Hindi News >>Home >>Odisha National-International

IIT Kanpur: କାନପୁର ଆଇଆଇଟିରେ ସଫଳ ହେଲା କୃତ୍ରିମ୍ ବର୍ଷା ପରୀକ୍ଷଣ...

IIT Kanpur:  ଅନୁଷ୍ଠାନର କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମୋଦନ କ୍ରମେ ବିଭାଗ ପକ୍ଷରୁ ୨୦୧୭ ମସିହାରେ ଏହି ପରୀକ୍ଷଣ ଆରମ୍ଭ ହୋଇଥିଲା। ତେବେ ଏଥିରେ ସମ୍ପୂର୍ଣ୍ଣ ରୂପେ ସଫଳତା ହାସଲ କରିଥିବା ନେଇ ସେ କହିଛନ୍ତି।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 23, 2023, 04:58 PM IST

IIT Kanpur: ବର୍ତ୍ତମାନ ଯୁଗରେ ବିଜ୍ଞାନ ବଳରେ ମଣିଷ ପ୍ରକୃତିକୁ ମଧ୍ୟ ମାତ ଦେଇ ସାରିଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରୁଛି। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ମଧ୍ୟ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କାନପୁରସ୍ଥିତ ଭାରତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ ଏହିପରି ଏକ ଅସାଧାରଣ ଗବେଷଣା କରି ସଫଳ ହୋଇଛି। ନିକଟରେ କୃତ୍ରିମ ବର୍ଷା କରାଇବାରେ ସଫଳ ହୋଇଛି ଆଇଆଇଟି କାନପୁର (IIT Kanpur)। ଜୁନ ୨୧ ତାରିଖ ଦିନ ବିମାନ ଜରିଆରେ କ୍ଲାଉଡ଼ ସିଡିଂ(Cloud seeding) ପ୍ରକ୍ରିୟା ଦ୍ୱାରା କୃତ୍ରିମ ବର୍ଷା (Artificial Rain) କରାଇବାରେ ସଫଳ ହୋଇଥିବା ନେଇ ସଂସ୍ଥାନ ପକ୍ଷରୁ ଏକ ପ୍ରେସ ବିବୃତ୍ତି ଜାରି କରାଯାଇଛି। କିଛି ବର୍ଷ ପୂର୍ବେ ଏହି ଗବେଷଣା ଆରମ୍ଭ କରାଯାଇଥିଲା। ତେବେ ଏଥିରେ ସଫଳତା ହାସଲ କରିଥିବା ନେଇ ଆଇଆଇଟି କାନପୁର ସୂଚନା ଦେଇଛି। ଏହି ଅନୁଷ୍ଠାନର କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମୋଦନ କ୍ରମେ ବିଭାଗ ପକ୍ଷରୁ ୨୦୧୭ ମସିହାରେ ଏହି ପରୀକ୍ଷଣ ଆରମ୍ଭ ହୋଇଥିଲା। ତେବେ ଏଥିରେ ସମ୍ପୂର୍ଣ୍ଣ ରୂପେ ସଫଳତା ହାସଲ କରିଥିବା ନେଇ ସେ କହିଛନ୍ତି।

’ଣ ଏହି କ୍ଲାଉଡ ସିଡିଂ ପ୍ରକ୍ରିୟା

ଆଇଆଇଟି କାନପୁରର (IIT Kanpur) ଗବେଷକଙ୍କ କହିବା ଅନୁଯାୟୀ, ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରି ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥାଏ। ଏଥିରେ ସିଲଭର ଆୟୋଡାଇଡ଼, ଶୁଖିଲା ବରଫ, ଏନ୍‌ଏସିଏଲ ପରି ଅନେକ ରାସାୟନିକ ତତ୍ତ୍ୱ ବ୍ୟବହାର କରି ଯନ୍ତ୍ରାଂଶ ମାଧ୍ୟମରେ ଆକାଶରେ ସ୍ପ୍ରେ କରାଯାଇଥାଏ। ଏହା ବର୍ଷା ହେବାର ସମ୍ଭାବନାକୁ ବୃଦ୍ଧି କରେ। ଅନୁଷ୍ଠାନର ଉଡା଼ଣ ପ୍ରୟୋଗଶାଳାରୁ ଏକ ସେନାର ବିମାନ ସହ କ୍ଲାଉଡ ସିଡିଂ ଯନ୍ତ୍ରାଂଶକୁ ଖଞ୍ଜା ଯାଇ ଆକାଶରେ ଛଡା ଯାଇଥିଲା। ଏଥିପାଇଁ ଆବଶ୍ୟକ ହୋଇଥିବା ଉପକରଣ ସବୁ ଆମେରିକାର ଏକ ସଂସ୍ଥାରୁ କିଣା ଯାଇଥିବା ନେଇ ପ୍ରଫେସର ମଣିନ୍ଦ୍ର କହିଛନ୍ତି। ତେବେ ମଝିରେ କୋଭିଡ (Covid) ମହାମାରୀ ପାଇଁ ଏହି ପରୀକ୍ଷଣରେ ରୋକ ଲଗାଯାଇଥିଲା। ଡିଜିପିଏଙ୍କ ଅନୁମୋଦନ ପରେ ଏହି ଉଡା଼ଣ ପରୀକ୍ଷଣ ସଫଳ ହୋଇଛି । ଗବେଷଣାକୁ ଆଗକୁ ବଢାଇବା ପାଇଁ ସେମାନେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ସେ କହିଛନ୍ତି।

ପ୍ରକୃତିର ସ୍ଥିରତା ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି କେବଳ ପରୀକ୍ଷା କରିବା ପାଇଁ ଆକାଶରେ ଏହି ରାସାୟନିକ ପଦାର୍ଥ ଆକାଶରେ ଛଡାଯାଇଥିବା ପ୍ରଫେସର ସୂଚନା ଦେଇଛନ୍ତି। ଏହି ରସାୟନକୁ ବାଦଲ ମଝିରେ ପ୍ରୟୋଗ କରାଯାଇ ନଥିବା ଜଣାପଡିଛି। କେବଳ ଉପକରଣ ଗୁଡିକର କାର୍ଯ୍ୟ ଦକ୍ଷତା ପରୀକ୍ଷା କରିବା ପାଇଁ ଏହି ଉଡାଣ କରାଯାଇଥିଲା। ଭାରତୀୟ ସେନାର ଏହି ବିମାନକୁ ଆକାଶ ମାର୍ଗରେ ୫୦୦୦ ଫୁଟ ପର୍ଯ୍ୟନ୍ତ ନିଆଯାଇଥିଲା ଓ ଉଡାଣ ସଫଳ ହେବା ପରେ ପୁଣି ବିମାନଟି ଅନୁଷ୍ଠାନର ଫ୍ଲାଇଟ ଲ୍ୟାବକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣା ପଡିଛି।

Also Read-Ravi Nair: ଟ୍ବିଟରେ ପ୍ରଧାନମନ୍ତ୍ରୀଙ୍କ ଆପତ୍ତିଜନକ ଫଟୋ ଫୋଷ୍ଟ କରି ଫସିଲେ ସାମ୍ବାଦିକ

ସୂଚନା ଅନୁସାରେ, ଚୀନରେ ବିଗତ ୬୧ ବର୍ଷର ମରୁଡି଼ ରେକର୍ଡ ଭାଙ୍ଗିବା ପରେ ଫସଲ ଓ ଜଳ ଭଣ୍ଡାର ଗୁଡିକୁ ରକ୍ଷା କରିବା ପାଇଁ ଚୀନ ସରକାର କ୍ଲାଉଡ ସିଡିଂ ଜରିଆରେ କୃତ୍ରିମ ବର୍ଷା କରାଇବା ନେଇ ପରୀକ୍ଷଣ ଆରମ୍ଭ କରିଥିଲା। ଆକାଶରେ ରାସାୟନିକ ପଦାର୍ଥ ବ୍ୟବହାର କରି ବର୍ଷା କରାଇବା ପାଇଁ ଗବେଷଣା ଆରମ୍ଭ କରିଥିବା ନେଇ ଚୀନର କୃଷି ମନ୍ତ୍ରଣାଳୟ ନିଜ ୱେବ ସାଇଟ୍ ମାଧ୍ୟମରେ ଜଣାଇଥିଲା।

Read More
{}{}