନା କାହିଁକି, ରାବଣ ପୋଡ଼ି ବନ୍ଦ ହୋଇପାରିବ ନାହିଁ। 

ଏହି ପରିପ୍ରେକ୍ଷୀରେ ଦେଶର କଳାକାରଙ୍କୁ ଯେତେ ପ୍ରଶଂସା କରାଯିବା ତାହା କମ ପଡ଼ିବ। କାରଣ ରାବଣ ପୁତୁଳା (Effigy of Ravana) ପ୍ରସ୍ତୁତ କରିଥିବା କାରିଗର ବର୍ଷା ସମସ୍ୟାର ସମାଧାନ କରି ଦେଇଛନ୍ତି। ଏଥର ଦେଶର ଅନେକ ସ୍ଥାନରେ ଏପରି ରାବଣ ପୁତୁଳା ପ୍ରସ୍ତୁତ କରାଯାଇଛି ଯାହା ଜଳ ନିରୋଧି (Waterproof Ravan)। ବର୍ତ୍ତମାନ କାରିଗର ବିଜୟା ଦଶମୀ (Vijaya Dashami) ଅବସରରେ ହେଉଥିବା ରାବଣ ପୋଡ଼ି (Ravan Dahan) ପାଇଁ ଏପରି ପୁତୁଳା ପ୍ରସ୍ତୁତ କରିଛନ୍ତି ଯାହା ବର୍ଷାରେ ଓଦା ହେବ ନାହିଁ। 

ବିଜୟା ଦଶମୀ ଅବସରରେ ହେଉଥିବା ରାବଣ ପୋଡ଼ି ଲାଗି ସମଗ୍ର ଦେଶରେ ପ୍ରସ୍ତୁତି ଚାଲିଛି। ଝାଡଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ବିଳାସପୁର ଠାରେ ପ୍ରସ୍ତୁତ ରାବଣ ବର୍ତ୍ତମାନ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ଏହି ରାବଣ ପ୍ରସ୍ତୁତ କରିଥିବା ଜଣେ କାରିଗର କହିଛନ୍ତି ଯେ ବର୍ଷାକୁ ଦୃଷ୍ଟିରେ ରଖି ଏଥର ଜଳ ନିରୋଧ ରାବଣ ପୁତୁଳା (Waterproof Ravan Effigy) ପ୍ରସ୍ତୁତ କରିବାକୁ କୁହା ଯାଇଥିଲା। ଗ୍ରାହକଙ୍କ ଚାହିଦା ଅନୁଯାୟୀ ବିଳାସପୁର ଅଞ୍ଚଳର କାରିଗର ୨୦-୭୦ ଫୁଟ ପର୍ଯ୍ୟନ୍ତ ରାବଣ ପୁତୁଳା ପ୍ରସ୍ତୁତ କରିଛନ୍ତି। ଏଭଳି ଜଳ ନିରୋଧି ପୁତୁଳା ସାଧାରଣ ପୁତୁଳା ମୂଲ୍ୟ ଅପେକ୍ଷା ଟିକିଏ ଅଧିକ। ଏନେଇ କାରିଗର କହିଛନ୍ତି ଯେ ଏଥର ରାବଣ ପ୍ଲାଷ୍ଟିକ ବ୍ୟବହାର କରି ତିଆରି କରାଯାଇଛି।

Also Read: ଅନଲାଇନରେ ଜଳିବ ରାବଣ!

ଦଶହରା ଅବସରରେ କୌଣସି ଅଭାବ ନହେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଖବର ମୁତାବକ ଝାଡଖଣ୍ଡ ରାଜଧାନୀ ରାଞ୍ଚି ଠାରେ ଜଳ ନିରୋଧ ରାବଣ ପୋଡ଼ି ଅନୁଷ୍ଠିତ ହେବ। ଏହି ରାବଣର ମୋଟ ଉଚ୍ଚତା ହେଉଛି ପ୍ରାୟ ୭୦ ଫୁଟ। ଏହା ସହିତ ୬୫ ଫୁଟ କୁମ୍ଭକର୍ଣ୍ଣ ଏବଂ ୬୦ ଫୁଟ ମେଘନାଥ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ସମସ୍ତ ପୁତୁଳା ହେଉଛି ନିରୋଧି। ଏହା ସହିତ ଅରଗୋଡା଼ ଠାରେ ୫୫ ଫୁଟ ରାବଣ ପୋଡ଼ି କରାଯିବ। 

 

Read More
{}{}